fbpx

ତୁଳସୀ ପତ୍ର ଖାଇବା ଦ୍ୱାରା କଣ ସବୁ ଫାଇଦା ମିଳେ ଜାଣନ୍ତୁ

ଭାରତୀୟ ସଂସ୍କୃତି ଅନୁସାରେ ତୁଳସୀ ଗଛକୁ ମା ବୃନ୍ଦାବତୀ ଭାବେ ପୂଜା କରାଯାଇଥାଏ। ଏହାସହ ତୁଳସୀ ପତ୍ର ପ୍ରାୟେ ଶୁଭ କାର୍ଯ୍ୟରେ ଦରକାର ହୋଇଥାଏ। ଖାଲି ଏତିକି ନୁହେଁ ତୁଳସୀରେ ବହୁ ଔଷଧୀୟ ଗୁଣ ଭରି ହୋଇ ରହିଛି। ଆୟୁର୍ବେଦ ଅନୁସାରେ ଅନେକ ରୋଗର ଉପଚାର ତୁଳସୀ ପତ୍ର ଦ୍ୱାରା ହୋଇଥାଏ। ନିୟମିତ ତୁଳସୀ ପତ୍ର ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ। ଆସନ୍ତୁ ଜାଣିବା ତୁଳସୀ ପତ୍ର ଖାଇବା  ଦ୍ୱାରା କ’ଣ ସବୁ ଫାଇଦା ମିଳିଥାଏ।

ତୁଳସୀରେ ଥିବା methyl, Eugenol, Carriophilin  ଶରୀରରେ ଇନ୍‌ସୁଲିନ୍‌ର ମାତ୍ରା ଠିକ୍‌ ରହିବା ସହ ରକ୍ତ ସର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ ।

ତୁଳସୀ ରସ କୃମି, ବାନ୍ତି, ଆମ୍ୱିଳା ହାକୁଟି ପରି ପେଟ ରୋଗ ସମସ୍ୟାରୁ ମୁକ୍ତି ଦିଏ।

ତୁଳସୀ ପତ୍ରକୁ ପାଣିରେ ପକାଇ କିଛି ସମୟ ଫୁଟାଇ ଦେବା ପରେ ତୁଳସୀକୁ ପାଣିରୁ ଛାଣି ସେହି ପାଣିକୁ ଅଳ୍ପ ଅଳ୍ପ କରି ପିଅନ୍ତୁ। ଗଳାଦରଜ ସମସ୍ୟା ଦୂର ହୋଇଯିବ।

ତୁଳସୀରେ ଆଣ୍ଟି-ଅକ୍ସିଡେଣ୍ଟ ଓ ଆଣ୍ଟି-କାର୍ସିନୋଜୋନିକ ଥାଏ, ତେଣୁ ତୁଳସୀ ଖାଇବା ଦ୍ୱାରା ସ୍ତନ ଓ ମୁଖ କର୍କଟ ଆଶଙ୍କା କମିଯାଏ।

ମୁହଁ ଦୁର୍ଗନ୍ଧ ହେଉଥିଲେ ତୁଳସୀ ପତ୍ରକୁ ଚୋବାଇ ଖାଆନ୍ତୁ।

Get real time updates directly on you device, subscribe now.