fbpx
BSKY
BJD MC SKY
BJD YOUTH SKY

ନିର୍ବାଚନ ପରବର୍ତ୍ତୀ ହିଂସାର ଏନଏଚଆରସି ରିପୋର୍ଟ ବିରୋଧରେ ହାଇକୋର୍ଟରେ ପ୍ରମାଣପତ୍ର ଦାଖଲ କଲେ ପଶ୍ଚିମବଙ୍ଗ ସରକାର

ପଶ୍ଚିମବଙ୍ଗ ସରକାର କଲିକତା ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ପରେ ରାଷ୍ଟ୍ରୀୟ ମାନବାଧିକାରଙ୍କ ରିପୋର୍ଟ ବିରୋଧରେ ପ୍ରମାଣପତ୍ର ଦାୟର କରିଛନ୍ତି । ମାନବାଧିକାର କମିଶନଙ୍କ ରିପୋର୍ଟରେ କୁହାଯାଇଥିଲା ଯେ ବିଧାନସଭା ନିର୍ବାଚନ ପରେ ହୋଇଥିବା ହିଂସାରେ ସଂପୂର୍ଣ୍ଣ ଭାବେ ରାଜ୍ୟ ସରକାର ଦାୟୀ । ଆଉ ଏହାକ ନେଇ ପଶ୍ଚିମବଙ୍ଗ ସରକାର ଅଭିଯୋଗ କରିଥିଲେ ଲୋକମତ ହାସଲ କରି ନିର୍ବାଚିତ ହୋଇଥିବା ସରକାରଙ୍କୁ ବଦନାମ କରିବା ପାଇଁ ଚେଷ୍ଟା କରାଯାଉଛି । ରାଜ୍ୟ ସରକାର କହିଛନ୍ତି ମେ ୨ରେ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ରାଜ୍ୟରେ କେଉଁଠି ବି ହିଂସକ ପରିସ୍ଥିତି ନହେଉ ଏନେଇ ସବୁ ଉପାୟ ଆପଣାଇଥିଲେ ।

ପଶ୍ଚିମବଙ୍ଗ ସରକାର ହାଇକୋର୍ଟରେ ୯୫ ପୃଷ୍ଠାର ପ୍ରମାଣପତ୍ର ଦାଖଲ କରିଛନ୍ତି । ଗୃହ ସଚିବ ବି.ପି. ଗୋପାଳିକା କହିଛନ୍ତି ଏନଏଚଆରସିର ରିପୋର୍ଟ ଶାସନରେ ଥବା ସରକାରଙ୍କ ବରୋଧରେ ପ୍ରସ୍ତୁତ କରାଯାଇଛି ଏବଂ ଜାଣିଶୁଣି ରାଜ୍ୟ ସରକାରଙ୍କୁ ବଦନାମ କରିବା ପାଇଁ ରିପୋର୍ଟ ପ୍ରସ୍ତୁତ କରାଯାଇଛି । ରାଜ୍ୟ ସରକାର ଅଭିଯୋଗ କରିଛନ୍ତି ଏନଏଚଆରସି ସମିତିର ବିଜେପି ସହ ଭଲ ସମ୍ପର୍କ ରହିଛି ଏବଂ ଏହି କାରଣରୁ ଶାସନରେ ଥିବା ସରକାରଙ୍କୁ ବଦନାମ କରିବା ପାଇଁ ଏମିତି କରାଯଇଛି । ସରକାର ଯାଞ୍ଚ କରୁଥିବା ସମିତିରେ ବିଜେପି ନେତା ଆତିଫ ରାସିଦଙ୍କୁ ପ୍ୟାନେଲରେ ସାମିଲ୍ କରିବା ନେଇ ପ୍ରଶ୍ନ ଉଠାଇଥିଲେ ।

ବିଧାନସଭା ନିର୍ବାଚନ ପରେ ହିଂସା ଘଟଣାର ଅନୁସନ୍ଧାନ କରି କମିଟି ଜୁଲାଇ ୧୨ରେ ହାଇକୋର୍ଟରେ ୫୦ ପୃଷ୍ଠାର ରିପୋର୍ଟ ଦାଖଲ କରିଥିଲା । ଏଥିରେ କୁହାଯାଇଥିଲା ମେ ୨ରୁ ଜୁନ ୨୦ ମଧ୍ୟରେ ଅତି କମରେ ୧୯୩୪ଟି ଅଭିଯୋଗ ଦାଖଲ ହୋଇଛି । ଯେଉଁଥିରେ ୨୯ଟି ହତ୍ୟା ୧୨ ଯୌନ ନିର୍ଯ୍ୟାତନା, ବଳାକ୍ରାର ମାମଲା ଏବଂ ପ୍ରାୟ ୯୩୦ ଡକାୟତି ମାମଲା ଅନ୍ତର୍ଭୁକ୍ତ ରହିଛି । ରିପୋର୍ଟରେ ଆଇନ ଶୃଙ୍ଖଳା ଉପରେ ମଧ୍ୟ ଗୁରୁତର ପ୍ରଶ୍ନ ଉଠିଛି ।

ସେପଟେ ଏନଏଚଆରସିର ସରକାରଙ୍କ ଉପରେ ଲଗାଯାଇଥିବା ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି ରାଜ୍ୟ ସରକାର । ନିର୍ବାଚନ ପରେ ହୋଇଥିବା ହିଂସାକୁ ମନା କରିଛନ୍ତି । ସରକାର ଏନଏଚଆରସିର ସେହି ଦାବିକୁ ମଧ୍ୟ ଅଗ୍ରାହ୍ୟ କରିଛନ୍ତି ଯେଉଁଥିରେ କୁହାଯାଇଥିଲା ଯେ ହିଂସାକାଣ୍ଡରେ ଶିକାର ହୋଇଥିବା ଲୋକମାନେ ପୋଲିସକୁ ମଧ୍ୟ ଡରୁଥିଲେ ।

Get real time updates directly on you device, subscribe now.