fbpx

ନିର୍ମଳା ସୀତାରମଣଙ୍କ ବିରୋଧରେ FIR ନିର୍ଦ୍ଦେଶ ଦେଇଛନ୍ତି ବେଙ୍ଗାଲୁରୁ କୋର୍ଟ, ଜାଣନ୍ତୁ ପୁରା ମାମଲା

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବିରୋଧରେ ବେଙ୍ଗାଲୁରୁ କୋର୍ଟ FIR ନିର୍ଦ୍ଦେଶ ଦେଇଛନ୍ତି । ଇଲେକ୍ଟୋରାଲ ବଣ୍ଡ୍‌ସ ମାଧ୍ୟମରେ ଅର୍ଥମନ୍ତ୍ରୀ ଜବରଦସ୍ତି ଚାନ୍ଦା ଆଦାୟ କରୁଥିବା ଅଭିଯୋଗ ରହିଛି । ଜନାଧିକାର ସଂଘର୍ଷ ପରିଷଦ(JSP)ର ସହ ଅଧ୍ୟକ୍ଷ ଆଦର୍ଶ ଆୟର ବେଙ୍ଗାଲୁରୁରେ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଦାବି କରିଥିଲେ । ଅର୍ଥମନ୍ତ୍ରୀଙ୍କ ବ୍ୟତୀତ ଅନ୍ୟ ନେତାଙ୍କ ବିରୋଧରେ ମଧ୍ୟ ଏଫଆଇଆର ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।

ଆଦର୍ଶ ଆୟରଙ୍କ ଅଭିଯୋଗ ଅନୁଯାୟୀ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ନିର୍ବାଚନୀ ବଣ୍ଡ୍ ମାଧ୍ୟମରେ ଲୋକଙ୍କୁ ଡରାଇ, ଧମକାଇ ଜବରଦସ୍ତି ଚାନ୍ଦା ଆଦାୟ କରୁଥିଲେ । ସୂତ୍ରରୁ ପ୍ରକାଶ ଆବେଦନ ଉପରେ ଶୁଣାଣି କରି ACMM କୋର୍ଟ ବେଙ୍ଗାଲୁରୁର ତିଲକ ନଗର ପୋଲିସ ଷ୍ଟୋସନକୁ ଏହି ମାମଲାରେ ଏକ FIR ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ସହ FIRର ଏକ କପି ଏବଂ ରେକର୍ଡ଼ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । କହିରଖୁଛୁ ଅକ୍ଟୋବର ୧୦ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ ।

 

Get real time updates directly on you device, subscribe now.