fbpx

ମୃତ୍ୟୁ ମୁଖରୁ କୁକୁରକୁ ବଞ୍ଚାଇଲେ ପୋଲିସ: ସିପିଆର ଦ୍ୱାରା ନୂଆ ଜୀବନ ପାଇଲା ନୀରିହ ପଶୁ

କଲମ୍ବିଆ(ଓଡ଼ିଶା ଭାସସ୍କର): କୁକୁରମାନେ ନିଜ ମାଲିକଙ୍କ ପାଇଁ ବିଶ୍ୱାସୀ ହୋଇଥାଆନ୍ତି । ନିଜ ମାଲିକଙ୍କ ପାଇଁ କିଛି ବି କରି ପାରନ୍ତି ଏହି ବିଶ୍ୱାସୀ କୁକୁର । କିନ୍ତୁ କୁକୁର ପାଇଁ ମଣିଷ ନିଜ ଜୀବନକୁ ବାଜି ଲଗାଇବା ଘଟଣା ଖୁବ କମ ଶୁଣିଥିବେ । କଲମ୍ବିଆର କିଛି ପୋଲିସ ଏକ କୁକୁରକୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇଥିବା ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।

ଏହି ଭିଡିଓରେ କୁକୁରଟି ନଦୀ ପାଣିରେ ଭାସି ଯାଉଥିବାର ପୋଲିସ କର୍ମଚାରୀମାନେ ଦେଖି ତାକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ । କୁକୁରଟିକୁ ଉଦ୍ଧାର କରିବା ପାଇଁ ପୋଲିସ କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗାଇବା ପାଇଁ ମଧ୍ୟ ପଛାଇ ନଥିଲେ । ପାଣିର ଗତି ଏତେ ଅଧିକ ଥିଲା ଯେ ପୋଲିସ କର୍ମଚାରୀମାନେ ପାଣିରେ ପାଦ ରଖିବା ମଧ୍ୟ ସମ୍ଭବ ନଥିଲା । କୁକୁରଟିକୁ ବଞ୍ଚାଇବା ପାଇଁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ପ୍ରଥମେ ତାକୁ ପାଣିରୁ କାଢି ପାରି ନଥିଲେ । କିନ୍ତୁ ଶେଷରେ କୁକୁରଟିକୁ ଉଦ୍ଧାର କରି ପାରିଥିଲେ ପୋଲିସ କର୍ମଚାରୀ ।

ପାଣିରୁ କାଢିବା ପରେ କୁକୁରଟିର ସ୍ୱାସ୍ଥ୍ୟ ଯାଞ୍ଚ କରିଥିଲେ ପୋଲିସ କର୍ମଚାରୀ । କିନ୍ତୁ କୁକୁରଟି ଭିତରେ କୌଣସି ଗତିବିଧି ନଦେଖା ଯିବାରୁ ଜଣେ ପୋଲିସ କର୍ମଚାରୀ କୃତ୍ରିମ ଉପାୟରେ ଶ୍ୱାସ ଦେବା ଆରମ୍ଭ କରିଥିଲେ । ଏହି ଶ୍ୱାସ ଦେବା ପ୍ରକ୍ରିୟାକୁ ସିପିଆର କୁହାଯାଇଥାଏ । କିଛି ସମୟ ମଧ୍ୟରେ ହିଁ କୁକୁରଟିର ସ୍ୱାସ୍ଥ୍ୟ ଅବସ୍ଥାରେ ପରିବର୍ତ୍ତନ ଆସିଥିଲା । ପୋଲିସ କର୍ମଚାରୀମାନଙ୍କ ଏହି ଦୁସାହସିକ କାର୍ଯ୍ୟପାଇଁ ବିଭିନ୍ନ ସୂତ୍ରରୁ ପ୍ରଂସଶା ମିଳୁଛି ।

Get real time updates directly on you device, subscribe now.