ନର୍ସିଂ ଛାତ୍ରୀଙ୍କୁ ଘରୁ ଟେକିନେଇ ବଳାତ୍କାର କଲେ ଘର ମାଲିକ
ନର୍ସିଂ ଛାତ୍ରୀଙ୍କୁ ବଳାତ୍କାର, ଛାତ୍ରୀଙ୍କ ଅଭିଯୋଗ ପରେ ଅଭିଯୁକ୍ତ ଗିରଫ
ବେଙ୍ଗାଲୁରୁ: ନର୍ସିଂ ଛାତ୍ରୀଙ୍କୁ ବଳାତ୍କାର; ଛାତ୍ରୀଙ୍କ ଅଭିଯୋଗ ପରେ ଅଭିଯୁକ୍ତ ଗିରଫ। ବେଙ୍ଗାଲୁରୁରେ ଜଣେ କଲେଜ ଛାତ୍ରୀ ତାଙ୍କ ଘର ମାଲିକ ଆଶରଫଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। ଛାତ୍ରୀଙ୍କ ଅଭିଯୋଗ ପରେ ସ୍ଥାନୀୟ ଥାନାରେ ଏଫଆଇଆର ରୁଜୁ ହୋଇଛି ଏବଂ ଅଭିଯୁକ୍ତ ଆଶରଫଙ୍କୁ ପୋଲିସ ଗିରଫ କରିଛି।
ଛାତ୍ରୀ ଜଣଙ୍କ ଅଭିଯୋଗରେ କହିଛନ୍ତି ଯେ, ସେ ୧୦ ଦିନ ପୂର୍ବେ ଆଶରଫଙ୍କ ଘରେ ରହିବା ଆରମ୍ଭ କରିଥିଲେ। ଗତ ସୋମବାର ରାତି ୧୨ ଟାରେ ଆଶରଫ ତାଙ୍କ ରୁମକୁ ଆସି ଖାଦ୍ୟ ଓ ଅନ୍ୟାନ୍ୟ କାମ ପାଇଁ ସହଯୋଗ କରିବାକୁ କହିଥିଲେ।
ଛାତ୍ରୀ ମନା କରିବା ପରେ ଆଶରଫ ତାଙ୍କୁ ଜୋର କରି ଗାଡ଼ିରେ ଟାଣି ନେଇ ଏକ ରୁମକୁ ନେଇଥିଲେ ଏବଂ ସେଠାରେ ତାଙ୍କୁ ଦୁଷ୍କର୍ମ କରିଥିଲେ।
ଛାତ୍ରୀ ଜଣଙ୍କ ତାଙ୍କ ସାଙ୍ଗକୁ ଏହି ସବୁ ଘଟଣା ଫୋନ ଦ୍ୱାରା ଜଣାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ସଫଳ ହୋଇନଥିଲେ। ରାତି ପ୍ରାୟ ୧:୩୦ରୁ ୨:୧୫ ମଧ୍ୟରେ ଆଶରଫ ତାଙ୍କୁ ପୁଣି ରୁମରେ ଛାଡ଼ି ଦେଇଥିଲେ।
ଅଭିଯୋଗ ପରେ ପୋଲିସ ଏହି ମାମଲାରେ ତଦନ୍ତ ଜାରି ରଖିଛି ଏବଂ ଅଭିଯୁକ୍ତ ଆଶରଫଙ୍କୁ ହାଜତକୁ ପଠାଇଛି।