fbpx
BJD SKY
BJD SKY

ହରିୟାଣାରୁ ଆସିଲା ଚକିତ କରିଦେବା ଭଳି ଖବର, ଜିମ୍‌ରେ ଏକ୍ସରସାଇଜ୍ କରୁଥିବା ସମୟରେ ଚାଲିଗଲା ଡିଏସ୍‌ପିଙ୍କ ଜୀବନ

BJD

ପାନିପଥ: ହରିୟାଣା ପୋଲିସ ଡିଏସପି ଯୋଗିନ୍ଦର ଦେଶୱାଲ ଜିମ୍‌ରେ ଏକ୍ସରସାଇଜ୍ କରୁଥିବା ସମୟରେ ମୃତ୍ୟୁର ଶିକାର ହୋଇଛନ୍ତି । ସେ ପାନିପଥ ଜିଲ୍ଲାରେ ଡିଏସପି ପଦରେ ନିଯୁକ୍ତ ଥିଲେ । ମିଳିଥିବା ରିପୋର୍ଟ ଅନୁସାରେ ରବିବାର ରାତିରେ ଡିଏସପି ନିଜ ଘରେ ଥିଲେ । ସକାଳେ ସେ ଯେତେବେଳେ ଜିମ୍ ଯାଇଥିଲେ ସେତେବେଳେ ସେ ସେଠାରେ ଏକ୍ସରସାଇଜ୍ କରୁଥିବା ସମୟରେ ଟଳି ପଡିଥିଲେ । ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ଯଦିଓ ମୃତ୍ୟୁର କାରଣ ସ୍ପଷ୍ଟ ଭାବରେ ଜଣାପଡିନାହିଁ ତଥାପି ହୃଦଘାତ କାରଣରୁ ତାଙ୍କର ମୃତ୍ୟୁ ଘଟିଛି ବୋଲି ଅନୁମାନ କରାଯାଉଛି ।

କିଛିଦିନ ଭିତରେ ଏପରି ବହୁ ଖବର ସାମ୍ନାକୁ ଆସିଛି କି ଜିମ୍ କରିବା ସମୟରେ ଲୋକମାନେ ମୃତ୍ୟୁ ମୁଖରେ ପଡୁଛନ୍ତି ।
ଚଳିତବର୍ଷଯୋଗୀନ୍ଦର ଦେଶୱାଲ ଚର୍ଚ୍ଚାକୁ ଆସିଥିଲେ ଯେତେବେଳେ ତାଙ୍କ ପୁଅ ତାଙ୍କ ଆଇଡି କାର୍ଡ ଦେଖାଇ ଟୋଲ୍ ପ୍ଲାଜା ପାର୍ କରିବାକୁ ଚେଷ୍ଟା କରିଥିଲେ । ଦେଶୱାଲଙ୍କ ପୁଅକୁ ହରିୟାଣା ପୋଲିସର ହେଡ୍ କନଷ୍ଟେବଲ ଆଶୀଷ କୁମାର ଧରିଥିଲେ ଯିଏ କି ସିଂଘମ ନାମରେ ପରିଚିତ ଥିଲେ ।

Get real time updates directly on you device, subscribe now.