fbpx
BSKY
BJD MC SKY
BJD MS SKY

ଭଉଣୀର ସାଙ୍ଗ ସହିତ ବିବାହ, ଫଟୋରେ ଦେଖନ୍ତୁ ହାର୍ଦ୍ଦିକ ପଟେଲଙ୍କ ପ୍ରେମ କାହାଣୀ

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ହାର୍ଦ୍ଦିକ ପଟେଲ ଗୁରୁବାର ବିଜେପିରେ ସାମିଲ ହୋଇଛନ୍ତି। ଗୁଜରାଟ ନିର୍ବାଚନ ପୁର୍ବରୁ ଏହା କଂଗ୍ରେସ ପାଇଁ ଏକ ବଡ଼ ଝଟକା। ହାର୍ଦ୍ଦିକ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ଥିଲେ। ମେ ୧୮ ତାରିଖରେ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଏହା ମଧ୍ୟରେ, ବିଜେପି ଉପରେ ତାଙ୍କ ସ୍ତ୍ରୀ ଲଗାଇଥିବା ଆରୋପ ଗୁଡ଼ିକ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ତେବେ ଆସନ୍ତୁ ଜାଣିବା ହାର୍ଦ୍ଦିକଙ୍କ ପ୍ରେମ କାହାଣୀ ବିଷୟରେ ଏବଂ ବିଜେପି ଉପରେ ତାଙ୍କ ସ୍ତ୍ରୀ କଣ ମନ୍ତବ୍ୟ ଦେଇଥିଲେ।

हार्दिक पटेल और किंजल

୨୦୧୯ ଜାନୁଆରୀ ୨୭ ତାରିଖରେ ହାର୍ଦ୍ଦିକ ପଟେଲ ନିଜ ପିଲାଦିନର ସାଙ୍ଗ କିଞ୍ଜଲ ପାରିକଙ୍କୁ ବିବାହ କରିଥିଲେ। ହାର୍ଦ୍ଦିକ ପଟେଲଙ୍କ ଭଉଣୀ ମୋନିକା ପଟେଲ ଏବଂ କିଞ୍ଜଲ ପିଲା ଦିନର ସାଙ୍ଗ। ତେଣୁ କିଞ୍ଜଲ ବିଭିନ୍ନ ସମୟରେ ତାଙ୍କ ଘରକୁ ଆସିଥାନ୍ତି ଏବଂ ଏଠାରୁ ଦୁହିଁଙ୍କ ଭିତରେ ବନ୍ଧୁତା ଆରମ୍ଭ ହୋଇଥିଲା। କିଞ୍ଜଲ ମଧ୍ୟ ପାଟିଲ ସମ୍ପ୍ରଦାୟର ଅଟନ୍ତି।

हार्दिक पटेल और किंजल

ହାର୍ଦ୍ଦିକ ଏକ ସାକ୍ଷାତକାରରେ କହିଥିଲ ଯେ, କିଞ୍ଜଲ ପ୍ରଥମେ ତାଙ୍କୁ ପ୍ରେମ ନିବେଦନ କରିଥିଲେ। କଲେଜ ସମୟରେ ହ୍ୱଟ୍ସଆପ୍ ମାଧ୍ୟମରେ ଉଭୟେ କଥା ହେଉଥିଲେ। ଯେତେବେଳେ ସେ ପଟିଦାର ଆନ୍ଦୋଳନ ସମୟରେ ସୁରଟ ଜେଲରେ ରହିଥିଲେ, କିଞ୍ଜଲ ତାଙ୍କୁ ଚିଠି ଲେଖିଥିଲେ।

हार्दिक पटेल और किंजल

ପଟିଦାର ଆନ୍ଦୋଳନ ସମୟରେ ହାର୍ଦ୍ଦିକଙ୍କ ଉପରେ ରାଜଦ୍ରୋହ ମାମଲା ଦାୟର ହୋଇଥିଲା। ଏହି ସମୟରେ ପୋଲିସ କିଞ୍ଜଲଙ୍କୁ ଯାଞ୍ଚ ପରିସରରେ ଆଣିଥିଲା। ତେବେ କିଞ୍ଜଲ ସେହି ସମୟରେ ଆରୋପ ଲଗାଇଥିଲେ ଯେ, ହାର୍ଦ୍ଦିକ ୨୦ ଦିନ ଧରି ନିଖୋଜ ଅଛନ୍ତି। ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ସରକାରଙ୍କ ଉପରେ ସେ ସିଧାସଳଖ ଆରୋପ ଲଗାଇଥିଲେ।

किंजल और हार्दिक पटेल

କିଞ୍ଜଲ ଏକ ଭିଡିଓ ଜାରି କରି କହିଥିଲ ଯେ, ସରକାର କହିଥିଲ ପଟିଦାରଙ୍କ ବିରୋଧରେ ସମସ୍ତ ମାମଲା ପ୍ରତ୍ୟାହାର କରାଯିବ । କିନ୍ତୁ ସରକାର ତାହା କରି ନାହାନ୍ତି, ସେମାନେ କେବଳ ହାର୍ଦ୍ଦିକଙ୍କୁ ଟାର୍ଗେଟ କରୁଛନ୍ତି । ବିଜେପିରେ ଯୋଗ ଦେଇଥିବା ନେତାମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ତେବେ ସରକାର ଲୋକଙ୍କ ସହ ଆଲୋଚନା କରିବାକୁ ଚାହୁଁ ନାହାନ୍ତି ଏବଂ ହାର୍ଦ୍ଦିିକ ସାଧାରଣ ଜନତାଙ୍କ ମୁଦ୍ଦା ଉଠାଇବା ବନ୍ଦ କରି ଦିଅନ୍ତୁ ବୋଲି ସରକାର ଚାହୁଁଥିବା ସେ ଆରୋପ ଲଗାଇଥିଲେ ।

Get real time updates directly on you device, subscribe now.