fbpx

ଛାତ୍ର କଂଗ୍ରେସ- ପୋଲିସ ଧସ୍ତାଧସ୍ତି, ବିଭିନ୍ନ ଦାବି ନେଇ ଛାତ୍ର କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର: କଲେଜରେ ଶିକ୍ଷକ ଅଭାବ, ପରୀକ୍ଷାରେ ବିଭ୍ରାଟ ଭଳି ଅନେକ ସମସ୍ୟାକୁ ନେଇ ରାଜରାସ୍ତାରେ ଓହ୍ଲାଇଛନ୍ତି ଛାତ୍ର କଂଗ୍ରେସ । ରାଜଧାନୀର ରାଜମହଲ ଛକରୁ ଶିଶୁ ଭବନ ଛକ ପର୍ଯ୍ୟନ୍ତ ଏକ ବିରାଟ ରାଲି କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ରାଲିରେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ସହ ଅନେକ ଛାତ୍ରନେତାମାନେ ସାମିଲ ହୋଇଛନ୍ତି ।

ସୂଚନାରୁ ପ୍ରକାଶ ଛାତ୍ର କଂଗ୍ରେସ କର୍ମୀମାନେ ଏକ ଶୋଭାଯାତ୍ରାରେ କଂଗ୍ରେସ ଭବନରୁ ନବୀନ ନିବାସ ଅଭିମୁଖେ ଯାଉଥିଲେ । ତେବେ ଶିଶୁ ଭବନ ଛକ ନିକଟରେ ବ୍ୟାରିକେଡ୍ ଭାଙ୍ଗି ନବୀନ ନିବାସ ଅଭିମୁଖେ ଯିବା ପାଇଁ ଉଦ୍ୟମ ବେଳେ ଛାତ୍ର କଂଗ୍ରେସ ନେତାଙ୍କୁ ଅଟକାଇଲା ପୋଲିସ । ଫଳରେ ପୋଲିସ ସହ ଛାତ୍ର କଂଗ୍ରେସ ନେତାଙ୍କ ଠେଲାପେଲା ହୋଇଥିଲା । ଏପରିକି ଛାତ୍ର କଂଗ୍ରେସ ନେତା ପୋଲିସ ଉପରକୁ ଟମାଟୋ ମାଡ଼ କରିଥିବା ଦେଖିବାକୁ ମିଳିଥିଲା । କିଛି ସମୟ ପାଇଁ ଶିଶୁଭବନ ଛକରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାପରେ କିଛି ଛାତ୍ର କଂଗ୍ରେସ କର୍ମୀଙ୍କୁ ଉଠାଇ ନେଇଥିଲା ପୋଲିସ ।

Get real time updates directly on you device, subscribe now.