fbpx
BJD SKY
BJD SKY

ଶେଷ ମ୍ୟାଚରେ ବାଦ୍ ପଡ଼ିଲେ ସଙ୍କଟମୋଚକ: ପଞ୍ଚମ ଟେଷ୍ଟ ପାଇଁ ଘୋଷଣା ହେଲା ପ୍ଲେଇଙ୍ଗ-୧୧

BJD

ନୂଆଦିଲ୍ଲୀ: ମାର୍ଚ୍ଚ ୭ ତାରିଖରୁ ଭାରତ-ଇଂଲଣ୍ଡ ମଧ୍ୟରେ ସିରିଜର ପଞ୍ଚମ ତଥା ଶେଷ ମ୍ୟାଚ ଖେଳାଯିବ । ଭାରତ ଏହି ସିରିଜକୁ ୩-୧ରେ କବଜା କରି ସାରିଥିବା ବେଳେ ଏହି ମ୍ୟାଚକୁ ମଧ୍ୟ ବିଜୟ ଲକ୍ଷ୍ୟରେ ଓହ୍ଲାଇବ ଟିମ ଇଣ୍ଡିଆ । ସେପଟେ ଇଂଲଣ୍ଡ ମଧ୍ୟ ସମ୍ମାନ ବଞ୍ଚାଇବା ପାଇଁ ମ୍ୟାଚରେ ବିଜୟୀ ହେବା ଲକ୍ଷ୍ୟରେ ରହିଛି । ଏଥିପାଇଁ ଅନ୍ତିମ ମ୍ୟାଚ୍ ପୂର୍ବରୁ ଦଳ ଘୋଷଣା କରିଛନ୍ତି ଅଧିନାୟକ ବେନ୍ ଷ୍ଟୋକ୍ସ । କିନ୍ତୁ ଚତୁର୍ଥ ମ୍ୟାଚରେ ଦଳ ପାଇଁ ସଂକଟମୋଚକ ସାଜିଥିବା ଖେଳାଳି ଏହି ମ୍ୟାଚରୁ ବାଦ୍ ପଡ଼ିଛନ୍ତି ।

ଧର୍ମଶାଳାରେ ଖେଳାଯିବାକୁ ଥିବା ଭାରତ ବିପକ୍ଷ ଶେଷ ଟେଷ୍ଟ ମ୍ୟାଚ ପାଇଁ ଦଳ ଘୋଷଣା କରିଛି ଇଂଲଣ୍ଡ । ତେବେ ଏହି ଦଳରେ ଗୋଟିଏ ପରିବର୍ତ୍ତନ କରିଛନ୍ତି ଅଧିନାୟକ ବେନ୍ ଷ୍ଟୋକ୍ସ । ଶେଷ ମ୍ୟାଚ ପାଇଁ ଦଳକୁ ଷ୍ଟାର ବୋଲର ମାର୍କ ଉଡ୍ କମବ୍ୟାକ କରୁଛନ୍ତି । ତାଙ୍କ ସ୍ଥାନରେ ଦଳରୁ ବାଦ୍ ପଡ଼ିଛନ୍ତି ଚତୁର୍ଥ ମ୍ୟାଚର ସଂକଟମୋଚକ ଓଲି ରବିନସନ୍ । ଚତୁର୍ଥ ଟେଷ୍ଟରେ ଇଂଲଣ୍ଡ ସଂଘର୍ଷ କରୁଥିବା ବେଳେ ନବମ ସ୍ତାନରେ ଆସି ୫୮ ରନର ଦମଦାର ଇନିଂସ ଖେଳିଥିଲେ ରବିନସନ୍ । ଓଲି ପୋପଙ୍କ ସହ ତାଙ୍କର ଭାଗିଦାରୀ ଇଂଲଣ୍ଡକୁ ବିପଦରୁ ରକ୍ଷା କରିଥିଲା । ତେବେ ଏଭଳି ଗୁରୁତ୍ୱପୂର୍ଣ୍ଣ ଇନିଂସ ପରେ ମଧ୍ୟ ଷ୍ଟୋକ୍ସ ତାଙ୍କୁ ଦଳରୁ ବାଦ୍ ଦେଇଛନ୍ତି ଏବଂ ତାଙ୍କ ସ୍ଥାନରେ ମାର୍କ ଉଡଙ୍କୁ ଦଳରେ କମବ୍ୟାକ କରାଇଛନ୍ତି ।

ପଞ୍ଚମ ଟେଷ୍ଟ ପାଇଁ ଇଂଲଣ୍ଡର ପ୍ଲେଇଙ୍ଗ-୧୧: ବେନ୍ ଷ୍ଟୋକ୍ସ(ଅଧିନାୟକ), ଜ୍ୟାକ୍ କ୍ରଲି, ବେନ୍ ଡକେଟ୍, ଓଲି ପୋପ୍, ଜୋ ରୁଟ୍, ଜନି ବେୟାରଷ୍ଟୋ, ବେନ୍ ଫୋକ୍ସ, ଟମ୍ ହାର୍ଟଲେ, ମାର୍କ ଉଡ୍, ଜେମ୍ସ ଆଣ୍ଡରସନ୍, ଶୋଏବ ବଶୀର ।

Get real time updates directly on you device, subscribe now.