fbpx

କରୋନା ଛଡାଇନେଲା ଚାକିରୀ, ଆଉ ଏବେ ବନିଯାଇଛନ୍ତି ସେକ୍ସ ୱାର୍କର

ବାଙ୍ଗାଲୁରୁ, ୧୩ା୪ (ଓଡିଶା ଭାସ୍କର) : କରୋନା ମହାମାରୀ ଯୋଗୁଁ ସାରା ଦେଶରେ ଲକଡାଉନ୍ ଜାରି ହୋଇଥିଲା । ସେତେବେଳେ ଜଣେ ଯୁବକ ବିପିଓରେ କାମ କରୁଥିବା ବେଳେ ତାଙ୍କ ଚାକିରୀ ଚାଲି ଯାଇଥିଲା । ଆଉ ଏହାପରେ କାମ ଅଭାବରେ ଯୁବକ ଜଣକ କମର୍ସିୟାଲ ସେକ୍ସ ୱାର୍କର ହୋଇଯାଇଛନ୍ତି । ଏହା ତାଙ୍କ ସ୍ତ୍ରୀ ଏହି କଥା ଜାଣିବାପରେ ତାଙ୍କଠାରୁ ଛାଡପତ୍ର ମାଗିଛନ୍ତି ।

ସୁଚନା ଅନୁସାରେ, ୨୦୧୭ରେ ବାଙ୍ଗାଲୁରୁରେ ବିପିଓ ଅଫିସ କ୍ୟାଣ୍ଟିନରେ ଦୁହେଁ ପରସ୍ପରକୁ ଭେଟିଥିଲେ ଏବଂ ଭଲ ପାଇ ବସିଥିଲେ । ୨୦୧୯ରେ ଦୁହେଁ ବାହାହେବାକୁ ନିଷ୍ପତ୍ତି ନେଇଥିଲେ । ବାହା ହେବା ପରେ ସ୍ୱାମୀ-ସ୍ତ୍ରୀ ସୁବ୍ରମଣ୍ୟମନଗରରେ ଘର ଭଡା ନେଇ ରହୁଥିଲେ । ହେଲେ ସେମାନଙ୍କ ବାହାଘରର କିଛି ଦିନ ପରେ କରୋନା ଯୋଗୁଁ ଲକଡାଉନ ହୋଇଯାଇଥିଲା । ଏହାପରେ ଉକ୍ତ ଯୁବକଙ୍କ ଚାକିରୀ ଚାଲିଗଲା । ଆଉ ତାପରେ ସେ ନୁଆ ଚାକିରୀ ଖୋଜିବା ଆରମ୍ଭ କଲେ । ଏହା ଭିତରେ ସେ ଚାକିରୀ ପାଇଲେ କି ନାହିଁ ତାଙ୍କ ସ୍ତ୍ରୀଙ୍କୁ ଜଣାଇ ନଥିଲେ । ଏହାପରେ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କୁ ନିୟମିତ ଫୋନ୍ ଏବଂ ଲାପଟପ୍ ରେ ବ୍ୟସ୍ତ ରହୁଥିବା ଦେଖିବାକୁ ପାଇଲେ ଏବଂ ଅଧିକାଂଶ ସମୟ ଅନ୍ୟମନସ୍କ ରହୁଥିବା ଅନୁଭବ କଲେ । ଅଧିକାଂଶ ସମୟରେ ସେ ଘରୁ ବାହାରକୁ ମଧ୍ୟ ଯାଉଥିଲେ । ତେବେ କୁଆଡେ ଯାଉଛନ୍ତି କଣ କାମରେ ଯାଉଛନ୍ତି ନିଜ ପତ୍ନୀକୁ କିଛି କହୁନଥିଲେ ।

ହେଲେ ସ୍ୱାମୀର ଏହିସବୁ ଗତିବିଧି ଉପରେ ମହିଳାଙ୍କୁ ସନ୍ଦେହ ହୋଇଥିଲା । ଏହାପରେ ସେ ନିଜ ଭାଇ ସାହାଯ୍ୟରେ ସ୍ୱାମୀର ଲାପଟପ ଚେକ କରିଥିଲେ । ଲାପଟପରେ ତାଙ୍କୁ ଏକ ସିକ୍ରେଟ ଫୋଲ୍ଡର ମିଳିଥିଲା । ଉକ୍ତ ଫୋଲ୍ଡରରେ ଯୁବକଙ୍କର ଅନେକ ନଗ୍ନ ଓ ଅର୍ଦ୍ଧନଗ୍ନ ଫଟୋ ଥିବା ଦେଖିବାକୁ ପାଇଥିଲେ । ମହିଳା ଜାଣିବାକୁ ପାଇଲେ ଯେ ତାଙ୍କ ସ୍ୱାମୀ ଜଣେ ସେକ୍ସ ୱାର୍କର ଏବଂ ସେ ନିଜ କ୍ଲାଇଣ୍ଟ ଠାରୁ ଘଣ୍ଟାକ ହିସାବରେ ୩ ହଜାରରୁ ୫ ହଜାର ଟଙ୍କା ଚାର୍ଜ କରୁଥିଲେ । ଏହି କଥା ତାଙ୍କ ସ୍ୱାମୀ ତାଙ୍କ ଠାରୁ ଲୁଚାଇଥିବାରୁ ସେ ଛାଡପତ୍ର ନେବାକୁ ନିଷ୍ପତି ନେଇଥିଲେ ।

ତେବେ ବେଙ୍ଗାଲୁରୁ ପୋଲିସ ଓ ମହିଳା ହେଲ୍ପଲାଇନ ସ୍ୱାମୀ-ସ୍ତ୍ରୀଙ୍କ ଏହି ମତଭେଦ ଦୂର କରିବାକୁ ଅନେକ ପ୍ରକାର ଚେଷ୍ଟା କରିଥିଲେ । ଉଭୟେ ମିଶି ସ୍ୱାମୀ-ସ୍ତ୍ରୀଙ୍କୁ କାଉନସିଲିଂ କରିଥିଲେ । କିନ୍ତୁ ଦମ୍ପତି ଆପୋଷ ବୁଝାମଣାରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି । କାଉନସିଲର କହିଛନ୍ତି ଯେ ସ୍ତ୍ରୀ ସାମ୍ନାରେ ଯୁବକ ମାନିଛନ୍ତି ଯେ ଚାକିରୀ ଯିବାପରେ ସେ ଜଣେ କମର୍ସିୟାଲ ସେକ୍ସ ୱାର୍କର ହୋଇଯାଇଛନ୍ତି ।

Get real time updates directly on you device, subscribe now.