fbpx
BJD SKY
BJD SKY

ବିବାହ ପୂର୍ବରୁ ନିଜର କନ୍ୟାଙ୍କୁ ଏକଥା ଭଲ ଭାବରେ ବୁଝାଇ ଦିଅନ୍ତୁ

BJD

ବିବାହ ପରେ ଗୋଟିଏ ଝିଅର ଜୀବନ ବଦଳି ଯାଇଥାଏ । ବାପା, ମାଆଙ୍କୁ ଛାଡ଼ି ସେ ଏକ ନୂଆ ଘରେ ପ୍ରବେଶ କରିବା ସହ ନୂଆ ଦୁନିଆରେ ପାଦ ଦେଇଥାଏ । ବିବାହ ପରେ ବଦଳୁଥିବ ଜୀବନ ବିଷୟରେ ପିତାମାତା ନିଜର କନ୍ୟାଙ୍କୁ ଭଲଭାବେ ବୁଝାଇବା ଦରକାର । ପିତାମାତା ଏ ଦିଗରେ ସତର୍କ ହେଲେ, ଝିଅମାନେ ଆଗାମୀ ଦିନରେ ଅନେକ ସମସ୍ୟାକୁ ସହଜରେ ଏଡ଼ାଇ ପାରିବେ ।

– ବିବାହ ପରେ ଝିଅଟି ଶାଶୂ-ଶ୍ୱଶୁରଙ୍କୁ ନିଜର ପିତାମାତାଙ୍କ ଆସନ ଦେବା ଦରକାର । ଏହାଫଳରେ ଶାଶୂ-ଶ୍ୱଶୁର ବୋହୂକୁ ନିଜର ଝିଅ ଭଳି ସ୍ନେହ କରିଥାନ୍ତି ।

– ଶାଶୂ-ଶ୍ୱଶୁରଙ୍କ ଛଡ଼ା ପରିବାରରେ ସ୍ୱାମୀ, ଦିଅର, ନଣନ୍ଦ ଆଦି ସମସ୍ତ ସଦସ୍ୟଙ୍କୁ ଆଦର କରିବାର ଉଚିତ । ଏହାଦ୍ୱାରା ସମସ୍ତେ ନିଜର ହୋଇ ଗୋଟିଏ ପରିବାରରେ ରହିଥାନ୍ତି । ଝିଅଟି ତା’ର ବାପଘରକୁ ତ୍ୟାଗ କରିବାର ଦୁଃଖକୁ ଭୁଲିଯାଇଥାଏ ।

– ଯେତେ କଠିନ ପରିସ୍ଥିତି ଆସୁ ପଛେ ଝିଅଟି ସର୍ବଦା ନିଜର ମାନ ସମ୍ମାନ, ଇଜ୍ଜତକୁ ବଜାୟ ରଖିବା ଉଚିତ । କାରଣ ଜଣେ ଯଦି ନିଜର ଇଜ୍ଜତ ନକରେ, ତାକୁ ସମାଜ ସମ୍ମାନ ଦେଇନଥାଏ ।

– କନ୍ୟାଟି ଶାଶୂ ଘରକୁ ନିଜର ଘର ବୋଲି ବିଚାର କରିବା ଦରକାର । ପରିବାରର ଦୁଃଖ, ସୁଖରେ ନିଜକୁ ସାମିଲ କରିବା ସହ ଘରର ସମସ୍ତ ଖର୍ଚ୍ଚର ହିସାବ ରଖିବା ଦରକାର । ପତିଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ସହଯୋଗ କରିବା ସହ ଘରର ଉନ୍ନତି ସକାଶେ ନିଜେ ଚେଷ୍ଟା କରିବା ଆବଶ୍ୟକ ।

Get real time updates directly on you device, subscribe now.