fbpx

ଚୀନର ପୂର୍ବ ଆଇନ ମନ୍ତ୍ରୀଙ୍କୁ ମୃତ୍ୟୁଦଣ୍ଡ: ଦୁର୍ନୀତି ମାମଲାରେ ଆଉ ଜଣଙ୍କୁ ମଧ୍ୟ ମୃତ୍ୟୁଦଣ୍ଡାଦେଶ

ନୂଆଦିଲ୍ଲୀ: ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଭ୍ରଷ୍ଟାଚାର ବିରୋଧୀ ଅଭିଯାନ ଚଳାଇଛନ୍ତି । ଆଉ ଏହି କ୍ରମରେ ପୂର୍ବ ଆଇନ ମନ୍ତ୍ରୀଙ୍କ ସହ ଦୁଇ ଚୀନ୍ ସୁରକ୍ଷା ଅଧିକାରୀଙ୍କୁ ଦୁଇ ବର୍ଷର ଜେଲ ଦଣ୍ଡ ଏବଂ ପରେ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଛି । ପ୍ରକୃତରେ ପୂର୍ବତନ ଆଇନ ମନ୍ତ୍ରୀ ଏବଂ ଚୀନର ସବୁଠୁ ଶକ୍ତିଶାଳୀ ପୋଲିସ ମୁଖ୍ୟଙ୍କ ମଧ୍ୟରୁ ଜଣେ ଫୁ ଝୋଙ୍ଗହୁଆଙ୍କୁ ଗୁରୁବାର ଉତ୍ତର ପୂର୍ବ ଚୀନର ଜିଲିନ ପ୍ରାନ୍ତରେ ଇଣ୍ଟରମିଡିଏଟ୍ ପିପୁଲ୍ସ କୋର୍ଟ ଅଫ୍ ଚାଙ୍ଗୁନ୍ ଦ୍ୱାରା ୧୭.୩  ମଲିୟନ ଆମେରିକୀୟ ଡଲାରର ଭ୍ରଷ୍ଟ୍ରାଚାର ଏବଂ ସତ୍ତାର ଦୁରୂପଯୋଗ ପାଇଁ ମୃତ୍ୟୁଦଣ୍ଡ ଦିଆଯାଇଛି ।

ନ୍ୟୁଜ୍ ଏଜେନ୍ସୀର ରିପୋର୍ଟ ଅନୂଯାୟୀ ଏହାର କିଛି ଘଣ୍ଟା ପରେ ସେହି ଅଦାଲତରେ ଜିଆଙ୍ଗସୁର ପୂର୍ବ ଅଧିକାରୀ ୱାଙ୍ଗ ଲାଇକଙ୍କୁ ମଧ୍ୟ ଏହି ଭଳି ଦଣ୍ଡ ଶୁଣାଯାଇଥିଲା । ସୂଚନା ଅନୂଯାୟୀ, ଅପରାଧିକ ଗ୍ୟାଙ୍ଗସହ ସମ୍ପର୍କ ଏବଂ ନକଲି ପରିଚୟ ପତ୍ର ପାଇଁ ଦୁଇବର୍ଷର ଦଣ୍ଡ ସହ ମୃତ୍ୟୁ ଦଣ୍ଡ ଶୁଣାଯାଇଛି ।

ସୂଚନାଯୋଗ୍ୟ, ୨୦୧୨ ରେ ସତ୍ତାରେ ଆସିବା ପରେ ୬୯ ବର୍ଷୀୟ ସି ଜିନପିଙ୍ଗ୍ ଦ୍ୱାରା ଆରମ୍ଭ କରାଯାଇଥିବା ଭ୍ରଷ୍ଟାଚାର ବିରୋଧୀ ଅଭିଯାନ ପୂରା ଚୀନରେ ଭୟ ଉତ୍ପନ୍ନ କରିଥିଲା । କାରଣ ଏହି ଅଭିଯାନରେ ମୁଖ୍ୟ ସେନା ଅଧିକାରୀଙ୍କ ସହ ୧୦ ଲକ୍ଷରୁ ଅଧିକ ଅଧିକାରୀଙ୍କୁ ଦଣ୍ଡ ଶୁଣାଯାଇଥିଲା ।

Get real time updates directly on you device, subscribe now.