fbpx
BJD SKY
BJD SKY

ନୂଆ ସେନାକୁ ନେଇ ଲଢିବ ବେଙ୍ଗଲୁରୁ! ରାଜସ୍ଥାନ ବିପକ୍ଷରେ କ’ଣ ରହିବ ପ୍ଲେଇଙ୍ଗ-୧୧?

BJD

ନୂଆଦିଲ୍ଲୀ: ନୂଆ ନାମ ଏବଂ ନୂଆ ଜର୍ସିରେ ମଧ୍ୟ କମାଲ କରିପାରିନି ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁ । ଚଳିତ ସିଜନରେ ମଧ୍ୟ ବାରମ୍ବାର ବିଭିନ୍ନ ଦଳ ଆରସିବିକୁ ଧରାଶୟୀ କରିଛନ୍ତି । ତେଣୁ ଅଧିନାୟକ ଫାଫ୍ ଡୁପ୍ଲେସିସ ଦଳରେ ବଡ଼ ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି । ଆଜି ରାଜସ୍ଥାନ ବିପକ୍ଷରେ ମଇଦାନକୁ ଓହ୍ଲାଇବ ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁ । ଏହି ମ୍ୟାଚରେ ନୂଆ ରଣନୀତି ଏବଂ ନୂଆ ଦଳ ଚୟନ କରିପାରନ୍ତି ଡୁପ୍ଲେସିସ । ବର୍ତ୍ତମାନ ସୁଦ୍ଧା ଅପରାଜିତ ରହିଥିବା ରାଜସ୍ଥାନ ସିଜନରେ ଶକ୍ତିଶାଳୀ ମନେ ହେଉଥିବା ବେଳେ ବେଙ୍ଗଲୁରୁ ଏଥିପାଇଁ ଦମଦାର ପ୍ରସ୍ତୁତି କରିଥିବା ଆଶା କରାଯାଉଛି ।

ଆଇପିଏଲ-୨୦୨୪ରେ ବର୍ତ୍ତମାନ ସୁଦ୍ଧା ନିଜର ସମସ୍ତ ମ୍ୟାଚରେ ବିଜୟୀ ହୋଇଛି ରାଜସ୍ଥାନ ରୋୟଲ୍ସ । ସେପଟେ ଆରସିବି ୩ଟି ମ୍ୟାଚରେ ପରାଜୟର ସାମନା କରିଛି । ତେଣୁ ଆଜିର ମ୍ୟାଚରେ ଅପରାଜିତ ଦଳ ରାଜସ୍ଥାନକୁ ଭେଟିବାକୁ ଥିବା ବେଳେ ବିଜୟୀ ହେବା ଆଶାରେ ଅଧିନାୟକ ଫାଫ୍ ଡୁପ୍ଲେସିସ ଦଳରେ ବଡ଼ ପରିବର୍ତ୍ତନ କରିପାରନ୍ତି । ରାଜସ୍ଥାନ ପାଇଁ ଦଳରେ ଅତି କମ୍ ରେ ୩ଟି ପରିବର୍ତ୍ତନ ହୋଇପାରେ ବୋଲି ଆଲୋଚନା ହେଉଛି । ୱିକେଟ କିପର ଅନୁଜ ରାୱତ, ମିଡିଲ ଅର୍ଡର ବ୍ୟାଟର ରଜତ ପାଟିଦାର ଏବଂ ବୋଲର ୟଶ ଦୟାଲ ଆଜି ଦଳରୁ ବାଦ୍ ପଡ଼ିପାରନ୍ତି । ଦୁର୍ବଳ ପ୍ରଦର୍ଶନ ଯୋଗୁଁ ଆଜିର ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ସେମାନେ ଦଳରୁ ବାଦ୍ ପଡ଼ିପାରନ୍ତି ବୋଲି କୁହାଯାଉଛି ।

ଏହାବ୍ୟତୀତ ବେଙ୍ଗଲୁରୁର ପ୍ଲେଇଭ୍ଗ-୧୧ରେ ଇଂଲଣ୍ଡର ସ୍ପିନ ଅଲରାଉଣ୍ଡର ୱିଲ ଜ୍ୟାକ୍ସ ମଧ୍ୟ ଦଳରେ ଏଣ୍ଟ୍ରି କରିପାରନ୍ତି । ଷ୍ଟାର ଅଲରାଉଣ୍ଡର କ୍ୟାମରନ୍ ଗ୍ରୀନ କିମ୍ବା ରିସ ଟୋପଲେଙ୍କ ସ୍ଥାନରେ ଜ୍ୟାକ୍ସଙ୍କୁ ଦଳରେ ସୁଯୋଗ ଦେଇପାରନ୍ତି ଫାଫ । ଟପ୍ ଅର୍ଡରରେ ଜଣେ ବିସ୍ଫୋଟକ ବ୍ୟାଟର ଭାବରେ ବେଙ୍ଗଲୁରୁକୁ ବଡ଼ ସ୍କୋର କରିବାରେ ସେ ପ୍ରମୁଖ ଭୂମିକା ତୁଲାଇପାରନ୍ତି । ବିରାଟ ଏବଂ ଫାଫ୍ ଦଳର ଓପନିଙ୍ଗ କରୁଥିବା ବେଳେ ୩ ନମ୍ବରରେ ଜ୍ୟାକ୍ସ ଦଳରେ ସୁଯୋଗ ପାଇପାରନ୍ତି ।

ବେଙ୍ଗଲୁରୁର Playing-11: ଫାଫ୍ ଡୁପ୍ଲେସିସ(ଅଧିନାୟକ), ବିରାଟ କୋହଲି, ୱିଲ ଜ୍ୟାକ୍ସ, ରଜତ ପାଟିଦାର, ଗ୍ଲେନ ମାକ୍ସୱେଲ, ମହିପାଲ ଲାମରୋର, ଦିନେଶ କାର୍ତ୍ତିକ, ବିଜୟ କୁମାର ବୈଶାଖ, ରିସ ଟୋପଲେ, ମହମ୍ମଦ ସିରାଜ ଏବଂ ଆକାଶ ଦୀପ

Get real time updates directly on you device, subscribe now.