fbpx

କଳା ସୂତା ବାନ୍ଧିବାର ଅଦ୍ଭୁତ ଫାଇଦା, ଜାଣନ୍ତୁ କ’ଣ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶରୀରରେ କଳା ସୂତା ବାନ୍ଧିବା ଦ୍ଵାରା ଚମତ୍କାର ଲାଭ ମିଳିଥାଏ । ବିଶ୍ୱାସ କରାଯାଏ ଯେ ବାୟୁମଣ୍ଡଳରେ ଥିବା ନକାରାତ୍ମକ ଶକ୍ତିକୁ ନଷ୍ଟ କରିବାର କଳା ସୂତା ସକ୍ଷମ ହୋଇଥାଏ । ଏହା ସହିତ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ମଧ୍ୟ ଶରୀରରେ କଳା ସୂତା ବନ୍ଧାଯାଏ । ଆପଣଙ୍କ ଡାହାଣ ଗୋଡ଼ର ଆଙ୍ଗୁଳିରେ କଳା ସୂତା ବାନ୍ଧିବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। କୁହାଯାଏ ଯେ ଯେଉଁମାନଙ୍କୁ ନାଭି ରୋଗ ହୋଇଥାଏ ସେମାନେ ଡାହାଣ ଗୋଡ଼ର ଆଙ୍ଗୁଠିରେ କଳା ସୂତା ବାନ୍ଧିଦିଅନ୍ତୁ । ଜାଣନ୍ତୁ ଏହାର ଫାଇଦା..

– କଳା ସୂତା ବାନ୍ଧିବା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ । ଯଦି ପେଟରେ ଯନ୍ତ୍ରଣା ଭୋଗୁଥିବେ ତେବେ କଳା ସୂତା ବାନ୍ଧିଲେ ଯନ୍ତ୍ରଣା ଦୂର ହୋଇଯାଏ । ଗୋଡରେ କଳା ସୂତା ବାନ୍ଧିବା ଦ୍ୱାରା ଗୋଡ ଯନ୍ତ୍ରଣା କମ୍ ହୋଇଥାଏ ।

Just tie black thread in toe to avoid problems | NewsTrack English 1

– କୁ ଦୃଷ୍ଟିରୁ ରକ୍ଷା କରିବା ପାଇଁ କଳା ସୂତାର ଅପାର ଶକ୍ତି ରହିଛି। କଳା ଯାଦୁରୁ କଳା ସୂତା ରକ୍ଷା କରିଥାଏ । ଶନି ଗ୍ରହ ମଧ୍ୟ କଳା ରଙ୍ଗ ସହିତ ଜଡିତ । ଶନି କଳା ରଙ୍ଗର କାରକ । ଏକ କଳା ସୂତା ପିନ୍ଧିବା ଦ୍ୱାରା ଶନି ଗ୍ରହ ରାଶିରେ ଦୃଢ ହୋଇଥାଏ । ଯାହା ଫଳରେ ଶନି ଦଶାରୁ ମୁକ୍ତି ମିଳେ ।

– ମଙ୍ଗଳବାର ଦିନ ଶରୀରରେ କଳା ସୂତା ବାନ୍ଧିବା ଅତ୍ୟନ୍ତ ଲାଭଦାୟକ। ଏହି ଦିନ ଡାହାଣ ଗୋଡରେ କଳା ସୂତା ବାନ୍ଧିବା ବିଶେଷ ଶୁଭଫଳ ମିଳେ । ଏହାର ପ୍ରଭାବ ଯୋଗୁଁ, ଆପଣଙ୍କର ଆର୍ଥିକ ଜୀବନ ସୁଖୀମୟ ହେବ ସହ ଘରକୁ ଧନ ଏବଂ ସମୃଦ୍ଧତା ଆସିବ ।

Get real time updates directly on you device, subscribe now.