fbpx

ପିଜ୍ଜା ଖାଇଲେ ଚାନୁ; ଫଟୋ ଶେୟାର କଲେ ଆଇନ ମନ୍ତ୍ରୀ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜୟିନୀ ମୀରାବାଇ ସାଇଖୋମ ଚାନୁଙ୍କ ଦୀର୍ଘଦିନର ଇଚ୍ଛା ପୂରଣ ହୋଇଛି । ରୌପ୍ୟ ପଦକ ବିଜୟୀ ହେବା ପରେ ସେ ବର୍ତ୍ତମାନ ପିଜା ଖାଇ ପାରିବେ ବୋଲି ଚାନୁ ଘୋଷଣା କରିଥିଲେ । ଏପରିକି ଡୋମିନୋସ ପକ୍ଷରୁ ଜୀବନସାରା ମାଗଣା ପିଜ୍ଜା ପ୍ରଦାନ କରାଯିବା ନେଇ ମଧ୍ୟ ଘୋଷଣା କରାଯାଇଥିଲା । ମଙ୍ଗଳବାର ଚାନୁ ପୂର୍ବତନ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତଥା ବର୍ତ୍ତମାନର ଆଇନ ମନ୍ତ୍ରୀ କିରେଣ ରିଜିଜ୍ଜୁଙ୍କ ସହିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଭାରୋତ୍ତଳନରେ ୨୧ ବର୍ଷର ପଦକ ମରୁଡି ଶେଷ କରିଥିବା ଚାନୁ ରିଜିଜ୍ଜୁଙ୍କ ସହିତ ଏକତ୍ର ପିଜ୍ଜା ଖାଇଥିଲେ । ଅଲିମ୍ପିକ୍ସକୁ ଦୃଷ୍ଟିରେ ରଖି ଚାନୁ ଡାଏଟରେ ରହିଥିଲେ । ଓଜନ ନିୟନ୍ତ୍ରଣ କରିବା ପାଇଁ ସେ ପିଜ୍ଜା ଖାଇବା ବନ୍ଦ କରି ଦେଇଥିଲେ । ପଦକ ହାସଲ ପରେ ଏଣିକି ସେ ପିଜ୍ଜା ଖାଇପାରିବେ ବୋଲି କହିଥିଲେ ଚାନୁ । ୨୦୧୬ ରିଓରେ ୨୬ ବର୍ଷୀୟ ଚାନୁଙ୍କ ଖରାପ ପ୍ରଦର୍ଶନ ପରେ ଚାରିଆଡୁ ସମାଲୋଚନା କରାଯାଇଥିବା ବେଳେ ବର୍ତ୍ତମାନ ସୁନା ଝିଅ ଚାନୁଙ୍କ ପାଇଁ ପ୍ରଶଂସାର ସୁଅ ଛୁଟିଛି ।

Get real time updates directly on you device, subscribe now.