fbpx

ରିଲିଜ ହେବା ପୂର୍ବରୁ ଦୁଇ ଦେଶରେ ବ୍ୟାନ ହେଲା ସମ୍ରାଟ ପୃଥ୍ୱୀରାଜ: ଜାଣନ୍ତୁ କଣ ରହିଛି କାରଣ..

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ହିନ୍ଦୁ ସମ୍ରାଟ ପୃଥ୍ୱୀରାଜଙ୍କ ଜୀବନ ଓ ସାହସିକତା ଉପରେ ଆଧାରିତ ଏହି ଚଳଚ୍ଚିତ୍ରକୁ ଦେଖିବା ପାଇଁ ଲୋକମାନଙ୍କ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳିଛି । ତେବେ ଏହି ଚଳଚ୍ଚିତ୍ର ରିଲିଜ ହେବା ପୂର୍ବରୁ ହିଁ ଦୁଇ ଦେଶ ଏହାକୁ ବ୍ୟାନ କରିଛନ୍ତି ।

ରିଲିଜ ପୂର୍ବରୁ ଅକ୍ଷୟ କୁମାର ଏବଂ ମାନୁଷୀ ଛିଲ୍ଲରଙ୍କ ଏହି ଚଳଚ୍ଚିତ୍ରକୁ ଓମାନ ଏବଂ କୁଏତ ଭଳି ଦେଶରେ ବ୍ୟାନ କରାଯାଇଥିବା ଖବର ସମ୍ନାକୁ ଆସିଛି । ଏହି ଚଳଚ୍ଚିତ୍ରରେ ସମ୍ରାଟ ପୃଥ୍ୱୀରାଜ କିପରି ଆକ୍ରମଣକାରୀ ମହମ୍ମଦ ଘୋରୀଙ୍କୁ ବାରମ୍ବାର ଯୁଦ୍ଧରେ ପରାସ୍ତ କରି ବିଜୟ ହାସଲ କରିଥିଲେ ତାହା ଦର୍ଶାଯାଇଛି । ଫିଲ୍ମ ଏନାଲିଷ୍ଟ ଗିରିଶ ଜୋହର କହିଛନ୍ତିି କି ଏହି ଚଳଚ୍ଚିତ୍ରକୁ ଓମାନ ଏବଂ କୁଏତରେ ବ୍ୟାନ କରି ଦିଆଯାଇଛି ।

ସୂଚନାଯୋଗ୍ୟ ଯେ ସମ୍ରାଟ ପୃଥ୍ୱୀରାଜ ଚୌହାନଙ୍କ ଜୀବନ ଭାରତୀୟମାନଙ୍କ ପାଇଁ ଥିଲା । ସେ ଭାରତୀୟଙ୍କୁ ଆକ୍ରମଣକାରୀଙ୍କ ଠାରୁ ବଞ୍ଚାଉଥିଲେ । ଯେଉଁ ଆକ୍ରମଣକାରୀମାନେ କେବଳ ଭାରତକୁ ଲୁଟୁ ଥିଲେ ଏବଂ ନରସଂହାର କରୁଥିଲେ ।

ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଚନ୍ଦ୍ରପ୍ରକାଶ ଦ୍ୱିବେଦୀ କରିଥିବା ବେଳେ ପୂର୍ବତନ ମିସ ୱାର୍ଲ୍ଡ ମାନୁଷୀ ଛିଲ୍ଲର ବଲିଓଡରେ ଏହାକୁ ଡେବ୍ୟୁ କରିଛନ୍ତି । ସେ ଏହି ଚଳଚ୍ଚିତ୍ରରେ ରାଜକୁମାରୀ ସଂୟୋଗୀତା ଭୂମିକାରେ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ରଟି ୩ଜୁନରେ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ରିଲିଜ ହେବ । ଏହି ଚଳଚ୍ଚିତ୍ରକୁ ନେଇ ଫ୍ୟାନ୍ସମାନଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି ।

 

 

 

Get real time updates directly on you device, subscribe now.