fbpx

ହାଣ୍ଡିଆ ପିଇବା ଦ୍ୱାରା ଆମ ଶରୀରକୁ ମିଳିଥାଏ ଗଜବ ଫାଇଦା, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ବଜାରରେ ଅନେକ ପ୍ରକାରର ମଦ ମିଳେ। ଯାହା ବିଷୟରେ ଲୋକଙ୍କ ମନରେ ଅନେକ ପ୍ରକାରର ପ୍ରଶ୍ନ ଅଛି । ଏପରି ଏକ ପ୍ରଶ୍ନ ସାଧାରଣତଃ ଲୋକଙ୍କ ମନରେ ଉଠିଥାଏ ଯେ ଆଦିବାସୀ ବସବାସ କରୁଥିବା ସ୍ଥାନରେ ଯେଉଁ ହାଣ୍ଡିଆ ମିଳେ ତାହାର ସ୍ୱାଦ କ’ଣ ଏବଂ ଏହା ଶରୀର ପ୍ରତି ଲାଭ କ’ଣ?

କିଛି ଜ୍ଞାନୀ ବ୍ୟକ୍ତି କହିଛନ୍ତି ଯେ ସବୁକିଛିର ଅତ୍ୟଧିକ ଖରାପ ଅଟେ। ତେବେ ଏହା ମଦ୍ୟପାନ ପାଇଁ ମଧ୍ୟ ପ୍ରଯୁଜ୍ୟ। କିନ୍ତୁ ବିୟର କିମ୍ବା ୱାଇନ ଏହାର ଅଳ୍ପ ଉପାଦାନ, ହାଡକୁ ବିକାଶ କରିବାରେ ସାହାଯ୍ୟ କରେ।

ଠିକ ସେହି ଭଳି ଆଦିବାସୀ ଲୋକ ମାନେ ନିଜକୁ ମଜବୁତ ଆଉ ରୋଗ ଠାରୁ ଦୂରରେ ରଖିବା ପାଇଁ ହାଣ୍ଡିଆ ନାମକ ଏକ ମାଦକ ପାନୀୟ ଗ୍ରହଣ କରନ୍ତି। ଏହା ସେଠାରେ ମଧ୍ୟ ଖୁବ ଲୋକ ପ୍ରିୟ। ଏହାର ସାଧାରଣ ସ୍ୱାଦ ଶବ୍ଦରେ ପ୍ରକାଶ କରିବା ସମ୍ଭବ ନୁହେଁ ।

ହାଣ୍ଡିଆ ମୁଖ୍ୟତଃ ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ମଧ୍ୟ ପ୍ରଦେଶ ଓ ଛତିଶଗଡ଼ରେ ଆଦିବାସି ଜନଜାତି ବ୍ୟବହାର କରୁଥିବା ଦେଖିବାକୁ ମିଳେ । ଭାତକୁ ଏକ ସ୍ୱତନ୍ତ୍ର କିଣ୍ୱନ ପ୍ରଣାଳୀ ଦେଇ ହାଣ୍ଡିଆ ପ୍ରସ୍ତୁତ କରାଯାଇଥାଏ । ଏହା ସାଧାରଣତଃ ନିଶାଯୁକ୍ତ ଏବଂ ପେଟ ଥଣ୍ଡା ରଖିବାରେ ସାହାଯ୍ୟ କରିଥାଏ । ତତସହିତ ଏହା ଶରୀରକୁ ଶକ୍ତି ପ୍ରଦାନ କରିବାରେ ମଧ୍ୟ ସହାୟ ହେଇଥାଏ ।

କେମିତି ପ୍ରସ୍ତୁତ ହୁଏ:
-ପ୍ରଥମେ ଇଷତ ଖଇରିଆ ରଙ୍ଗର ଉଷୁନା ଚାଉଳକୁ ପ୍ରଥମେ ଅଳ୍ପ ପାଣି ଦେଇ ରନ୍ଧାଯାଏ, ଯେପରି ଭାତ ହେଲାପରେ ପେଜ ନିଗାଡ଼ିବାକୁ ନ’ପଡ଼େ ।
-ଭାତ ହେବା ପରେ ଏହାକୁ ପ୍ଲାଷ୍ଟିକ ଚଟେଇ ଉପରେ ଖରାରେ ଶୁଖିବାକୁ ଛାଡ଼ି ଦିଆଯାଏ ।
-ଏହା ପରେ କିଛି ବଣ୍ୟ ଜାତୀୟ ଗୁଳ୍ମ ଓ ଚେରମୂଳୀକୁ (ସାନ୍ତାଳୀ ଭାଷାରେ ମୂଳିକା ଯଥା ଦୁଦୁରା ଚେର, ମଞ୍ଜୁଆତି ଗଛ ଚେର) ଗୁଣ୍ଡ କରି ଭାତ ସହିତ ମିଶାଇ ଦିଆଯାଏ । -ଛୋଟ ଛୋଟ ଭାତର ଗୁଳା ମଧ୍ୟ ପ୍ରସ୍ତୁତ କରାଯାଏ ଏବଂ ୪ ଦିନ ପର୍ଯ୍ୟନ୍ତ ଖରାରେ ଶୁଖାଯାଏ । ଏକ କିଲୋଗ୍ରାମ ଚାଉଳ ପାଇଁ ୩-୪ଟି ଗୁଳା ଯଥେଷ୍ଟ ।
-ଭାତ ଗୁଳା ଗୁଡ଼ିକୁ ବଡ଼ ମାଟି ହାଣ୍ଡିରେ ରଖି ଶାଳପତ୍ରଦ୍ୱାରା ହାଣ୍ଡିର ମୁହଁ ବନ୍ଦ କରି ଦିଆଯାଏ । ଏହିପରି ଭାବେ କିଣ୍ୱନ ହେବାକୁ ୩-୪ ଦିନ ପର୍ଯ୍ୟନ୍ତ ଛାଡ଼ିଦିଆଯାଏ ।
-ଶେଷରେ କିଣ୍ୱନ ହୋଇଥିବା ଭାତରୁ ପାଣିକୁ ନିଗାଡ଼ି ଅଲଗା କରିଦେବା ପରେ ତାକୁ ଏକ ଜାଲି ଉପରେ ଘସା ହୁଏ। ସେଇ ମଣ୍ଡରେ ଦଶ ଗୁଣ ପାଣି ମିଶାଇ ହାଣ୍ଡିଆ ପ୍ରସ୍ତୁତ ହୋଇଥାଏ । ଏହା ନୀରା ନାମରେ ମଧ୍ୟ ପରିଚିତ।

ଏହାର ଉପକାରିତା : ଏହା ମୁଖ୍ୟତଃ ପେଟକୁ ଥଣ୍ଡା ରଖେ । ଏହା ସହିତ ଏହା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରିଥାଏ । ମାଇକ୍ରୋବାୟୋଲୋଜି ଆଣ୍ଡ ଟେକ୍ନୋଲୋଜି ଜର୍ଣ୍ଣାଲରେ ପ୍ରକାଶିତ ଏକ ଅନୁସନ୍ଧାନ ଅନୁଯାୟୀ, ଚାଉଳ ମଦ କର୍କଟ ରୋଗକୁ ରୋକିବାରେ ସହାୟକ ହୋଇଥାଏ ।

ଏହା ବ୍ୟତୀତ ଏହାର ଆଣ୍ଟିଅକ୍ସିଡାଣ୍ଟ ଗୁଣ ଆପଣଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଏହା ସହିତ ଏହା ଆମ ଶରୀର ପାଇଁ କ୍ଷତିକାରକ ଜୀବାଣୁ ସହିତ ଲଢ଼େ ଏବଂ ହଜମ ପ୍ରକ୍ରିୟାକୁ ମଧ୍ୟ ସୁସ୍ଥ ରଖେ । କିନ୍ତୁ ସେହି ସମୟରେ ଆମେ ଏହାକୁ ଅତ୍ୟଧିକ ପରିମାଣରେ ଯଦି ବ୍ୟବହାର କରିଲେ ତେବେ ଏହା ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ ଏବଂ ଏହା ମଧ୍ୟ ମୃତ୍ୟୁର କାରଣ ହୋଇପାରେ।

Get real time updates directly on you device, subscribe now.