fbpx
BSKY SKY
BSKY SKY

ବେଙ୍ଗାଲୁରୁ କାଫେ ବିସ୍ଫୋରଣ ମାମଲା; ଅପରାଧୀ ବିଷୟରେ ସୂଚନା ଦେଲେ ୧୦ଲକ୍ଷ ଟଙ୍କା ପୁରସ୍କାର ଦେବ NIA

BSKY

ବେଙ୍ଗାଲୁରୁ: ରାମେଶ୍ୱର କ୍ୟାଫେ ବିସ୍ଫୋରଣ ମାମଲାରେ ୱାଣ୍ଟେଡ ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେଲେ ପୁରସ୍କାର ଦେବ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) । ଏନ୍ ଆଇଏ କହିଛି ଯେ, ୱାଣ୍ଟେଡ୍ ବ୍ୟକ୍ତିଙ୍କ ବିଷୟରେ ସୂଚନା ଦେଲେ ଉକ୍ତ ବ୍ୟକ୍ତିଙ୍କୁ ୧୦ ଲକ୍ଷ ଟଙ୍କା ଦିଆଯିବ। ଶୁକ୍ରବାର ଅପରାହ୍ନରେ ରାମେଶ୍ୱରମ୍ କ୍ୟାଫେରେ କମ୍ ତୀବ୍ରତା ବିଶିଷ୍ଟ ଆଇଇଡି ବିସ୍ଫୋରଣରେ ୯ ଜଣ ଆହତ ହୋଇଥିଲେ। କାଫେରେ ବିସ୍ଫୋରଣ ଅପରାହ୍ନ ପ୍ରାୟ ୧ ଟା ସମୟରେ ଘଟିଥିଲା। ସେହି ସମୟ ମଧ୍ୟରେ ସାଧାରଣତଃ ଭିଡ଼ ଦେଖିବାକୁ ମିଳିଥିଲା।

ପାଞ୍ଚ ସେକେଣ୍ଡ ବ୍ୟବଧାନରେ ରାମେଶ୍ୱରମ୍ କାଫେରେ ଦୁଇଟି ବିସ୍ଫୋରଣ ହୋଇଥିଲା। ବେଙ୍ଗାଲୁରୁ ପୁଲିସ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ଏବଂ ବିସ୍ଫୋରକ ପଦାର୍ଥ ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରିଥିଲା। ଏନଆଇଏ ଜଣେ ସନ୍ଦିଗ୍ଧଙ୍କ ଫଟୋ ମଧ୍ୟ ଜାରି କରିଛି। ଯିଏ ଏହି ଅପରାଧୀର ପରିଚୟ ଦେବ, ତାଙ୍କ ପରିଚୟ ମଧ୍ୟ ଗୋପନ ରଖାଯିବ ବୋଲି ଏନଆଇଏ କହିଛି।

 

Get real time updates directly on you device, subscribe now.