ବିୟରରୁ ଫେଣ ବାହାରିବା ପଛର ରହସ୍ୟ ବିଷୟରେ ଜାଣନ୍ତୁ, ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର

ଥଣ୍ଡା ବିୟରରୁ ବାହାରେ ଫେଣ । ଏହା ପଛର କାରଣ ଖବର ପଢ଼ି ଜାଣନ୍ତୁ ।

ଓଡ଼ିଶା ଭାସ୍କର: ଗରମ ଦିନେ ଥଣ୍ଡା ଥଣ୍ଡା ବିୟର ପିଇବା ଅନେକଙ୍କ ପସନ୍ଦ । କିନ୍ତୁ ଅନେକ ସମୟରେ ବିୟର ପିଇଲାବେଳେ ଫେଣ ହେଉ ନ ଥିବା ଦେଖାଯାଏ । ପୁଣି ଆଉ କେତେବେଳେ ପ୍ରବଳ ଫେଣ ବିୟରରୁ ବାହାରେ । ଚାଲନ୍ତୁ ଜାଣିବା ବିୟରରେ ହେଉଥିବା ଫେଣର କାରଣ
କ’ଣ ପାଇଁ ହୁଏ ଫେଣ:
କାର୍ବନ ଡାଇଅକ୍ସାଇଡ୍ ଯୋଗୁ ବିୟରରେ ଫେଣ ହୋଇଥାଏ । ଯେତେବେ ବିୟରକୁ ବୋତଲ କିମ୍ବା କେନରେ ଭର୍ତ୍ତି କରାଯାଏ, ସେତେବେଳେ ସେଥିରେ କାର୍ବନଡାଇଅକ୍ସାଇଡ୍ ମିଶି ରହିଥାଏ । ଯାହାଫଳରେ ବାହାରକୁ ବାହାର କରିବା ମାତ୍ରେ ବିୟରରୁ ଫେଣ ବାହାରେ ।
ଫେଣ ନ ହେବାର କାରଣ
-ବିୟର ଟେମ୍ପରେଚର ଅଧିକ ହେଲେ ସେଥିରୁ ଫେଣ ବାହାରେ ନାହିଁ ।
-ଗିଲାସ ଅସନା ହୋଇଥିଲେ ।
-ବିୟରରେ ଗ୍ୟାସ କମ୍ ପରିମାଣର ଥିଲେ ।
-ବିୟର ପୁରୁଣା କିମ୍ବା ପୂର୍ବରୁ ଖୋଲା ହୋଇଥିଲେ ।
ପେଟ ଖରାପ କରେ
ପେଟରେ ଗ୍ୟାସ ହେବା ନେଇ ବିୟର ଫେଣରୁ କୌଣସି ସିଧାସଳଖ ସଂଯୋଗ ନାହିଁ । ଯଦି ବିୟର ପିଇବା ଦ୍ୱାରା ଆପଣଙ୍କ ପେଟରେ ଗ୍ୟାସ୍ ହେୁଛି କିମ୍ବା ଅଜ୍ଜିନ ହେଉଛି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ଲୋଡ଼ନ୍ତୁ ।
ବିୟର ଫେଣ ପେଟକୁ ଯିବା ଏବଂ ଗ୍ୟାଷ୍ଟ୍ରିକ୍ ଭଳି ଅସୁବିଧା ବାହାରିବା କିମ୍ବା ପାଚନ କ୍ରିୟାରେ ବ୍ୟତିକ୍ରମ ଦେଖାଯିବା ଆଦି ଅସୁବିଧା ସହ କୌଣସି ସମ୍ପର୍କ ନାହିଁ ।