fbpx
BSKY
BJD MC SKY
BJD YOUTH SKY

କଇଁଚି ରଖିବାର ଉପଯୁକ୍ତ ସ୍ଥାନ କେଉଁଟା ? ଜାଣନ୍ତୁ ବାସ୍ତୁ ଟିପ୍ସ

ଓଡ଼ିଶା ଭାସ୍କର: ଜ୍ୟୋତିଷଙ୍କ ଅନୁଯାୟୀ ଘର ପାଇଁ କିଛି ବାସ୍ତୁ ନିୟମ ରହିଛି । ଆଉ ଏହି ନିୟମ ପାଳନ କରିବା ଦ୍ୱାରା ଘରର ସୁଖ, ସମୃଦ୍ଧି, ଶାନ୍ତି ଓ ପ୍ରଗତିରେ ବୃଦ୍ଧି ହୋଇଥାଏ । ଏହା ବ୍ୟକ୍ତିର ଜୀବନରେ ସକାରାତ୍ମକ ପ୍ରଭାବ ପକାଇଥାଏ । ପ୍ରତ୍ୟେକ ଜିନିଷ ପାଇଁ ନିର୍ଦ୍ଧାରିତ ସ୍ଥାନ ରହିଛି । ଏଥିରେ ବ୍ୟତିକ୍ରମ ହେଲେ ଜୀବନରେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଦୈନନ୍ଦିନ ଜୀବନରେ ଆମେ ବ୍ୟବହାର କରୁଥିବା କଇଁଚି ସେଥିମଧ୍ୟରୁ ଅନ୍ୟତମ । କଇଁଚି ସାଧାରଣ ଜିନିଷ ହୋଇଥିଲେ ମଧ୍ୟ ଏଥିପାଇଁ କିଛି ବାସ୍ତୁ ନିୟମ ରହିଛି । ଭୁଲ ସ୍ଥାନରେ କଇଁଚି ରଖିବା ଦ୍ୱାରା ଘରେ ପରିବାରଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥାଏ । ଜ୍ୟୋତିଷଙ୍କ କହିବାନୁଯାୟୀ କଇଁଚି ରାହୁ ସହ ଜଡ଼ିତ । ରହୁ ଏକ ଛାୟା ଗ୍ରହ । ତେଣୁ କଇଁଚି ବ୍ୟବହାର ପ୍ରତି ସବଧାନତା ଅବଲମ୍ବନ କରିବା ଉଚିତ । ଏହା ବ୍ୟତୀତ କଇଁଚି ସବୁବେଳେ ବନ୍ଦ କରି ରଖିବା ଉଚିତ । କାରଣ ଏହା ଦ୍ୱାରା ନକାରାତ୍ମକତା ବୃଦ୍ଧି ପାଇଥାଏ । ତେବେ ଆସନ୍ତୁ ଜାଣିବା କଇଁଚି ରଖିବାର ଉପଯୁକ୍ତ ସ୍ଥାନ ବିଷୟରେ ।

୧. ଘରର ଶୟନ କକ୍ଷରେ କଇଁଚି ରଖନ୍ତୁ ନାହିଁ । ଏହା ଦ୍ୱାରା ବୈବାହିକ ଜୀବନରେ ଅନେକ ସମସ୍ୟା ଦେଖାଦେଇଥାଏ ।

୨. ଘରର ଦକ୍ଷିଣ କିମ୍ବା ଉତ୍ତର-ପୂର୍ବ ଦିଗରେ କଇଁଚି ରଖିବା ଠାରୁ ଦୂରେଇ ରୁହନ୍ତୁ । ଘରର ଉତ୍ତର-ପୂର୍ବ ଦିଗରେ ଇଶ୍ୱରଙ୍କ ବାସ ଥାଏ ବୋଲି ବିଶ୍ୱାସ ରହିଛି । ଏହି ଦିଗରେ ସକାରାତ୍ମକ ଶକ୍ତି ଥାଏ । ଯାହା ଘରର ସୁଖ, ସମୃଦ୍ଧି ଓ ଶାନ୍ତି ବୃଦ୍ଧି କରିଥାଏ । ଏହି ଦିଗରେ କଇଁଚି ରଖିବା ଦ୍ୱାରା ପରିବାର ମଧ୍ୟରେ ଅଶାନ୍ତି ଦେଖାଦେଇଥାଏ । ଏହା ବ୍ୟତୀତ ରୋଷେଇ ଘରେ ବ୍ୟବହାର ହେଉଥିବା କଇଁଚି ଅନ୍ୟ କୌଣସି କାମ ପାଇଁ ବ୍ୟବହାର କରନ୍ତୁ ନାହିଁ ।

୩. ପୂଜା କରିବା ସ୍ଥାନରେ କଇଁଚି ରଖନ୍ତୁ ନାହିଁ । ଏହା ଦ୍ୱାରା ନକାରାତ୍ମକତା ବୃଦ୍ଧି ହୋଇଥାଏ । ଆପଣ ପୂଜା କରିବାର ସୁଫଳ ମିଳିନଥାଏ । ପୂଜା ଘରେ ଧାରୁଆ ଜିନିଷ ରଖିଲେ ଜୀବନରେ ଅନେକ ପ୍ରକାର ସମସ୍ୟା ଦେଖାଦେଇଥାଏ ।

 

Get real time updates directly on you device, subscribe now.