fbpx

ବାଲେଶ୍ୱର ପାଇଁ ମୁଖ୍ୟମନ୍ତ୍ରୀ ନବୀନଙ୍କ ବଡ ଘୋଷଣା

ବାଲେଶ୍ୱର ୧୩ା୪ (ଓଡିଶା ଭାସ୍କର) : ବାଲେଶ୍ଵର ମ୍ୟୁନିସିପାଲିଟି ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ୧୫୫ କୋଟି ଟଙ୍କାର ଘୋଷଣା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଥମ ପର୍ୟ୍ୟାୟରେ ବାଲେଶ୍ୱରର ବିଭିନ୍ନ ପ୍ରକଳ୍ପ ପାଇଁ ଏହି ଘୋଷଣା କରିଛନ୍ତି । ଯାତ୍ରୀ ମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ୮ କୋଟି ଟଙ୍କା ବ୍ୟୟରେ ବାଲେଶ୍ଵର ସହଦେବଖୁଣ୍ଟା ବସଷ୍ଟାଣ୍ଡ ର ବିକାଶ କରାଯିବ । ଏହାସହ ତୁମୁଳିଆ ଗେଟ୍ ଫ୍ଲାଏଓଭରରୁ ଷ୍ଟେସନ ଛକ ଯାଏ ୬ ଲାଇନ୍ ରାସ୍ତା ତିଆରି ହୋଇ ମୁଖ୍ୟ ରାସ୍ତାର ଉନ୍ନତିକରଣ କରାଯିବ । ଏଥିରେ ୭୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅଟକଳ କରାଯାଇଛି । ଏହା ସହରରେ ଟ୍ରାଫିକ ସମସ୍ୟା ଦୂର କରିବାରେ ସହାୟକ ହେବ ।

କ୍ରୀଡାବିତ ମାନଙ୍କ ଭିତରେ ଥିବା ପ୍ରତିଭାର ବିକାଶ ପାଇଁ ବାଲେଶ୍ଵର ମ୍ୟୁନିସିପାଲିଟି ୧୪ କୋଟି ଟଙ୍କା ବ୍ୟୟରେ ବହୁମୁଖୀ ଇଣ୍ଡୋର ହଲ, ସୁଇମୁିଂ ପୁଲ ଆଦି ଉନ୍ନତ କ୍ରୀଡା ଭିତ୍ତିଭୂମି ତିଆରି ହେବ। ଏହାସହିତ କ୍ରୀଡାବିତ ମାନଙ୍କ ପାଇଁ ଉଚ୍ଚ ମାନର ତାଲିମ ବ୍ୟବସ୍ତା ମଧ୍ୟ କରାଯିବ । ବୁଡାବଳଙ୍ଗ ନଦୀ ପଠାର ସୌନ୍ଦର୍ଯ୍ୟ ପାଇଁ ୫୩ କୋଟି ଟଙ୍କାର ଘୋଷଣା କରାଯାଇଛି । ମ୍ୟୁନିସିପାଲିଟି ଅଞ୍ଚଳର ଡ୍ରେନ ବିକାଶ ଓ ସଂଯୁକ୍ତ ରାସ୍ତା ଗୁଡିକ ପାଇଁ ୭ କୋଟି ଟଙ୍କା ବ୍ୟୟରେ ବିକାଶ କରାଯିବ ।

Get real time updates directly on you device, subscribe now.