fbpx

ଲମ୍ବା ନାକ ଥିବାରୁ ବିବାହ ଭାଙ୍ଗିଲେ କନ୍ୟା

କୌଣସି ବିବାହ ପ୍ରସ୍ତାବକୁ ପୁଅ ଝିଅ ମନା କରିବାର ହଜାର କାରଣ ରହିଥାଏ । କିନ୍ତୁ ଲମ୍ବା ନାକ କାରଣରୁ କୌଣସି ବିବାହ ଭାଙ୍ଗିଥିବାର ଆପଣ ଶୁଣିଛନ୍ତି କି ? ଏପରି ଏକ ଘଟଣା ବେଙ୍ଗଲୁରୁ ସହରରେ ଦେଖିବାକୁ ମିଳିଛି, ଯାହା ଫଳରେ ଇଞ୍ଜିନିୟର ଜଣକ ନିଜ ମଙ୍ଗେତରକୁ କୋର୍ଟର ଚକ୍କର କଟାଇଛି ।

ତେବେ ବେଙ୍ଗଲୁରୁର ୩୫ ବର୍ଷିୟା ଇଞ୍ଜିନିୟର ରମେଶ ବିବାହ କରାଉଥିବା ଏକ ୱେବସାଇଟ ଜରିଆରେ ରଶ୍ମି ନାମକ ଜଣେ ମହିଳାଙ୍କ ସହ ସାକ୍ଷାତ କରିଥିଲେ । ବହୁ ଦିନ ଅନଲାଇନରେ ଚାଟିଂ କରିବା ପରେ ଦୁହେଁ ବିବାହ ପାଇଁ ରାଜି ହୋଇଥିଲେ । ଏନେଇ ୧୩ ଅଗଷ୍ଟକୁ ବେଙ୍ଗାଲୁରୁ ଆସି ରମେଶକୁ ଏକ ହୋଟେଲରେ ଦେଖାକରିଥିଲେ । ଅନ୍ୟପଟେ ରଶ୍ମି ଆମେରିକାରେ ରହି ଚାକିରି କରୁଥିବା ବେଳେ ସେ ବିବାହ ପାଇଁ ନିଜ ଭଉଣୀ ଲକ୍ଷ୍ମୀ ସହ ରମେଶର ଭେଟ କରାଇଥିଲେ । ୨୯ ଅଗଷ୍ଟରେ ଦୁହିଁଙ୍କ ପରିବାର ଭେଟ ହେବା ସହ ୯ ସେପ୍ଟେମ୍ପରକୁ ଦୁହେଁ ନିବନ୍ଧ କରିଥିଲେ । ବିବାହ ତାରିଖ ଠିକ୍ ହୋଇଯିବା ପରେ ପ୍ରସ୍ତୁତି ପାଇଁ ରମେଶ ବହୁ ଟଙ୍କା ଆଗୁଆ ଖର୍ଚ୍ଚ କରିଥଲେ ।

କିନ୍ତୁ ହଠାତ୍ ଦିନେ ରଶ୍ମିର ପିତା ଫୋନ୍ କରି ବିବାହ ଭାଙ୍ଗିବାକୁ କହିଲେ । ଫୋନ୍ କରି ରମେଶ କାରଣ ପଚାରିବାରୁ ରଶ୍ମି ମଜାକ୍ ଉଡାଇ କହିଥିଲା ଯେ, ତୁମର ନାକ ବହୁତ ଲମ୍ବା ଓ ବିକୃତ ଦିଶୁଛି । ତା ଉପରେ ପ୍ଲାଷ୍ଟି ସର୍ଜରୀ କର ।’

ପରେ ରଶ୍ମି ନମ୍ବର ବ୍ଲକ୍ କରିବା ସହ ତାଙ୍କ ପରିବାର ଲୋକେ ବି ରମେଶ ଫୋନର ଉତ୍ତର ଦେଉନଥିଲେ । ଏନେଇ ରମେଶ ରଶ୍ମି ଓ ତାଙ୍କ ପରିବାର ଲୋକଙ୍କ ନାମରେ ଥାନାରେ ଧୋକାଧଡିର ଅଭିଯୋଗ କରିଥିଲେ । ପୋଲିସ ଘଟଣାକୁ ନେଇ ଛାନଭିନ୍ ଆରମ୍ଭ କରିଦେଇଛି ।

Get real time updates directly on you device, subscribe now.