fbpx

ସିମ୍ କାର୍ଡ ଦ୍ୱାରା ମାତ୍ର କିଛି ସେକେଣ୍ଡରେ ଖାଲି ହୋଇପାରେ ଆକାଉଣ୍ଟ୍, ଏଥିରୁ ବର୍ତ୍ତିବାପାଇଁ ଏସବୁ କଥା ଜାଣିବା ଜରୁରୀ

ଓଡ଼ିଶା ଭାସ୍କର ବ୍ୟୁରୋ: ଆଜିକାଲି ନେଟ ବ୍ୟାଙ୍କିଙ୍ଗ ଅପେକ୍ଷା ମୋବାଇଲ୍ ବ୍ୟାଙ୍କିଙ୍ଗ୍ ଅଧିକ ସାଧାରଣ ହୋଇଛି କାରଣ ମୋବାଇଲ୍ ବ୍ୟାଙ୍କିଙ୍ଗ୍ ବହୁତ ସହଜ । ଏହି ମାଧ୍ୟମରେ ଲୋକମାନେ ଯେକୌଣସି ସମୟରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଲଗ୍ ଇନ୍ କରିପାରିବେ । ଜଣେ ବ୍ୟକ୍ତି ନିଜର ସମସ୍ତ କାରବାରକୁ ମୋବାଇଲ୍ ମାଧ୍ୟମରେ ଯାଞ୍ଚ କରିପାରିବ । ଆପଣ ଗୋଟିଏ କ୍ଲିକ୍ ସହିତ ଆପଣଙ୍କର ବ୍ୟାଙ୍କିଙ୍ଗ୍ ଆପ୍ କୁ ଲଗ୍ ଇନ୍ କରିପାରିବେ । କିନ୍ତୁ ସାଇବର ଅପରାଧୀମାନେ ଏହାର ଫାଇଦା ଉଠାଉଛନ୍ତି । ନିକଟ ଅତୀତରେ, ମୋବାଇଲ୍ ବ୍ୟାଙ୍କିଙ୍ଗ୍ ସହ ଜଡିତ ଏକ ବଡ ଠକେଇ ସାମ୍ନାକୁ ଆସିଛି, ଯାହାକୁ ସିମ୍ ସ୍ୱାପିଂ ଠକେଇ ଭାବରେ ନାମକରଣ କରାଯାଇଛି ।

ସିମ୍ ସ୍ୱାପିଂ ଠକେଇ କଣ?

ସିମ୍ ସ୍ୱାପିଂ ଠକେଇ ହେଉଛି ସିମ୍ କାର୍ଡ ବଦଳାଇବା କିମ୍ବା ସେହି ନମ୍ବରରେ ଦ୍ୱିତୀୟ ସିମ୍ ବାହାର କରିବା । ସିମ୍ କାର୍ଡ ସ୍ୱାପିଂ ରେ ଆପଣଙ୍କ ନମ୍ବରରୁ ଏକ ନୁତନ ସିମ୍ କାର୍ଡ ରେଜିଷ୍ଟ୍ରେସନ କରିବା । ଏପରି କରିବା ଦ୍ୱାରା ଆପଣଙ୍କ ସିମ୍ କାର୍ଡ ବନ୍ଦ ହୋଇଯିବ ଓ କାମ କରିବ ପାହିଁ । ଏପରିସ୍ଥଳରେ ସାଇବର୍ ଠକ ଆପଣଙ୍କ ସିମ୍ କାର୍ଡକୁ ବ୍ୟବହାର କରିନେବ । ଏହାର ଫାଇଦା ନେଇ ଆପଣଙ୍କ ଫୋନ୍ ରୁ ଓଟିିପି ନେଇ ଆକାଉଣ୍ଟରୁ ଟଙ୍କା ଗାୟବ କରିନିଏ ।

ସାଇବର ଅପରାଧୀମାନେ ଫିସିଙ୍ଗ୍ କିମ୍ବା ମାଲୱେର୍ ମାଧ୍ୟମରେ ଆପଣଙ୍କର ପଞ୍ଜୀକୃତ ମୋବାଇଲ୍ ନମ୍ବର ଏବଂ ବ୍ୟାଙ୍କ ଆକାଉଣ୍ଟ୍ ବିବରଣୀ ପାଇଥାନ୍ତି । ଏହା ପରେ, ମୋବାଇଲ୍ ହରାଇବା, ସିମ୍ କାର୍ଡ ନଷ୍ଟ ହେବାର ବାହାନା କରି ସେମାନେ ସଠିକ୍ ଗ୍ରାହକ ପରିଚୟ ସହିତ ମୋବାଇଲ୍ ସେବା ପ୍ରଦାନକାରୀଙ୍କ ସହିତ ଯୋଗାଯୋଗ କରନ୍ତି । ଗ୍ରାହକ ଙ୍କ ସମ୍ପର୍କରେ ଜାଣିବା ପରେ ମୋବାଇଲ୍ ସେବା ପ୍ରଦାନକାରୀ ଗ୍ରାହକଙ୍କ ଦ୍ୱାରା ଧାରଣ କରିଥିବା ପୁରୁଣା ସିମ୍ କାର୍ଡକୁ ନିଷ୍କ୍ରିୟ କରିଥାଏ ଏବଂ ଅପରାଧୀ ମାନେ ସମାନ ନମ୍ବରରେ ଏକ ନୁଆ ସିମ୍ କାର୍ଡ ବାହାର କରି ନିଅନ୍ତି । ଏପରି କରିବା ପରେ ଗ୍ରାହକଙ୍କ ଫୋନରେ ନେଟୱାର୍କ ଉପଲବ୍ଧ ହେବ ନାହିଁ । ଏପରିିକି ଅସଲ ଗ୍ରାହକଙ୍କ ନମ୍ବରକୁ କୌଣସି ପ୍ରକାର ଏସଏମଏସ୍, ଓଟିପି, ୟୁଆରଏନ୍ ଭଳି ନୋଟିଫିକେସନ୍ ଆସିବା ବନ୍ଦ ହୋଇଯାଏ ।

ତେଣୁ ଆପଣଙ୍କ ମୋବାଇଲ୍ ଫୋନର ନେଟୱର୍କ ସଂଯୋଗ ସ୍ଥିତି ବିଷୟରେ ସଚେତନ ରୁହନ୍ତୁ । ଯଦି ଆପଣ ଜାଣନ୍ତି ଯେ ଆପଣ ଦୀର୍ଘ ସମୟ ଧରି କୌଣସି କଲ୍ କିମ୍ବା ନୋଟିଫିକେସନ୍ ପାଇ ନାହାଁନ୍ତି, ତେବେ କିଛି ଗଡବଡ ରହିଛି । ଏପରି ପରିସ୍ଥିତିରେ, ଆପଣ ମୋବାଇଲ୍ ଅପରେଟରଙ୍କ ସହିତ ଯୋଗାଯୋଗ କରିବା ଉଚିତ୍ । ଏପରି ସ୍ଥଳରେ ଫୋନ୍ କୁ ଆସୁଥିବା ଅଜ୍ଞାତ ନମ୍ବରର କଲ୍ କୁ ଉଠାନ୍ତୁ କିନ୍ତୁ କିଛି ସୂଚନା ଦିଅନ୍ତୁ ନାହିଁ । କିନ୍ତୁ ଫୋନ୍ କୁ ସ୍ୱିଚ୍ ଅପ୍ କରନ୍ତୁ ନାହିଁ । ସର୍ବଦା ଆପଣ ନିଜର ବ୍ୟାଙ୍କ ଆକାଉଣ୍ଟ ଏବଂ ଟ୍ରାନଜାକ୍ସନ୍ ସବୁକୁ ଚେକ୍ କରନ୍ତୁ ।

Get real time updates directly on you device, subscribe now.