fbpx

ବ୍ରହ୍ମପୁର ରାଗିଂ ମାମଲା: ୯ ଛାତ୍ରଙ୍କୁ ନିଲମ୍ବିତ କଲେ କର୍ତ୍ତୁପକ୍ଷ

ବ୍ରହ୍ମପୁର: ବ୍ରହ୍ମପୁର ଖଲ୍ଲିକୋଟ ଜୁନିୟର କଲେଜରେ ଛାତ୍ରୀଙ୍କୁ ରାଗିଂ ଘଟଣା ନିଆଯାଇଛି ବଡ଼ ପଦକ୍ଷେପ । ଏହି ମାମଲାରେ ୯ ଜଣ ଛାତ୍ରଙ୍କୁ କଲେଜରୁ ନିଲମ୍ବିତ କରିଛନ୍ତି କର୍ତ୍ତୃପକ୍ଷ । ତଦନ୍ତ ରିପୋର୍ଟ ଆସିବା ପର୍ଯ୍ୟନ୍ତ ନିଲମ୍ବିତ କାଏମ ରହିବ । ଅନିର୍ଦ୍ଦିଷ୍ଟ କାଳ ପାଇଁ ୯ ଜଣ ଛାତ୍ରଙ୍କୁ କ୍ୟାମ୍ପସରୁ ବାହାର କରାଯାଇଛି ।

ତେବେ ଗତ ୧୯ ତାରିଖରେ ବ୍ରହ୍ମପୁର ଖଲ୍ଲିକୋଟ ଜୁନିୟର କଲେଜର ପ୍ରଥମ ବର୍ଷର ଛାତ୍ରୀଙ୍କୁ ରାଗିଂ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା । ଦ୍ୱିତୀୟ ବର୍ଷର କିଛି ଛାତ୍ର କଲେଜ କ୍ୟାମ୍ପସ ଭିତରେ ପ୍ରଥମ ବର୍ଷର ଜଣେ ଛାତ୍ରୀଙ୍କୁ ହଇରାଣ କରୁଥିଲେ । ଏନେଇ ଛାତ୍ରୀ ଜଣକ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ । କଲେଜର ଆଣ୍ଟି ରାଗିଙ୍ଗ କମିଟି ତଦନ୍ତ କରି ରାଗିଙ୍ଗ କରୁଥିବା ୯ ଜଣ ଛାତ୍ରକୁ ଚିହ୍ନଟ କରିଥିଲା । ଏହାପରେ ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ୯ ଜଣ ଛାତ୍ରକୁ କଲେଜ ଭିତରକୁ ପ୍ରବେଶ ମନା କରାଯାଇଛି ।

ସୂଚନା ମୁତାବକ, ସହରରେ ସପ୍ତାହ ମଧ୍ୟରେ ଦୁଇଟି ଘଟଣା ସାମ୍ନାକୁ ଆସିଛି । ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ କଲେଜରେ ଗତ ସୋମବାର ଦିନ ରାଗିଂ ହୋଇଥିବା ବେଳେ ମଙ୍ଗଳବାର ଏହାର ଭିଡ଼ିଓ ଭାଇରାଲ ହୋଇଥିଲା। ଏହା ପରେ ୧୨ ଜଣ ଛାତ୍ରଛାତ୍ରୀଙ୍କୁ କଲେଜରୁ ବହିସ୍କାର କରାଯାଇଥିଲା । ଏହି ୧୨ ଜଣଙ୍କ ମଧ୍ୟରୁ ୩ଜଣଙ୍କୁ ଗିରଫ କରାଯିବା ସହ ଦୁଇ ଜଣଙ୍କୁ ବାଳ ସୁଧାର ଗୃହକୁ ପଠାଯାଇଥିଲା । ସେହିପରି ଗତକାଲି ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କିଛି ଛାତ୍ରୀଙ୍କୁ ସିନିୟର ଛାତ୍ର ମାନେ ରାଗିଂ କରିଥିବା ନେଇ ଅଭିଯୋଗ ଆସିବା ପରେ କଲେଜରେ ଆଣ୍ଟି ରାଗିଂ ସେଲ ଏହାର ତଦନ୍ତ ଆରମ୍ଭ କରିଛି । ଏଭଳି ଦୁଇ ଦୁଇଟି ରାଗିଂ ଘଟଣା ହେବା ପରେ ବର୍ତ୍ତମାନ ସହରରେ ରହିଥିବା ଅନ୍ୟ କଲେଜ ଗୁଡିକ ନିଜ କଲେଜରେ କିଭଳି ରାଗିଂ ହେବ ନାହିଁ ତାହାକୁ ନେଇ ଆରମ୍ଭ କରିଛନ୍ତି ସଚେତନତା କାର୍ଯ୍ୟକ୍ରମ । ବ୍ରହ୍ମପୁର ଶିଳ୍ପ ତାଲିମ ଅନୁଷ୍ଠାନରେ ଛାତ୍ରଛାତ୍ରୀଙ୍କୁ ରାଗିଂ ନେଇ ସଚେତନ କରାଯାଇଛି ।

Get real time updates directly on you device, subscribe now.