fbpx

ଶାୱାରର ଥଣ୍ଡା ପାଣିରେ ଗାଧୋଇଲେ ମିଳିଥାଏ ଏହିସବୁ ଫାଇଦା

ଚିନ୍ତା, ଅସ୍ଥିରତା, ଚାପ, ଉଦାସୀନତା ଆଦି ଆମର ମାନସିକ ସ୍ୱାସ୍ଥ୍ୟ ସହିତ ଜଡ଼ିତ । ଆପଣ ଜାଣନ୍ତି କି ଥଣ୍ଡା ଜଳରେ ଗାଧୋଇବା ଦ୍ୱାରା ଏସବୁ ସମସ୍ୟା ଆପଣଙ୍କର ଦୂର ହୋଇପାରିବ । କିଛି ଲୋକଙ୍କର ନଦୀ, ପୋଖରୀ ଆଦିରେ ଗାଧୋଇବା ଅଭ୍ୟାସ ଥାଏ । ଆଜି ଆମେ ଆସନ୍ତୁ ଜାଣିବା ଶାୱାରର ଥଣ୍ଡା ପାଣିରେ ଗାଧୋଇଲେ କଣ ସବୁ ବେନିଫିଟ ମିଳେ ।

– ଶାୱାରର ଥଣ୍ଡା ପାଣିରେ ଗାଧୋଇବା ଦ୍ୱାରା ଆମର ମାଂସପେଶୀର ଯନ୍ତ୍ରଣା ଦୂର ହେବା ସହ ଏହା ନିଦ୍ରାହୀନତାକୁ ହ୍ରାସ କରିଥାଏ । ଶାୱାରରେ ଥଣ୍ଡା ପାଣି ଆପଣଙ୍କୁ ମାନସିକ ଶାନ୍ତି ପ୍ରଦାନ କରିଥାଏ ।

– ଶାୱାରର ଶୀତଳ ଜଳକୁ ବିଶେଷଜ୍ଞମାନେ ଏକ ଅତିରିକ୍ତ ଚିକିତ୍ସା ଭାବେ ଗ୍ରହଣ କରିଥାନ୍ତି । ସାଧାରଣତଃ ଅଧିକ ଚିନ୍ତା କରିବା ଆମର ବ୍ଲକ ପ୍ରେସର ବୃଦ୍ଧିର କାରଣ ହୋଇଥାଏ । ଶୀତଳ ଜଳ ଶରୀରରେ ବ୍ଲକ ପ୍ରେସରକୁ ଠିକ ରଖିବାରେ ସହାୟକ ହୋଇଥାଏ ।

– ଶୀତଳ ଜଳ ଶରୀରରେ କର୍କଟ ପରି ରୋଗକୁ ପ୍ରତିରୋଧ କରିଥାଏ । ଉଦାସୀନତା ଥିବା ଲୋକଙ୍କ ପାଇଁ ଶାୱାରର ଥଣ୍ଡା ଜଳ ବର୍ଷା ଏକ ପ୍ରକାର ବୈଦ୍ୟୁତିକ ଥେରାପି ପରି କାର୍ଯ୍ୟ କରିଥାଏ । ଏହି ଥଣ୍ଡା ଜଳର ପ୍ରଭାବରେ ଆମର ମସ୍ତିଷ୍କ ଧୀର ସ୍ଥିର ଭାବେ କାର୍ଯ୍ୟ କରିବାକୁ ସକ୍ଷମ ହୋଇଥାଏ ।

Get real time updates directly on you device, subscribe now.