fbpx
BJD SKY
BJD SKY

ବଡ଼ ଖବର; ରାଜନୀତି ଜଗତରେ ନୂଆ ମାଷ୍ଟରଷ୍ଟ୍ରୋକ: ବିଜେଡି-ବିଜେପି ଭିତରେ ମହା ଗଠବନ୍ଧନ!

BJD

ଭୁବନେଶ୍ୱର: ଲୋକସଭା ନିର୍ବାଚନ ପୂର୍ବରୁ ରାଜନୀତି ମାହୋଲ ସରଗରମ ହୋଇଛି । ନିର୍ବାଚନି ପ୍ରଚାର ପୂର୍ବରୁ ଜୋର ଧରିଛି ମିଶ୍ରଣ ପର୍ବ । ତେବେ ମୋଦୀଙ୍କ ଓଡ଼ିଶା ଗସ୍ତ ପରେ ଆଉ ଏକ ପ୍ରସଙ୍ଗ ଏବେ ରାଜନୀତି ମାହୋଲରେ ଚହଳ ସଷ୍ଟି କରିଛି । ଦୁଇ ସର୍ବଶ୍ରେଷ୍ଠ ଦଳ ମଧ୍ୟରେ ହୋଇପାରେ ମହାମିଶ୍ରଣ । ଦୁଇ ଶକ୍ତିଶାଳୀ ଦଳ ବିଜେଡି ବିଜେପି ଉଭୟ ଦଳ ଏକ ହେବା ନେଇ ଏବେ ରାଜନୀତି ଜଗତରେ ଚର୍ଚ୍ଚାର ବିଷୟ ପାଲଟିଛି । କେନ୍ଦ୍ର ଏବଂ ରାଜ୍ୟ ସରକାର ମଧ୍ୟରେ ହୋଇପାରେ ମହାମେଣ୍ଟ ।

ଗତକାଲି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡ଼ିଶା ଗସ୍ତ ପରେ ଆଜି ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ କରୁଛି ବିଜେଡି । ଦଳର ବରିଷ୍ଠ ତଥା ପୁରୁଖା ନେତାଙ୍କ ଉପସ୍ଥିତିରେ ଏହି ବୈଠକ ଜାରି ରହିଛି । ସେପଟେ ରାଜଧାନୀ ଦିଲ୍ଲୀରେ ମଧ୍ୟ ଭାରତୀୟ ଜନତା ପାର୍ଟିର ବୈଠକ ଆରେମ୍ଭ ହୋଇଯାଇଛି । ନିର୍ବାଚନ ପୂର୍ବରୁ ଅଚାନକ ଉଭୟ ଦଳ ଏଭଳି ଆକ୍ଟିଭ ହେବା ଏବଂ ଏକାସାଙ୍ଗରେ ଉଭୟ ଦଳର ବୈଠକ ମହାମେଣ୍ଟକୁ ଇସାରା କରୁଛି ବୋଲି କୁହାଯାଉଛି । ପ୍ରତି ଥର ବିରୋଧୀ ଭାବେ ଲଢୁଥିବା ବିଜେପି ଏବଂ ବିଜେଡି ଏଥର ଲୋକସଭା ନିର୍ବାଚନରେ ଏକାଠି ହୋଇ ନିର୍ବାଚନୀ ମଇଦାନକୁ ଓହ୍ଲାଇବେ ବୋଲି ଆଲୋଚନା ହେଉଛି । ତେବେ ଏହାକୁ ନେଇ ଅନ୍ୟ ରାଜନୈତିକ ଦଳ ଭିତରେ ଭାଳେଣି ପଡ଼ିଛି ।

ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଦଳର ବରିଷ୍ଠ ନେତା-ମନ୍ତ୍ରୀ ଉପସ୍ଥିତ ରହିଛନ୍ତି । ମନ୍ତ୍ରୀ ରାଜା ସ୍ୱାଇଁ, ଟୁକୁନି ସାହୁ, ଅଶୋକ ପଣ୍ଡାଙ୍କ ସମେତ ଅତନୁ ନାୟକ, ପ୍ରଫୁଲ୍ଲ ମଲ୍ଲିକ, ଜଗନ୍ନାଥ ସାରକା ପ୍ରମୁଖ ଏହି ବୈଠକରେ ସାମିଲ ରହିଛନ୍ତି । ଏହାବ୍ୟତୀତ ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଦେବୀ ମିଶ୍ରଙ୍କ ସମେତ ପ୍ରଣବ ବଳବନ୍ତରାୟ, ସସ୍ମିତ ପାତ୍ର, ସଞ୍ଜୟ ଦାସବର୍ମା, ମାନସ ମଙ୍ଗରାଜ, ଏବଂ ପ୍ରଦୀପ ଅମାତ ମଧ୍ୟ ନବୀନ ନିବାସରେ ଆଲୋଚନା କରୁଛନ୍ତି । ଅନ୍ୟ ପକ୍ଷରେ ଦିଲ୍ଲୀରେ ମଧ୍ୟ ବିଜେପି କୋର୍ କମିଟି ବୈଠକ ଆରମ୍ଭ କରିଛି । ଓଡ଼ିଶା ସମ୍ପର୍କରେ ଆଲୋଚନା ନେଇ ବୈଠକ ଜାରି ରହିଥିବା ସୂଚନା ମିଳିଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ, ଧର୍ମେନ୍ଦ୍ର ପ୍ରଧାନ, ମୁଖପାତ୍ର ସମ୍ବିତ ପାତ୍ର ଏବଂ ରାଜ୍ୟ ସଂଗଠନ ସମ୍ପାଦକ ମାନସ ମହାନ୍ତି ପ୍ରମୁଖ ଏହି ବୈଠକରେ ଭାଗ ନେଇଛନ୍ତି ।

ତେବେ ୧୫ ବର୍ଷର ବିଚ୍ଛେଦ ପରେ ଚଳିତବର୍ଷ ପୁଣି ଏକାଠି ହୋଇପାରନ୍ତି ଶଙ୍ଖ-ପଦ୍ମ । ୧୫ ବର୍ଷ ତଳେ ବିଜେଡି ଏବଂ ବିଜେପି ପରସ୍ପର ମଧ୍ୟରେ ଏହି ମେଣ୍ଟରୁ ଅଲଗା ହୋଇଥିଲେ । ବିଜେଡି ବିଜେପି ସହ ଏହି ମେଣ୍ଟକୁ ଭାଙ୍ଗି ଅଲଗା ହୋଇଥିଲା । ବର୍ତ୍ତମାନ ପୁଣିଥରେ ଉଭୟ ଏକାଠି ହୋଇ ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତ ଥିବା ରାଜନୀତି ମହଲରେ ଚର୍ଚ୍ଚା ହେଉଛି । ୧୯୯୮ ମସିହାରୁ ଆରମ୍ଭ ହୋଇଥିବା ଶଙ୍ଖ-ପଦ୍ମ ଯୋଡ଼ି ୧୧ ବର୍ଷ ପରେ ୨୦୦୯ ମସିହା ମାର୍ଚ୍ଚ ୯ ତାରିଖରେ ବିଜେଡି-ବିଜେପି ମଧ୍ୟରେ ମେଣ୍ଟ ଭାଙ୍ଗି ଯାଇଥିଲା । ତେବେ ମେଣ୍ଟ ଭାଙ୍ଗିବା ପରେ ଉଭୟ ଦଳ ୨ ଥର ମିଳିତ ସରକାର ଗଢିବାରେ ସଫଳ ହୋଇଥିଲେ । ଚଳିତବର୍ଷ ପୁଣିଥରେ ସେହି ଘଟଣାର ପୁନରାବୃତ୍ତି ହେବ ବୋଲି ଅନୁମାନ କରାଯାଉଛି । ତେବେ ଏ ନେଇ ଉଭୟ ଦଳ ପକ୍ଷରୁ କୌଣସି ଘୋଷଣା କରାଯାଇ ନାହିଁ ।

Get real time updates directly on you device, subscribe now.