fbpx

କୃଷି କ୍ଷେତ୍ରରେ ହେବ ବିକାଶ: ଡଏଚ ବ୍ୟାଙ୍କଠାରୁ ଏନ.ସି.ଡି.ସିକୁ ମିଳିଲା ୬୦୦ କୋଟିର ଋଣ

ନୁଆଦିଲ୍ଲୀ, ୧୩ା୪ (ଓଡିଶା ଭାସ୍କର) : ଦେଶର ସମବାୟ ସଂସ୍ଥା ମାନଙ୍କୁ ଆର୍ଥିକ ସହାୟତା କରିବା ଉଦ୍ଦେଶ୍ୟରେ ରାଷ୍ଟ୍ରୀୟ ସହକାରୀ ଉନ୍ନୟନ ନିଗମ ବା ଏନ.ସି.ଡି.ସିକୁ ଜର୍ମାନୀର ବୃହତ୍ତମ ଡଏଚ ବ୍ୟାଙ୍କ ଠାରୁ ୬୦୦କୋଟିର ଋଣ ପ୍ରାପ୍ତି ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ଏନ.ସି.ଡି.ସି ଏବଂ ଜର୍ମାନୀ ବ୍ୟାଙ୍କ ପ୍ରତିନିଧିମାନେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ଉପସ୍ଥିତିରେ ନୁଆଦିଲ୍ଲୀଠାରେ ଏକ ରାଜିନାମା ସ୍ୱାକ୍ଷରିତ କରାଯାଇଛି । ଏଥିସହିତ କୃଷକମାନଙ୍କର ବଜାର ସହ ସମ୍ପୃକ୍ତି ବଢ଼ାଇବା ନିମନ୍ତେ ଭାରତୀୟ ଚାମ୍ବର ଅଫ୍ କମର୍ସ ଓ ଏନ.ସି.ଡି.ସି ମଧ୍ୟରେ ସ୍ୱାକ୍ଷରିତ ଅନ୍ୟ ଏକ ରାଜିନାମା ପତ୍ରରେ ଅଧ୍ୟକ୍ଷତା କରିଛନ୍ତି କୃଷିମନ୍ତ୍ରୀ ।

କୃଷିମନ୍ତ୍ରୀ ଏହାକୁ ଅଧ୍ୟକ୍ଷତା କରି କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଭାରତୀୟ କୃଷି କ୍ଷେତ୍ରକୁ ନୁତନ ଆଭିମୁଖ୍ୟ ପ୍ରଦର୍ଶନ କରିବାକୁ ଯାଇ ଜର୍ମାନୀ ସହିତ ଭାରତର ଆର୍ଥିକ ସମ୍ପର୍କକୁ ଦୃଢ଼ କରିଛନ୍ତି । ଦେଶରେ ଥିବା ବିଭିନ୍ନ କୃଷକ ସଂଗଠନ ଗୁଡିକ ଆଇସିସି ଏବଂ ଡଏଚ ବ୍ୟାଙ୍କ ସହ ରାଜିନାମା ମାଧ୍ୟମରେ ଋଣ ସଂଗ୍ରହ କରିପାରିବେ । ତେବେ କରୋନା ସମୟରେ ଏହି ଆର୍ଥିକ ସହାୟତା ଦେଶର ଆତ୍ମବିଶ୍ୱାସକୁ ବୃଦ୍ଧି କରିବ ବୋଲି ସେ କହିଥିଲେ ।

ଖାଲି ଏବେ ନୁହେଁ ପୁର୍ବରୁ ମଧ୍ୟ ଭାରତରେ ପ୍ରବର୍ତ୍ତିତ ବିଭିନ୍ନ ବାଣିଜ୍ୟିକ ସ୍ୱାର୍ଥ କ୍ଷେତ୍ରରେ ଡଏଚ୍ ବ୍ୟାଙ୍କ ଭୂମିକା ଅନେକ ରହିଛି । ଆଜିକା ସମୟରେ ୧୭୦୦ରୁ ଅଧିକ ଜର୍ମାନୀ କମ୍ପାନୀ ଭାରତରେ କାର୍ଯ୍ୟକ୍ଷମ ଅଛନ୍ତି ଏବଂ ଅନେକ ଲୋକଙ୍କୁ କର୍ମନିଯୁକ୍ତି ପ୍ରଦାନ କରିଆସୁଛନ୍ତି ।

Get real time updates directly on you device, subscribe now.