fbpx

BSNLର ସବୁଠାରୁ ଶସ୍ତା ଯୋଜନା, ୩୬୫ ଦିନ ପାଇଁ ପ୍ରତ୍ୟେକ ଦିନ ୨ ଜିବି ଡାଟା

ନୂଆଦିଲ୍ଲୀ : ବିଏସଏନଏଲ ଶସ୍ତା ରିଚାର୍ଯ୍ୟ ଯୋଜନା ଅଫର । ଯେତେବେଳେ ପ୍ରଥମେ ଶସ୍ତା ରିଚାର୍ଯ୍ୟ ପ୍ଲାନ କଥା ଆସେ ସେତେବେଳେ ଦେଶର ସରକାରୀ ଟେଲିକମ କମ୍ପାନୀ ବିଏସଏନଏଲ କଥା ଆସେ । ବିଏସଏନଲ ସବୁବେଳେ ଗ୍ରାହକଙ୍କ ପାଇଁ ସବୁଠାରୁ ଶସ୍ତା ଏବଂ ସୁଲଭ ଯୋଜନା ଆଣିଥାଏ । ଉପଭେକ୍ତାମାନେ କୌଣସି ସମସ୍ୟାର ସମ୍ମୁଖୀନ ନ ହେବାକୁ କମ୍ପାନୀ ସବୁବେଳେ ଚେଷ୍ଟା କରିଥାଏ । କମ୍ପାନୀ ଏହାର ପ୍ଲାନ ଗୁଡିକୁ ବିଭିନ୍ନ ଭାଗରେ ବିଭକ୍ତ କରିଛି । ଏଥିରେ ଆପଣ ସ୍ପଳ୍ପ ମିଆଦିଠାରୁ ବାର୍ଷିକ ଏବଂ ଡାଟା ପ୍ୟାକ ଠାରୁ ମାଗଣା କଲି ପର୍ଯ୍ୟନ୍ତ ଯୋଜନା ପାଇପାରିବେ ।

ଯଦି ଆପଣ ବିଏସଏନଏଲ ଉପଭୋକ୍ତା ଏବଂ ଶସ୍ତା ପ୍ଲାନ ଚାହୁଁଛନ୍ତି,ତେବେ ୧୫୭୦ ଟଙ୍କା ରିଚାର୍ଯ୍ୟ ଦ୍ୱାରା ଆପଣ ଏଥିରେ ଡାଟା, ଭଏସ କଲିଂ, ଏସଏମଏସର ସୁବିଧା ମଧ୍ୟ ପାଇ ପାରିବେ । ଆପଣ ୩୬୫ ଦିନ ପାଇଁ ଅନେକ ସୁବିଧା ପାଇବେ। କମ୍ପାନୀର ଅନ୍ୟ ଯୋଜନା ଗୁଡିକ ବାର୍ଷିକ ଯୋଜନା ପାଇଁ ୨,୦୦୦ରୁ ୩୦୦୦ ଟଙ୍କା ରିଚାର୍ଜ କରୁଛନ୍ତି କିନ୍ତୁ କମ୍ପାନୀ ଆପଣଙ୍କୁ ବହୁତ କମ ମୂଲ୍ୟରେ ଅନେକ ଅଫର ପ୍ରଦାନ କରୁଛି । ଏହି ଯୋଜନାରେ ଲୋକମାନଙ୍କ ପାଇଁ ଅନେକ ସୁବିଧା ମିଳୁଛି । ଏହି ଯୋଜନା ସେମାନଙ୍କ ପାଇଁ ଅଧିକ ଲାଭ ଦାୟକ ହେବ ଯେଉଁ ମାନଙ୍କ ପାଖରେ ବିଏସଏନଏଲ ସିମ ଅଛି ଏବଂ ଏହାକୁ ସକ୍ରିୟ ରଖିବାକୁ ଚାହୁଁଛନ୍ତି ।

Get real time updates directly on you device, subscribe now.