fbpx

ନିର୍ମିତ ହେଉଛି ଯୀଶୁଙ୍କର ସର୍ବ ବୃହତ୍ତ ପ୍ରତିମୂର୍ତ୍ତି, ଜାଣନ୍ତୁ କେଉଁଠି ?

ବ୍ରାଜିଲ୍ ୧୩ା୪ (ଓଡିଶା ଭାସ୍କର) : ନିର୍ମିତ ହେଉଛି ଯୀଶୁଙ୍କର ସର୍ବ ବୃହତ୍ତ ପ୍ରତିମୂର୍ତ୍ତି । ବ୍ରାଜିଲର ରିଓ ଗ୍ରାଣ୍ଡେ ଡୋ ସୁଲ୍ ରାଜ୍ୟ ର ଏନକାଣ୍ଟାଡୋ ଠାରେ ନିର୍ମିତ ହେଉଛି ଏହି ପ୍ରତିମୂର୍ତ୍ତି । ୨୦୧୯ରେ ଆରମ୍ଭ ହୋଇଥିବା ଯୀଶୁଙ୍କ ପ୍ରତିମୂର୍ତ୍ତିର ଉଚ୍ଚତା ପ୍ରାୟ ୧୪୧ ଫୁଟ । ରିପୋର୍ଟ ଅନୁସାରେ ମୂର୍ତ୍ତି ମୁଣ୍ଡର ଓଜନ ପ୍ରାୟ ୪୦ ଜଣଙ୍କ ଓଜନ ସହ ସମାନ ହେବ । ଏହାକୁ ତିଆର କରିବା ପାଇଁ ୩ ମାସ ସମୟ ଲାଗିବ । ଏଥିସହ ପ୍ରତିମୂର୍ତ୍ତିର ଗୋଟିଏ ହାତରୁ ଅନ୍ୟ ହାତର ଲମ୍ବା ପ୍ରାୟ ୧୧୮ ଫୁଟ । ପ୍ରତିମୂର୍ତ୍ତିଟିକୁ ସ୍ଥାନୀୟ ରାଜନେତା ଡିଜାଇନ୍ କରିଥିବା ବେଳେ ଗତ ମାସ କୋଭିଡ-୧୯ରେ ତାଙ୍କର ମୃତ୍ୟୁ ଘଟିଛି । ଏହାର ନିର୍ମାଣ କାର୍ଯ୍ୟ ଚଳିତ ବର୍ଷ ସୁଦ୍ଧା ଶେଷ ହେବାର ଖବର ରହିଛି । ମୂର୍ତ୍ତିରେ ଲିପ୍ଟି ବ୍ୟବସ୍ଥା କରାଯିବା ସହ ଏହାର ଶୀର୍ଷରେ ଏକ ପର୍ଯ୍ୟବେକ୍ଷଣ ଡେକ୍ ରହିବ । ପ୍ରତିମୂର୍ତ୍ତିଟିର ନିର୍ମାଣ ସରିବା ପରେ ରିଓ ଡି ଜେନେରିଓରେ ଥିବା ଯୀଶୁଙ୍କ ମୁକ୍ତିଦାତା ଷ୍ଟାଚ୍ୟୁର ଉଚ୍ଚତା ଠାରୁ ଏହାର ଉଚ୍ଚତା ଅଧିକ ରହିବ ।

Get real time updates directly on you device, subscribe now.