fbpx

ବଡ ଖବର! ବେନ ଷ୍ଟୋକ୍ସ ଖେଳିବେନି ମୁମ୍ବାଇ ବିପକ୍ଷ ମ୍ୟାଚ! ଧୋନୀ ନେବେ ନିଷ୍ପତ୍ତି

ନୂଆଦିଲ୍ଲୀ: ଆଜି ଆଇପିଏଲ ମହାସମରରେ ମୁହାଁମୁହିଁ ହେବେ ଦୁଇ ଚମ୍ପିଆନ ଦଳ । ୱାନଖେଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ଚେନ୍ନାଇ ସୁପର କିଙ୍ଗସ । ତେବେ ଏହି ସୁପରହିଟ ମ୍ୟାଚ ପୂର୍ବରୁ ସିଏସକେକୁ ଲାଗିଛି ଶକ୍ତ ଝଟକା । ଏହି ମ୍ୟାଚରେ ବାଦ୍ ପଡି ପାରନ୍ତି ଦଳର ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସ । ଆହତ ସମସ୍ୟା ଯୋଗୁଁ ଷ୍ଟାର ଅଲରାଉଣ୍ଡରଙ୍କ ଖେଳିବା ନେଇ ସନ୍ଦେହ ଦେଖା ଦେଇଛି । ତେବେ ମୁମ୍ବାଇ ବିପକ୍ଷରେ ଷ୍ଟୋକ୍ସ ନ ଖେଳିଲେ ଧୋନୀଙ୍କ ପାଇଁ ଚିନ୍ତା ବଢିପାରେ ।

CSK vs LSG, IPL 2023: Aakash Chopra in doubt over Ben Stokes ability to  play spin at Chepauk - myKhel

ଆଜି ମୁମ୍ବାଇ-ଚେନ୍ନାଇ ହାଇ-ଭୋଲ୍ଟେଜ ମୁକାବିଲା ପୂର୍ବରୁ ସିଏସକେ ପାଇଁ ଚିନ୍ତା ପାଲଟିଛି ବେନ ଷ୍ଟୋକ୍ସଙ୍କ ଆହତ ସମସ୍ୟା । ପାକ୍ଟିସ ସେଶନ ପରେ ଷ୍ଟୋକ୍ସଙ୍କ ଗୋଇଠିରେ ଯନ୍ତ୍ରଣା ଅନୁଭବ ହୋଇଥିଲା । ତେବେ ମେଡିକାଲ ଟିମ ତାଙ୍କୁ ଟେଷ୍ଟ କରିବା ପରେ ୧୦ ଦିନ ବିଶ୍ରାମ କରିବା ପାଇଁ ପରାମର୍ଶ ଦେଇଛନ୍ତି । ତେବେ ଅନ୍ତିମ ନିଷ୍ପତ୍ତି ନେବା ପୂର୍ବରୁ ପୁଣି ଥରେ ତାଙ୍କ ପରିସ୍ଥିତି ଆକଳନ କରିବ ଚେନ୍ନାଇର ମେଡିକାଲ ଟିମ୍ । କିନ୍ତୁ ଦଳର କିଛି ସଦସ୍ୟ ଷ୍ଟୋକ୍ସ ଖେଳିବା ରିସ୍କ ନ ନେବା ପାଇଁ ଉଚିତ ଭାବିଛନ୍ତି ।

Has never realized his potential in the IPL" - Former CSK legend Matthew  Hayden on Ben Stokes

ସେପଟେ ମୁମ୍ବାଇ ବିପକ୍ଷ ମ୍ୟାଚ ଖୁବ ସଂଘର୍ଷପୂର୍ଣ୍ଣ ହେବାକୁ ଥିବା ବେଳେ ଚେନ୍ନାଇ ନିଜ ବୋଲିଂ ବିଭାଗକୁ ନେଇ ଚିନ୍ତାରେ ରହିଛି । ଏହା ଉପରେ ଷ୍ଟୋକ୍ସଙ୍କ ଆଘାତ ଦଳ ପାଇଁ ଚିନ୍ତାର ବିଷୟ ପାଲଟିଛି । ତେବେ ଯଦି ଷ୍ଟୋକ୍ସ ଆଜି ଦଳରୁ ବାଦ୍ ପଡନ୍ତି, ତେବେ ଧୋନୀ ତାଙ୍କ ସ୍ଥାନରେ ଜଣେ ଅଭିଜ୍ଞ ବୋଲରଙ୍କ ଦଳରେ ସାମିଲ କରିପାରନ୍ତି । କିନ୍ତୁ ଡ୍ୱେନ ପ୍ରିଟୋରିୟସ ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି । ଏହାବ୍ୟତୀତ ସିସନ୍ଦା ମଗାଲା ମଧ୍ୟ ଧୋନୀଙ୍କ ପାଇଁ ଜଣେ ଭଲ ବିକଳ୍ପ ହୋଇପାରନ୍ତି ।

Get real time updates directly on you device, subscribe now.