fbpx

ଲୋଡା ନାହିଁ ବର, ନିଜକୁ ବାହା ହୋଇ ରଚିବେ ଇତିହାସ

ବାହାଘର ହେବ । କନିଆଁ ଥିବ, ବାଜା-ବାଣ ଥିବ, ରୋଷଣି ବି ଥିବ କିନ୍ତୁ ନଥିବ କେବଳ ବର । ରୀତିନୀତି ଆଉ ସବୁ ନିୟମ ଅନୁସାରେ ବାହାଘର ହେବ । ତଥାପି ଆପଣଙ୍କ ମନରେ ଗୋଟିଏ କିନ୍ତୁ ରହି ଯାଉଛି ନା, ବର ନଥାଇ ବାହାଘର କେମିତି? ହଁ ନିଜ ସହ ବିବାହ ବନ୍ଧନରେ ବାନ୍ଧି ହେବା ସହିତ ଗଢାହେବ ନୂଆ ସଂସାର । ନିଜ ନାଁରେ ପିନ୍ଧିବେ ସିନ୍ଦୁର ଆଉ ଶଙ୍ଖା । ବିବାହ ବେଦୀ ସେ ସାଜିବେ ବର ଆଉ ନିଜେ ଥିବେ କନ୍ୟା ରୂପରେ । ଏହା କେଉଁ ଫିଲ୍ମର ଷ୍ଟୋରୀ ନୁହେଁ, ଏମିତି କିଛି ଘଟଣା ଘଟିଛି ରିଅଲ ଲାଇଫରେ । ଗୁଜୁରାଟର କ୍ଷମା ଏମିତି ଏକ ନିଆରା ବିବାହ ରଚିବାକୁ ଯାଉଛନ୍ତି ।

Gujarat woman set to marry herself in India's first sologamy | இந்தியாவில் முதல் முறை தன்னை தானே திருமண செய்து கொள்ளும் பெண்; ஹனிமூனுக்கு கோவா செல்கிறார்

ବାହାଘରର ସବୁ ରୀତିନୀତି ଅନୁସାରେ ବିବାହ କରିବେ କ୍ଷମା । କିନ୍ତୁ ସବୁ ବାହାଘରରୁ ଏହା ଟିକିଏ ଭିନ୍ନ ରହିଛି । କାରଣ ଏଠି ନା ରହିଛି ବର ନା ବରଯାତ୍ରୀ । ତଥାପି ହେବ ବାହାଘର । କାରଣ ଗୁଜୁରାଟର କ୍ଷମା ନିଜ ବର ଆଉ ନିଜେ ବି କନିଆଁ ସାଜିବାକୁ ଯାଉଛନ୍ତି । ମାନେ ସେ ନିଜକୁ ନିଜେ ବାହା ହେବେ । କେବଳ ସେତିକି ନୁହେଁ, ଏକୁଟିଆ ହନିମୁନ ଯିବା ପାଇଁ ସେଡେଷ୍ଟିନେସନ ମଧ୍ୟ ବାଛି ସାରିଛନ୍ତି । ଗୋଆକୁ ହନିମୁନ ଯିବା ପାଇଁ କ୍ଷମା ସ୍ଥିର କରିଛନ୍ତି । ତେବେ ଏଇଟା କେମିତି ସମ୍ଭବ ବୋଲି ଅନେକ ପ୍ରଶ୍ନ ଉଠିଛି ।

ପ୍ରକୃତରେ ଘଟଣା ହେଉଛି କ୍ଷମା କନ୍ୟା ବେଶ ହେବାକୁ ଖୁବ ସ୍ୱପ୍ନ ଦେଖୁଥିଲେ । କିନ୍ତୁ ବିବାହ କରିବା ପାଇଁ ଇଚ୍ଛା କରୁ ନଥିଲେ । ତେଣୁ ନିଜକୁ ନିଚେ ବିବାହ କରିବାର ଏକ ଅଜବ ନିଷ୍ପତ୍ତି ନେଇଛନ୍ତି କ୍ଷମା । ତେବେ ଏ ନେଇ ସେ ଇଣ୍ଟରନେଟରେ ସର୍ଚ୍ଚ ମଧ୍ୟ କରିଥିଲେ । ପୂର୍ବରୁ କେହି ଏହି ନିଷ୍ପତ୍ତି ନେଇ ନଥିବା ସେ ଜାଣିବାକୁ ପାଇଲେ । ଏହାପରେ ନିଜେ ଇତିହାସ ଲେଖିବା ପାଇଁ ବାହାରି ପଡିଛନ୍ତି କ୍ଷମା । ନିଜ ସହ ବିବାହ କରିବାରେ ସେ ବୋଧହୁଏ ଦେଶର ପ୍ରଥମ ମହିଳା ହେବେ । କେବଳ ବାହାଘର ନୁହେଁ, କ୍ଷମା ନିଜ ସହ ହନିମୁନ ମଧ୍ୟ କରିବେ । ବିବାହ ପରେ ଗୋଆକୁ ହନିମୁନ ଟ୍ରିପରେ ଯିବେ ବୋଲି ସେ ନିଷ୍ପତ୍ତି ନେଇଛନ୍ତି । ତାଙ୍କର ଏ ନିଷ୍ପତ୍ତିକୁ ତାଙ୍କ ପରିବାର ଲୋକେ ମଧ୍ୟ ଗ୍ରହଣ କରି କ୍ଷମାକୁ ଆଶିର୍ବାଦ କରିଛନ୍ତି ।

 

Get real time updates directly on you device, subscribe now.