fbpx

ରୋଗର ଯମରାଜା ସଦୃଶ୍ୟ କାମ କରେ କଲରା

କଲରା ନାଁ ଶୁଣିଲା ପରେ ବହୁଲୋକଙ୍କ ମୁହଁ ଆମ୍ବିଳା ହୋଇଯାଏ । କାରଣ ଏହାର ସ୍ୱାଦ ପିତା ହୋଇଥିବାରୁ ବହୁ ଲୋକ ଏହା ଖାଇବାକୁ ପସନ୍ଦ କରନ୍ତିନାହିଁ । କିନ୍ତୁ ଆପଣ ଜାଣନ୍ତି କି, କଲରା କୌଣସି ଔଷଧଠାରୁ କମ୍ ନୁହେଁ । ବହୁ ରୋଗର ଯମରାଜା ସଦୃଶ୍ୟ କଲରା କାମ କରିଥାଏ । ତେବେ ଆସନ୍ତୁ ଜାଣିବା କଲରା କେଉଁ କେଉଁ ରୋଗକୁ ଦୂର କରିବାରେ ସାହାର୍ଯ୍ୟ କରେ…

୧-କଲରାରେ କ୍ୟାଲିସିୟମ, ଭିଟାମିନ୍, ଆଇରନ୍, ଫାଇବର ଆଦିର ଗୁଣ ରହିଛି । ଏହା ଖାଦ୍ୟ ହଜମ କରିବା ସାହାର୍ଯ୍ୟ କରିବା ସହ ଶରୀରରେ କ୍ୟାଲେରୀକୁ ଘଟାଇ ଓଜନ ହ୍ରାସ କରିବାରେ ସାହାର୍ଯ୍ୟ କରେ ।

୨-କିଡନୀ ଷ୍ଟୋନର ସମସ୍ୟା ଥିବା ବ୍ୟକ୍ତି କଲରା ଖାଇବା ଦରକାର । କାରଣଏଥିରେ ଆୟୁର୍ବେଦୀ ଗୁଣ ଥିବାରୁ ପଥର ଚୂନା ହୋଇ ୟୁରିନ୍ ଜରିଆରେ ଶରୀରରୁ ବାହାରକୁ ଆସିଥାଏ ।

୩-ବହୁ ପୁଷ୍ଟିକ ଗୁଣରେ ଭରପୂର କଲରା ଲିଭରକୁ ସୁସ୍ଥ ରଖିଥାଏ । ଏହା ସହ କ୍ୟାନ୍ସର ବା କର୍କଟ ରୋଗରେ ପୀଡିତ ଲୋକଙ୍କୁ ଏହା ବହୁ ସାହାର୍ଯ୍ୟ କରିଥାଏ ।

୪-ଡାଇବେଟିଜ୍ ବା ମେଦବହୁଳତା ରୋଗୀଙ୍କ ପାଇଁ କଲରା ବରଦାନ ସଦୃଶ୍ୟ କାମ କରିଥାଏ । ଏହା ଶରୀରରେ ସୁଗାର ଲେବଲକୁ କଣ୍ଟ୍ରୋଲ କରିଥାଏ । ତେବେ ନିୟମିତ କଲରା ଖାଇବା ଦ୍ୱାରା ଶ୍ୱାସ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ ।

Get real time updates directly on you device, subscribe now.