fbpx
BJD SKY
BJD SKY

ଏହି ୪ ପାନୀୟ ତୁରନ୍ତ ନିୟନ୍ତ୍ରଣ କରିବ ଉଚ୍ଚ ରକ୍ତଚାପ, ଜାଣନ୍ତୁ କ’ଣ ସେହି ପାନୀୟ ଓ କେତେମାତ୍ରାରେ ସେବନ କରିବେ

BJD

ନୂଆଦିଲ୍ଲୀ: ଆଜିକାଲି ଉଚ୍ଚ ରକ୍ତଚାପ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଚାପଯୁକ୍ତ ଜୀବନ ଓ ଖରାପ ଖାଦ୍ୟପେୟ ଏହାର ପ୍ରମୁଖ କାରଣ ବୋଲି ଚିକିତ୍ସା ବିଶେଷଜ୍ଞ କହୁଛନ୍ତି । ସାରା ଦିନ ଭିତରେ ରକ୍ତଚାପ ବହୁବାର ବଢିଥାଏ ଓ କମିଥାଏ କିନ୍ତୁ ଯଦି ଏହା ଦୀର୍ଘ ସମୟ ଧରି ବଢିିବାରେ ଲାଗିଥାଏ ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ବହୁତ ଖରାପ ପ୍ରଭାବ ପକାଇପାରେ । ଏହି କାରଣରୁ ବ୍ଲଡ ପ୍ରେସରକୁ ସାଇଲେଣ୍ଟ କିଲର ବା ନୀରବ ଘାତକ କୁହାଯାଏ । ରକ୍ତଚାପ ରୋଗରେ ପୀଡିତ ବ୍ୟକ୍ତି ନିଜ ଲାଇଫ୍‌ଷ୍ଟାଇଲ ଓ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବା ଉଚିତ । ଯଦି ଆପଣ ବି ଉଚ୍ଚରକ୍ତଚାପ ରୋଗରେ ପୀଡିତ ତେବେ ଏହାକୁ ନିୟନ୍ତ୍ରଣ କରିବା ଲାଗି ଖାଦ୍ୟରେ ଏହି ୫ ଗୋଟି ପାନୀୟକୁ ସାମିଲ କରନ୍ତୁ ।
ସ୍କିମ୍ ମିଲ୍କ: ସ୍କିମ୍ ମିଲ୍କରେ ଥିବା ପୋଟାସିୟମ, କ୍ୟାଲସିୟମ, ମ୍ୟାଗନେସିୟମ ପରି ପୋଷକତତ୍ତ୍ୱ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ । ବିଭିନ୍ନ ଅଧ୍ୟୟନରୁ ଜଣାପଡିଛି କି ଦିନରେ ୧ରୁ ୨ ଗ୍ଲାସ ସ୍କିମ୍ ମିଲ୍କ ପିଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ ।
ଟମାଟୋ ଜୁସ୍‌:ଟମାଟୋରେ ଥିବା ଲାଇକୋପିନ୍ ପରି ଆଣ୍ଟି ଅକ୍ସିଡାଣ୍ଟ ଆମ ସ୍ୱାସ୍ଥ୍ୟକୁ ବହୁ ଦିଗରୁ ଲାଭ ପହଞ୍ଚାଇଥାଏ । ଟମୋଟୋ ରସ ସିଷ୍ଟୋଲିକ ରକ୍ତଚାପ ହ୍ରାସ କରିଥାଏ । ଏକ ସର୍ଭେରେ ଯେତେବେଳେ ୫୫ ବର୍ଷ ଓ ଏହାଠାରୁ ଅଧିକ ବୟସର ଲୋକମାନଙ୍କୁ ପ୍ରତିଦିନ ୨୦୦ ଏମଏଲ୍ ଟମାଟୋ ରସ ପିଇବା ପାଇଁ ଦିଆଗଲା ଦେଖାଗଲା ୧ ବର୍ଷ ଭିତରେ ସେମାନଙ୍କ ସିଷ୍ଟୋଲିକ ରକ୍ତଚାପରେ ବହୁମାତ୍ରାରେ ସୁଧାର ଆସିଲା ।
ବିଟ୍ ଜୁସ୍‌:ବିଟ୍ ଜୁସ୍‌ରେ ଥିବା ନାଇଟ୍ରେଟ୍ ଶରୀରରେ ରକ୍ତ ସଞ୍ଚାରକୁ ସ୍ୱଭାବିକ ରଖିବାରେ ସହାୟକ ହୋଇଥାଏ । ଏକ ପରୀକ୍ଷଣରୁ ଜଣାପଡିଛି ଗୋଟିଏ ଦିନରେ ୨ କପ୍‌ରୁ ସାମାନ୍ୟ ଅଧିକ ବିଟ୍ ଜୁସ୍ ପିଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ । ଏହା ପିଇବାର ୩୦ ମିନିଟ୍ ଭିତରେ ହିଁ ରକ୍ତଚାପ ହ୍ରାସ ଘଟିବା ଆରମ୍ଭ କରିଥାଏ ।
ବେଦନା ରସ: ବେଦନା ରସରେ ରହିଛି ଆନ୍ଥୋସାୟନିନ ଯାହା ଏନଜାଇମ୍ ପରି ପ୍ରତିକ୍ରିୟା ଦେଖାଇ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ । ଏକ ଅଧ୍ୟୟନରୁ ଜଣାପଡିଛି ଯେଉଁମାନେ ୨ ସପ୍ତାହ ପର୍ଯ୍ୟନ୍ତ ପ୍ରତିଦିନ ଗୋଟିଏ କପ୍‌ର ଏକ ଚତୁର୍ଥାଂଶ କିମ୍ବା ଏହାଠାରୁ ଅଧିକ ବେଦନା ରସ ସେବନ କରିଥାନ୍ତି ସେମାନଙ୍କ ଉଚ୍ଚ ରକ୍ତଚାପ ବହୁତ କମି ଯାଇଥିଲା ।

Get real time updates directly on you device, subscribe now.