fbpx
BJD SKY
BJD SKY

ଦେଶର ପୁନଃନିର୍ମାଣ ପାଇଁ ଭାରତଠାରୁ ସାହାଯ୍ୟର ଆଶା କରୁଛି ତାଲିବାନ

BJD

ନୂଆଦିଲ୍ଲୀ: ତାଲିବାନର କବଜା କରିବା ପରଠାରୁ ଆଫଗାନିସ୍ତାନର ସ୍ଥିତି ଖରାପ ଆଡକୁ ଗତି କରୁଛି । ବିଭିନ୍ନ କ୍ଷେତ୍ରରେ ସଂଘର୍ଷ କରୁଥିବା ଦେଶକୁ ସୁରକ୍ଷିତ ରଖିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଆଫଗାନିସ୍ତାନର ରକ୍ଷାମନ୍ତ୍ରୀ ଏବଂ ତାଲିବାନର ସଂସ୍ଥାପକ ମୁଲ୍ଲା ମହମ୍ମଦ ଉମରଙ୍କ ପୁଅ ମୁଲ୍ଲା ୟାକୁବ । ଯୁଦ୍ଧରେ ବିନାଶ ଆଡକୁ ଗତି କରୁଥିବା ଦେଶର ପୁନଃ ଥଇଥାନ ଉପରେ ଦୃଷ୍ଟି ଦେବାକୁ ଭାରତ ତରଫରୁ ସାହାଯ୍ୟର ଆଶା କରୁଛନ୍ତି ୟାକୁବ ।

ଭାରତ ସହ ସୁସମ୍ପର୍କ ଗଠନ କରିବା ପାଇଁ ଚାହୁଁଛନ୍ତି ତାଲିବାନ ସରକାରର ରକ୍ଷାମନ୍ତ୍ରୀ ମୁଲ୍ଲା ୟାକୁବ । କିଛିଟା କାରଣ ବ୍ୟତୀତ ପାକିସ୍ତାନ ସହିତ ଦେଶର ଭଲ ସମ୍ପର୍କ ରହିଥିବା ସେ କହିଛନ୍ତି । ଆତଙ୍କବାଦୀ ଗୋଷ୍ଠୀ ଦ୍ୱାରା ଅନ୍ୟ ଦେଶ ଉପରେ ଆକ୍ରମଣ କରିବା ପାଇଁ ଦେଶର ମାଟିକୁ ବ୍ୟବହାର କରାଯିବ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି । କିନ୍ତୁ ଆଫଗାନୀ ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ଖଣ୍ଡନ କରିଛନ୍ତି ରକ୍ଷାମନ୍ତ୍ରୀ ।

ତେବେ ଗତବର୍ଷ ଆଫଗାନିସ୍ତାନ ଉପରେ ତାଲିବାନର ଅତ୍ୟାଚାର ଉପରେ ଭାରତ ଅସନ୍ତୋଷ ଜାହିର କରିଥିଲା । କିନ୍ତୁ ଏବେ ଦେଶର ଏହି ପରିସ୍ଥିତିରେ ଭାରତ ସାହାଯ୍ୟ ଯୋଗାଇଦେବ କି ନାହିଁ ତାହା ଦେଖିବାକୁ ବାକି ରହିଲା ।

Get real time updates directly on you device, subscribe now.