fbpx

ନିର୍ବାଚନ ଲଢ଼ିବେ ଭୋଜପୁରୀ ସୁପରଷ୍ଟାର ପୱନ ସିଂହ, ‘ଏକ୍ସ’ରେ ଶେୟାର କଲେ ପୋଷ୍ଟ

ପାଟନା: ଭୋଜପୁରୀ ସିନେ ଇଣ୍ଡଷ୍ଟ୍ରିର ପାୱର ଷ୍ଟାର ପୱନ ସିଂହଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ବର୍ତ୍ତମାନ ସେ ନିର୍ବାଚନ ଲଢ଼ିବା ନେଇ ନିଷ୍ପତ୍ତି ନେଇଛନ୍ତି । ଏନେଇ ପୱନ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରି ସୂଚନା ଦେଇଛନ୍ତି । ତେବେ ସେ କେଉଁଠୁ ଏବଂ କେଉଁ ଆସନରୁ ନିର୍ବାଚନ ଲଢ଼ିବେ ସେ ନେଇ କୌଣସି ସରକାରୀ ସୂଚନା ମିଳିନି ।

ଭୋଜପୁରୀ ସୁପରଷ୍ଟାର ପୱନ ସିଂହ ‘ଏକ୍ସ’ରେ ଏକ ପୋଷ୍ଟ କରି ଲେଖିଛନ୍ତି,‘ମୁଁ ସମାଜ, ଜନତା ଜର୍ନାର୍ଦ୍ଦନ ଏବଂ ମାଆକୁ ଦେଇଥିବା ପ୍ରତିଶ୍ରୁତି ପୁରଣ କରିବା ପାଇଁ ନିର୍ବାଚନ ଲଢ଼ିବି । ଆପଣ ସମସ୍ତଙ୍କର ଆଶୀର୍ବାଦ ଏବଂ ସହଯୋଗ ଆଶା କରୁଛି । ଜୟ ମାତା ଦି ।’ ତେବେ ସୁତ୍ରରୁ ପ୍ରକାଶ ଯେ ପୱନ ବିଜେପି ଛାଡ଼ି ଅନ୍ୟ ଦଳରେ ସାମିଲ ହୋଇପାରନ୍ତି । ସେ କେବଳ ବିହାରରୁ ହିଁ ନିର୍ବାଚନ ଲଢ଼ିବାକୁ ଚାହାଁନ୍ତି ବୋଲି ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସାକ୍ଷାତ କରି କହିଥିଲେ ।

Get real time updates directly on you device, subscribe now.