fbpx

ରାମେଶ୍ୱରମ କାଫେ ବିସ୍ଫୋରଣ ମାମଲାରେ NIA କୁ ମିଳିଲା ବଡ଼ ସଫଳତା, ଜଣେ ସନ୍ଦିଗ୍ଧକୁ ହେପାଜତରେ ନିଆଗଲା

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଫେମସ ‘ଦ ରାମେଶ୍ୱରମ କାଫେ’ରେ ହୋଇଥିବା ବିସ୍ଫୋରଣ ମାମଲାରେ ଏନଆଇଏକୁ ବଡ଼ ସଫଳତା ମିଳିଛି । ଏନଆଇଏ ରାମେଶ୍ୱରମ କାଫେରେ ଘଟିଥିବା ବିସ୍ଫୋରଣ ମାମଲାରେ ଜଣେ ସନ୍ଦିଗ୍ଧକୁ ହେପାଜତରେ ନେଇଛି । ବ୍ୟକ୍ତିଙ୍କ ନାମ ଶବୀର ବୋଲି ଜଣାପଡିଛି ଏବଂ ସେ ବେଲ୍ଲାରୀର କୌଲ ବଜାର ଅଞ୍ଚଳର ବୋଲି କୁହାଯାଉଛି ।

ଏନଆଇଏ ଦ୍ୱାରା ହେପାଜତରେ ନିଆଯାଇଥିବା ଶବୀର ତୋରାଙ୍ଗଲରେ ଏକ ପ୍ରାଇଭେଟ କମ୍ପାନୀରେ କାମ କରୁଥିଲା । ୧ ମାର୍ଚ୍ଚ ସକାଳ ୯.୧୦ ସୁଦ୍ଧା ବୁଡା କମ୍ପେଲକ୍ସ ପାଖରେ ତାଙ୍କର ଭେଟ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସହ ହୋଇଥିଲା । ଏହି ସମସ୍ତ ସନ୍ଦେହ ଆଧାରରେ ଏନଆଇଏର ଅଧିକାରୀମାନେ ସନ୍ଦିଗ୍ଧଙ୍କୁ ଆଜି ହେପାଜତରେ ନେଇଛନ୍ତି । ବେଙ୍ଗାଲୁରୁର ରାମେଶ୍ୱରମ କାଫେରେ ହୋଇଥିବା ବୋମା ବିସ୍ଫୋରଣ ମାମଲାରେ ଏନଆଇଏର ଅଧିକାରୀ ଯାଞ୍ଚ ଜାରି ରଖିଛନ୍ତି । ତେବେ ଅନେକ ସିସିଟିଭି ଯାଞ୍ଚ ପରେ ଜାତୀୟ ତଦନ୍ତ ଏଜେନ୍ସିର ଜଣେ ଅଧିକାରୀ କହିଛନ୍ତି ଯେ, କାଫେ ବ୍ଲାଷ୍ଟ ପରେ ସନ୍ଦିଗ୍ଧ ଅନେକ ଥର ନିଜ ରୂପ ବଦଳାଇଥିଲା ।

ମିଡିଆ ରିପୋର୍ଟ ଅନୁଯାୟୀ, ଏନଆଇଏର ଅଧିକାରୀ କହିଛନ୍ତି ଯେ, ସନ୍ଦିଗ୍ଧ ଆକ୍ରମଣକାରୀ ବେଲ୍ଲାରୀ ନ୍ୟୁ ବସ ଷ୍ଟାଣ୍ଡରୁ ବୁଡା କମ୍ପେଲକ୍ସ ପାଖକୁ ଏକ ଅଟୋରେ ଆସିଥିଲା ଏବଂ ସେଠାରେ ଓହ୍ଲାଇବା ପରେ ଶବୀରଙ୍କ ସହ ଭେଟିଥିଲା । କର୍ଣ୍ଣାଟକର ଗୃହ ମନ୍ତ୍ରୀ ଜୀ. ପରେମେଶ୍ୱର ପ୍ରଥମେ କହିଥିଲେ ଯେ, ବେଙ୍ଗାଲୁରୁ ସହରର ଏକ କାଫେରେ ମାର୍ଚ୍ଚ ୧ ତାରିଖରେ ଘଟିଥିବା ବିସ୍ଫୋରଣର ଯାଞ୍ଚ କରାଯାଉଥିବା ଆତଙ୍କବାଦୀଙ୍କୁ ପରିଚିତ କରାଯାଇଛି ଏବଂ ତାଙ୍କୁ ଗିରଫ କରିବାର ପ୍ରସ୍ତୁତି ଚାଲିଛି । ଏନଆଇଏ ଯେଉଁ ବ୍ୟକ୍ତିଙ୍କୁ ହେପାଜତରେ ନେଇଛି ତାଙ୍କୁ ପଚରାଉଚରା କରାଯାଉଛି ।

୧ ମାର୍ଚ୍ଚରେ ବେଙ୍ଗାଲୁରୁର ଫେମସ ରାମେଶ୍ୱରମ କାଫେରେ ଆଇଡି ବ୍ଲାଷ୍ଟ ହୋଇଥିଲା । ଏହି ଆକ୍ରମଣରେ ୧୦ ଜଣ ଆହତ ହୋଇଯାଇଥିଲେ । ବିସ୍ଫୋରଣରେ ଏକ ଟାଇମରର ବ୍ୟବହାର କରି ଆଇଇଡି ବୋମାକୁ ଟ୍ରିଗର କରାଯାଇଥିଲା । ଏହି ଘଟଣା ପରେ ପୋଲିସ ଅନେକ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା । ଯେଉଁଥିରେ ମୁଖ୍ୟ ସନ୍ଦିଗ୍ଧ ଦେଖାଯାଉଥିବା ନଜର ଆସିଛି । ସନ୍ଦିଗ୍ଧର ବୟସ ୩୦ ବର୍ଷ ବୋଲି ଅନୁମାନ କରାଯାଉଛି । ସେହି ଯୁବକ କାଫେ ଭିତରେ ଇଡଲୀର ଏକ ପ୍ଲେଟ ଆଣୁଥିବା ଦେଖାଯାଉଛି । ତାଙ୍କ କାନ୍ଧରେ ଏକ ବ୍ୟାଗ ଥିଲା । ଏକ ଅନ୍ୟ ସିସିଟିଭି ଫୁଟେଜରେ ସେହି ସନ୍ଦିଗ୍ଧ ବ୍ୟାଗ ନେଇ କାଫେ ଭିତରକୁ ଯିବା ଦେଖାଯାଇଥିଲା ।

Get real time updates directly on you device, subscribe now.