fbpx
BJD
BJD SKY
BJD SKY

ଜନ୍ମ ତାରିଖ କହିବ ଭବିଷ୍ୟତ: ଆପଣ ଜୀବନରେ କେଉଁ କ୍ଷେତ୍ରରେ ସଫଳତା ପାଇବେ, ଅଙ୍କ ଜ୍ୟୋତିଷର ପ୍ରୟୋଗ କରନ୍ତୁ

BJD

ମଣିଷ କର୍ମ କରିଥାଏ, ମାତ୍ର ଭାଗ୍ୟରେ ଯାହା ଲେଖାଥାଏ ତାହାକୁ ସେ କଦାପି ପରିବର୍ତ୍ତନ କରିପାରେ ନାହିଁ । ତେବେ ଆଜିକାଲିର ସମୟରେ ବି ଅନେକ ଲୋକ ଜ୍ୟୋତିଷ ଶାସ୍ତ୍ର ଉପରେ ପ୍ରଗାଢ଼ ବିଶ୍ୱାସ କରୁଥିବା ଦେଖାଯାଉଛି । ଆପଣମାନେ ଯଦି ଭବିଷ୍ୟତ ବିଷୟରେ ଜାଣିବାକୁ ଇଚ୍ଛୁକ ତେବେ ଏଥିପାଇଁ ଅଙ୍କ ଜ୍ୟୋତିଷର ବ୍ୟବହାର କରିପାରିବେ । ଭବିଷ୍ୟତରେ ଆପଣ କେଉଁ କ୍ଷେତ୍ରରେ ସଫଳତା ଅର୍ଜନ କରିବେ ସେ ବାବଦରେ ଜାଣିପାରିବେ । ଆପଣ ଯେଉଁ ତାରିଖରେ ଜନ୍ମ ହୋଇଛନ୍ତି ତାହାକୁ ଆପଣଙ୍କର ମୂଳଅଙ୍କ ଭାବେ ଗ୍ରହଣ କରାଯାଇଥାଏ ।

ଯଦି ଆପଣ ୩ ତାରିଖରେ ଜନ୍ମ ହୋଇଛନ୍ତି ତେବେ ଆପଣଙ୍କ ମୂଳଅଙ୍କ ହେଉଛି ୩ । ସେହି ପରି ୧୧ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିର ମୂଳଅଙ୍କ ୨ (୧+୧=୨) । ଯଦି ୨୯ ତାରିଖରେ ଜନ୍ମ ହୋଇଥାନ୍ତି ତେବେ ମୂଳଅଙ୍କ ହେଉଛି ୨ (୨+୯=୧୧) (୧+୧=୨) । ଆପଣଙ୍କ ମୂଳଅଙ୍କରୁ ଆପଣ କେଉଁ କ୍ଷେତ୍ରରେ ଅଧିକ ଲାଭବାନ ହେବେ ଜାଣିପାରିବେ । ଯାହାର ମୂଳଅଙ୍କ ୧ ସେମାନେ ମ୍ୟାନେଜମେଣ୍ଟ କ୍ଷେତ୍ରରେ ଦକ୍ଷ ହୋଇଥାନ୍ତି । ଏହା ସହ ସେମାନେ ଡିଜାଇନିଂ, ଚଳଚିତ୍ର ନିର୍ମାଣ କିମ୍ବା ବିଜ୍ଞାନ କ୍ଷେତ୍ରରେ ଯିବା ଉଚିତ । ମୂଳଅଙ୍କ୨ ମୂଳଅଙ୍କ ଥିବା ଲୋକମାନଙ୍କ ପାଇଁ ନୃତ୍ୟ, ଲେଖକ, କବି ଆଦି କ୍ଷେତ୍ରରେ ଭବିଷ୍ୟତ ଗଢିବା ଶୁଭ ହୋଇଥାଏ ।

ସେହିପରି ମୂଳଅଙ୍କ ୩ ଥିବା ବ୍ୟକ୍ତିମାନେ ଶିକ୍ଷକତା ଓ କାଉଁସେଲିଂ ଭଳି କ୍ଷେତ୍ରରେ ସଫଳତା ପାଇଥାନ୍ତି । ଏହାସହ ସେମାନେ ଚଳଚ୍ଚିତ୍ର ନିର୍ଦ୍ଦେଶନା, ଅଭିନୟ ଏବଂ ସାମ୍ବାହିକତା କ୍ଷେତ୍ରରେ ଯିବା ଉଚିତ । ମୂଳଅଙ୍କ ୪ ଥିବା ବ୍ୟକ୍ତିମାନେ ଇଞ୍ଜିନିୟରିଂ କିମ୍ବା କମ୍ପ୍ୟୁଟର ବିଜ୍ଞାନ ସହିତ ଜଡିତ କାର୍ଯ୍ୟ କରିବା ଉଚିତ । ମୂଳଅଙ୍କ ୫ ଥିବା ବ୍ୟକ୍ତିମାନଙ୍କର, ଲେଖିବା, ପଢିବା ଏବଂ ପ୍ରକାଶନ କରିବାରେ ଆଗ୍ରହ ଥାଏ । ମୂଳଅଙ୍କ ୬ ଥିବା ବ୍ୟକ୍ତିମାନେ ସମାଜସେବା, ଡାକ୍ତରୀ, ଆୟୁର୍ବେଦ,ଯୋଗ ଏବଂ ରୋଷେଇ କ୍ଷେତ୍ରରେ ନିଜର ଭାଗ୍ୟ ପରୀକ୍ଷା କରିବା ଉଚୁତ । ସେମାନେ ସାମାଜିକ ଜୀବନ ସହ ଜଡିତ ଅନ୍ୟ କ୍ଷେତ୍ରକୁ ମଧ୍ୟ ଯାଇପାରନ୍ତି ।

ମୂଳଅଙ୍କ ୭ ଥିବା ଲୋକମାନଙ୍କର ରହସ୍ୟ ଜାଣିବା ଏବଂ ବୁଝିବାରେ ବହୁତ ଆଗ୍ରହ ଥାଏ । ସେମାନଙ୍କ ପାଇଁ ଗୁପ୍ତଚର, ବୈଜ୍ଞାନିକ ଏବଂ ପ୍ରତ୍ନତତ୍ତ୍ୱବିତ୍ ହେବା ସଫଳତାର ଆଣିଥାଏ । ମୂଳଅଙ୍କ ୮ ଥିବା ବ୍ୟକ୍ତିମାନଙ୍କ ପାଇଁ ଅର୍ଥ ସହିତ ଜଡିତ କାର୍ଯ୍ୟ କରିବା ଉପଯୁକ୍ତ ଅଟେ । ବ୍ୟାଙ୍କିଙ୍ଗ ଏବଂ ମ୍ୟାନେଜମେଣ୍ଟ ଇତ୍ୟାଦିରେ ସେମାନେ ସଫଳ ହୁଅନ୍ତି । ମୂଳଅଙ୍କ ୯ ଥିବା ବ୍ୟକ୍ତିମାନେ ଫିଟନେସକୁ ନେଇ ବେଶି ରୁଚି ରଖିଥାନ୍ତି । ସେମାନେ ଖେଳାଳି, ଓକିଲ ହୋଇପାରନ୍ତି । ଏହା ସହ ସେମାନେ ପୋଲିସରେ ମଧ୍ୟ ଯୋଗ ଦେଇପାରିବେ ।

Get real time updates directly on you device, subscribe now.