fbpx
BJD SKY
BJD SKY

ପୁରୁଷଙ୍କୁ ଅଧିକ ଶକ୍ତିଶାଳୀ ଓ ସୁସ୍ଥ କରିଥାଏ ଏହି ଖାଦ୍ୟ: ଡାଏଟରେ କରନ୍ତୁ ସାମିଲ

BJD

ଆଜିକାଲି ପୁରୁଷଙ୍କ ମୁଣ୍ଡରେ ଏକସାଙ୍ଗରେ ଅନେକ ଦାୟିତ୍ୱ ରହିଛି, ଯେପରିକି- ପାଠପଢ଼ା. କ୍ୟାରିୟର ଚିନ୍ତାରୁ ନେଇ ପରିବାରର ଖର୍ଚ୍ଚ ଆଜି ସମ୍ଭାଳିବା ସମ୍ଭବ ନୁହେଁ । ଏହି ସବୁ ଦାୟିତ୍ୱ ତୁଲାଇବା ନିଶାରେ ସେମାନେ ନିଜ ସ୍ୱାସ୍ଥ୍ୟକୁ ଯତ୍ନ ନେଇପାରନ୍ତି ନାହିଁ ଓ ଖାଇବା-ପିଇବା ଆଦିରେ ଅଣଦେଖା କରନ୍ତି । ଯାହାଫଳରେ ମୋଟାପଣ, ହାଇ କୋଲେଷ୍ଟ୍ରଲ, ହାଇ ବ୍ଲଡ ପ୍ରେସର, ହାର୍ଟ ଆଟାକ୍, କ୍ୟାନ୍ସର ଓ ଡାଇବେଟିସ୍ ଭଳି ରୋଗର ଶିକାର ହୁଅନ୍ତି । ଏପରି ପରିସ୍ଥିତିରେ ଆପଣ ଡାଏଟରେ କିଛି ପରିବତ୍ତର୍ନ କରିବା ଦ୍ୱାରା ଆପଣଙ୍କ ଶରୀର ସୁସ୍ଥ ରହିପାରିବ । ତେବେ ଆସନ୍ତୁ ଜାଣିବା କେଉଁ ଖାଦ୍ୟ ପୁରୁଷମାନେ ଖାଇବା ଉଚିତ୍…

ପୁରୁଷମାନଙ୍କ ପାଇଁ ସୁପରଫୁଡ୍

୧. କ୍ଷୀର
ପୁରୁଷମାନେ ପିଲାଦିନରୁ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ କ୍ଷୀର ଏବଂ ଏଥିରୁ ପ୍ରସ୍ତୁତ ଜିନିଷ ଖାଇବା ଆବଶ୍ୟକ । କାରଣ ଏଥିରେ କ୍ୟାଲସିୟମ୍, ଭିଟାମିନ୍ ଡି, ପ୍ରୋଟିନ୍, ଆମିନୋ ଏସିଡ୍ ଏବଂ ଲ୍ୟୁଟିନ୍ ଭରପୂର ମାତ୍ରାରେ ରହିଛି । ଏହା ପୁରୁଷମାନଙ୍କ ଶରୀରକୁ ମଜବୁତ କରିଥାଏ ।

୨. ଅଣ୍ଡା
କୁହାଯାଏ ଯେ ‘ରବିବାର ହେଉ ବା ସୋମବାର, ପ୍ରତିଦିନ ଅଣ୍ଡା ଖାଇବା ଉଚିତ୍’ କାରଣ ତାହା କୌଣସି ସୁପରଫୁଡ୍ ଠାରୁ କମ୍ ନୁହେଁ । ଏହାକୁ ପ୍ରାୟତଃ ଜଳଖିଆରେ ଖାଇବାକୁ ପରାମର୍ଶ ଦିଆଯାଏ । ଅଣ୍ଡାରେ ପ୍ରୋଟିନ୍, ଆଇରନ୍, କ୍ୟାଲସିୟମ୍, ଭିଟାମିନ୍ ବି, ଭିଟାମିନ୍ ଡି ଏବଂ ଲ୍ୟୁଟିନ୍ ଥାଏ, ଯାହା ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

୩.ସବୁଜ ପନିପରିବା
ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସବୁବେଳେ ସବୁଜ ପନିପରିବା ଖାଦ୍ୟରେ ସାମିଲ କରିବାକୁ ପରାମର୍ଶ ଦିଅନ୍ତି, କାରଣ ଏହା ପୁରୁଷଙ୍କ ସମେତ ସମସ୍ତଙ୍କ ପାଇଁ ଲାଭଦାୟକ । ଆପଣ ଏହି ତାଲିକାରେ ଶାଗ, ଫୁଲକୋବି ଓ ପତ୍ରକୋବି ସାମିଲ କରିବା ଉଚିତ୍ ।

୪. ଡ୍ରାଏ ଫ୍ରୁଡ୍ସ
ଡ୍ରାଏ ଫ୍ରୁଡ୍ସ ସବୁବେଳେ ସ୍ୱାସ୍ଥ୍ୟ ପାଇଁ ଭଲ ବୋଲି ବିବେଚନା କରାଯାଏ । କାରଣ ଏଥିରୁ କେବଳ ଶରୀରକୁ ନୁହେଁ ବରଂ ମସ୍ତିଷ୍କକୁ ମଧ୍ୟ ଫାଇଦା ମିଳିଥାଏ । ଯଦି ଆପଣ ବାଦାମ ଏବଂ ଅଖରୋଟ ଖାଆନ୍ତି, ତେବେ ଶରୀରରେ ବ୍ୟାଡ କୋଲେଷ୍ଟ୍ରଲ୍ର ମାତ୍ରା କମିଯିବ ।

Get real time updates directly on you device, subscribe now.