fbpx
BSKY SKY
BSKY SKY

କୁଲଗାମରେ ବ୍ୟାଙ୍କ ମ୍ୟାନେଜରଙ୍କୁ ଗୁଳି କରି ହତ୍ୟା, ଦେଖନ୍ତୁ ଭିଡିଓ

BSKY

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ଦିନକୁ ଦିନ ବଢିବାରେ ଲାଗିଛି ହତ୍ୟା । ରାତି ପାହିବାରୁ ରାତି ହେବା ପର୍ଯ୍ୟନ୍ତ ମନ ଭିତରେ ଆତଙ୍କବାଦୀଙ୍କ ଭୟ । ଦିନ ଦି ପ୍ରହରେ ବି ଘରେ ଏବଂ ଅଫିସରେ ପଶି ହତ୍ୟା କରି ଚାଲି ଯାଉଛନ୍ତି ଦୁର୍ବୃତ୍ତ । କୁଲଗାମ ଜିଲ୍ଲା ଅଞ୍ଚଳରୁ ପୁଣି ଏମିତି ଏକ ଘଟଣା ସାମନାକୁ ଆସିଛି । ବ୍ୟାଙ୍କ ଭିତରେ ପଶି ମ୍ୟାନେଜରଙ୍କୁ ଗୁଳି କରି ହତ୍ୟା କରିଥିବା ଦେଖାଯାଇଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

କୁଲଗାମ ଜିଲ୍ଲାର ସରକାରୀ ଅଫିସର ଏବଂ ଅନ୍ୟ କାର୍ଯ୍ୟରତ କର୍ମଚାରୀଙ୍କୁ ଟାର୍ଗେଟ କରୁଛନ୍ତି ଆତଙ୍କବାଦୀ । ବିଭିନ୍ନ ସ୍ଥାନରେ ଅଚାନକ ଗୁଳିମାଡ କରିବା ସହ ଅନେକ ଲୋକଙ୍କୁ ମୃତ୍ୟୁ ଶଯ୍ୟାରେ ଶୁଆଇ ଦେଇଛନ୍ତି । ସେହିଭଳି ସ୍ଥାନୀୟ ଗ୍ରାମ୍ୟ ବ୍ୟାଙ୍କର ଜଣେ କର୍ମଚାରୀ ବିଜୟ କୁମାରଙ୍କୁ ଅଫିସ ଭିତରେ ପଶି ହତ୍ୟା କରାଯାଇଥିବାର ଭିଡିଓ ଏବେ ସାମନାକୁ ଆସିଛି । ତେବେ ମେଡିକାଲ ନେବା ରାସ୍ତାରେ ହିଁ ପ୍ରାଣତ୍ୟାଗ କରିଛନ୍ତି ବିଜୟ । ତେବେ ଏହି ଘଟଣାର ସିସିଟିଭି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିରେ ହତ୍ୟାକାରୀ ଗୁଳିଚାଳନା କରୁଥିବାର ସ୍ପଷ୍ଟ ଦେଖାଯାଇ ପାରୁଛି । ତେବେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ସହ ଫୁଟେଜ ଆଧାରରେ ତଦନ୍ତ ଜାରି ରଖିଛି ।

ଗତ ଦୁଇ ଦିନ ତଳେ ଜଣେ ପ୍ରବାସୀ ଶିକ୍ଷୟତ୍ରୀ ରଜବୀବାଳାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏହି କାମ ମଧ୍ୟ ଆତଙ୍କବାଦୀ ଗୋଷ୍ଠୀର ବୋଲି ଜଣାପଡିଥିଲା । ସେହିପରି ୧୨ ମେ’ରେ ମଧ୍ୟ ବଡଗାମ ତହସିଲଦାର କାର୍ଯ୍ୟାଳୟରେ ପଶି ରାହୁଲ ଭଟ୍ଟଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା ।

Get real time updates directly on you device, subscribe now.