fbpx

ପ୍ରତିଦିନ କଞ୍ଚା ଲଙ୍କା ଖାଇବା ଦ୍ୱାରା କେଉଁ ସବୁ ଫାଇଦା ମିଳେ ଜାଣନ୍ତୁ

ସାଧାରଣତଃ କଞ୍ଚା ଲଙ୍କା ଖାଇବା ଦ୍ୱାରା ପାଟିକୁ ବହୁତୁ ରାଗ ଲାଗିଥାଏ। କିନ୍ତୁ ଆମେ ଖାଉଥିବା ଖାଦ୍ୟର ସ୍ୱାଦକୁ ଦ୍ୱିଗୁଣିତ କରିଦେଇଥାଏ। ପ୍ରାୟ କେତେକ ଲୋକ ଯାହା ବି ଖାଇଲେ କଞ୍ଚା ଲଙ୍କା ଖାଇଥାନ୍ତି।ସ୍ୱାସ୍ଥ୍ୟ ପାଇଁ ବି ଏହା ବେଶ୍ ଲାଭଦାୟକ ହୋଇଥାଏ। ଆସନ୍ତୁ ଜାଣିବା କଞ୍ଚା ଲଙ୍କା ଖାଇବା ଦ୍ୱାରା ଶରୀରକୁ କେଉଁ ସବୁ ଫାଇଦା ମିଳିଥାଏ।

କଞ୍ଚା ଲଙ୍କା ଖାଇବା ଦ୍ୱାରା ଏଥିରେ ଥିବା ଭିଟାମିନ୍ ‘ସି’ ଯନ୍ତ୍ରଣାରୁ ରକ୍ଷା ମିଳିବା ସହ  ମାଂସପେଶୀରେ ହେଉଥିବା ଯନ୍ତ୍ରଣାରୁ ଆରାମ ମିଳିଥାଏ।

କଞ୍ଚା ଲଙ୍କାରେ ଫାଇବର ଥିବାରୁ ହଜମ ପକ୍ରିୟାକୁ ଠିକ୍ ଭାବେ କରିଥାଏ।

କଞ୍ଚା ଲଙ୍କାରେ ପ୍ରଚୁର ମାତ୍ରାରେ ଭିଟାମିନ୍ ‘ସି’ ରହିଛି ଯାହା ଆଖି ଓ ତ୍ୱଚା ପାଇଁ ଲାଭଦାୟକ ହୋଇଥାଏ।

କଞ୍ଚା ଲଙ୍କା ଖାଇବା ଦ୍ୱାରା ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ହୋଇଥାଏ।

କଞ୍ଚାଲଙ୍କା ଶରୀରରୁ ଟକସିନ୍ ବାହାର କରିବାରେ ସାହାଯ୍ୟ କରିଥାଏ ଯାହାଦ୍ୱାରା ଚର୍ମ ଉଜ୍ବଳ ହେବାରେ ଲାଗିଥାଏ।

 

 

Get real time updates directly on you device, subscribe now.