fbpx

AAPର ରାଲି ଆବେଦନ ଖାରଜ, ନିର୍ବାଚନ ପୂର୍ବରୁ ଝଟକା ଦେଲେ EC

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜୋରଦାର ପ୍ରସ୍ତୁତି ଜାରି ରହିଛି । ଏଥିମଧ୍ୟରେ ହରିୟାଣାର କୈଥଲରେ ନିର୍ବାଚନ ଆୟୋଗଙ୍କ ୱେବସାଇଟ୍ ହ୍ୟାକ୍ ହୋଇଥିବା ମାମଲା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଛି । ନିର୍ବାଚନ ପାଇଁ ଆମ ଆଦମୀ ପାର୍ଟି(ଆପ୍‌) କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ରାଲିର ଆୟୋଜନ ପାଇଁ ଜିଲ୍ଲା ପ୍ରଶାସନର ଅନୁମତି ଲୋଡ଼ିଥିଲେ । ଏଥିପାଇଁ ସେମାନଙ୍କ ଦ୍ୱାରା ଏକ ଆବେଦନ ଦିଆଯାଇଥିଲା ଯାହାକୁ ରଦ୍ଦ କରଯାଇଥିଲା ଏବଂ ଅପମାନଜନକ ଭାଷା ବ୍ୟବହାର କରାଯାଇଥିଲା । ତେବେ ଏହି କାର୍ଯ୍ୟ କୌଣସି ହ୍ୟାକର୍ସଙ୍କ ଦ୍ୱାରା କରାଯାଇଥିବା ଅନୁମାନ କରାଯାଉଛି ।

ସୂଚନାରୁ ପ୍ରକାଶ ଆପ୍ କର୍ମୀଙ୍କ ଦ୍ୱାରା ରାଲି ଆୟୋଜନ ପାଇଁ ରଦ୍ଦ କରାଯାଇଥିବା ଆବେଦନରେ କୌଣସି ଅଭିନେତ୍ରୀଙ୍କ ଫଟୋ ଲଗାଯାଇଥିଲା । ଏହି ମାମଲା କୈଥଲର ARO ବ୍ରହ୍ମ ପ୍ରକାଶଙ୍କ ନଜରକୁ ଆସିବା ପରେ ଦାୟୀ ଥିବା ୫ ଜଣ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି । ଲୋକସଭା ନିର୍ବାଚନ ପାଇଁ ରାଜନୈତିକ ମାହୋଲ ବେଶ ସରଗରମ ରହିଛି । ଏଥିପାଇଁ ସମସ୍ତ ରାଜନୈତିକ ଦଳ କୌଣସି ରାଲି କିମ୍ବା ସଭାର ଆୟୋଜନ କରିବା ପାଇଁ ଆଚରଣ ବିଧିର ପାଳନ ହେତୁ ପ୍ରଥମେ ଜିଲ୍ଲା ପ୍ରଶାସନଙ୍କ ଠାରୁ ଅନୁମତି ଲୋଡ଼ି ଥାନ୍ତି । ଏଥିପାଇଁ ନିର୍ବାଚନ ଆୟୋଗ ଦ୍ୱାରା ଏକ ECore ୱେବସାଇଟ୍ ଲଞ୍ଚ କରାଯାଇଛି । ଏହା ମାଧ୍ୟମରେ ସମସ୍ତ ପ୍ରକ୍ରିୟା ପୁରା ହୋଇଥାଏ । ଏଥିପାଇଁ ଜିଲ୍ଲା ପ୍ରଶାସନ ଦ୍ୱାରା କର୍ମଚାରୀଙ୍କୁ ଦୁଇ ଦିନ ପୂର୍ବରୁ ତାଲିମ ପ୍ରଦାନ କରାଯାଇଥିଲା । ତେବେ କାର୍ଯ୍ୟାଳୟର ପାସୱାର୍ଡ଼ ହେରଫେର ଏବଂ ୱେବସାଇଟ୍ ହ୍ୟାକିଂ ମାମଲାରେ କାର୍ଯ୍ୟାଳୟର କୌଣସି କର୍ମଚାରୀଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି ।

Get real time updates directly on you device, subscribe now.