ଘର ଭଡ଼ା ଦେଉଥିଲେ ସାବଧାନ ! ମାଲିକାନା ଦାବି କରିପାରନ୍ତି ଭଡ଼ାଟିଆ, ଜାଣନ୍ତୁ ଘର ମାଲିକ କିପରି ରଖିବେ ନିଜକୁ ସୁରକ୍ଷିତ
ଓଡ଼ିଶା ଭାସ୍କର: ଆଜିକାଲି ଘର ଭଡ଼ା ରୋଜଗାରର ଏକ ବିକଳ୍ପ ପନ୍ଥା ପାଲଟିଯାଇଛି । ଏହା ଅଧିକାଂଶ ଲୋକଙ୍କୁ ଆର୍ଥିକ ସ୍ଥିରତା ପ୍ରଦାନ କରିଥାଏ । ବିଶେଷ କରି ବଡ଼ ବଡ଼ ସହର କିମ୍ବା ଦିଲ୍ଲୀ, ମୁମ୍ବାଇ ଭଳି ମେଟ୍ରୋ ସହର ଗୁଡ଼ିକରେ ଘର ଭଡ଼ାରୁ ବ୍ୟକ୍ତିଙ୍କୁ ବିପୁଳ ଆୟ ମିଳିଥାଏ । କିନ୍ତି ଏହି ଘର ଭଡ଼ାର ଗଣିତ ଟିକିଏ ଭୁଲ ହେଲେ ଭଡ଼ାଟିଆ ତା’ର ରାଜନୀତି କରିଥାଏ । ଏଭଳି ଭଡ଼ାଟିଆ ଘର ମାଲିକଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥାନ୍ତି । ଏମିତିରେ ସମସ୍ତ ଘର ମାଲିକଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ଧ୍ୟାନ ଦେବା ଉଚିତ ।
ଏକ ରିପୋର୍ଟ ଅନୁଯାୟୀ ଭାରତରେ ଭଡ଼ାଟିଆ ଜଣଙ୍କ ଦୀର୍ଘ ୧୨ ବର୍ଷ ପର୍ଯ୍ୟନ୍ତ ଭଡ଼ା ଘରେ ରହିବା ପରେ ଘର ଉପରେ ମାଲିକାନା ପାଇଁ ଦାବି କରିପାରିବ । ଏହାକୁ ସମ୍ପତ୍ତି ଉପରେ ପ୍ରତିକୂଳ ଅଧିକାର(adverse possession) ବୋଲି କୁହାଯାଏ । ଏଭଳି ସ୍ଥିତି ସେତେବେଳେ ଉପୁଜିଥାଏ ଯେତେବେଳେ ପ୍ରପର୍ଟି ଉପରୁ ଲିଜ୍ ଏକ୍ସପାୟର କିମ୍ବା ଘର ମାଲିକ ଭଡ଼ା ଚୁକ୍ତିନାମାରେ ଡିଫଲ୍ଟର ହୋଇଥାଏ । ଲିମିଟେସନ୍ ଆକ୍ଟ ୧୯୬୩ ଅନୁଯାୟୀ ବ୍ୟକ୍ତିଗତ ସମ୍ପତ୍ତି ଉପରେ ସ୍ୱାମିତ୍ୱ ଦାବି କରିବାର ଅବଧି ହେଉଛି ୧୨ ବର୍ଷ । ସେହିଭଳି ସାର୍ବଜନିକ ସମ୍ପତ୍ତି ପାଇଁ ଏହାକୁ ୩୦ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ବେଳେ ବେଳେ କିଛି ମନ୍ଦ ଉଦ୍ଦେଶ୍ୟ ଥିବା ଭଡ଼ାଟିଆ ଏହି ନିୟମର ଫାଇଦା ଉଠାଇବାକୁ ଚେଷ୍ଟା କରିଥାନ୍ତି । ଏହି ନିୟମ ଅନ୍ତର୍ଗତ ଏହା ପ୍ରମାଣିତ କରିବାକୁ ପଡ଼ିଥାଏ କି ଦୀର୍ଘ ସମୟ ପର୍ଯ୍ୟନ୍ତ ସମ୍ପତ୍ତି ଉପରେ ଅଧିକାର ଥିଲା । ପ୍ରମାଣ ଆଧାରରେ ସେମାନେ ଟ୍ୟାକ୍ସ, ବିଦ୍ୟୁତ, ପାଣି ବିଲ୍, ସାକ୍ଷୀଙ୍କ ଆଫିଡେଭିଟ୍ ଉପସ୍ଥାପନ କରିଥାନ୍ତି ।
ଏଭଳି ସ୍ଥିତିରେ ଘର ମାଲିକ କିପରି ସାବଧାନତା ଅବଲମ୍ବନ କରିବେ ?
ପ୍ରଥମେ ଘର ମାଲିକ ଭଡ଼ା ଦେବା ପୂର୍ବରୁ ବ୍ୟକ୍ତିଙ୍କ ସମସ୍ତ ପ୍ରାଥମିକ ଯାଞ୍ଚ୍ ଯେପରି ଆଧାର କାର୍ଡ଼, ଚାକିରି, ପରିବାର ଇତ୍ୟାଦି ବିଷୟରେ ସୂଚନା ସଂଗ୍ରହ କରନ୍ତୁ । ଏହା ପରେ କଥାବାର୍ତ୍ତା ଫାଇନାଲ ହେବା ପୂର୍ବରୁ ରେଣ୍ଟ୍ ଆଗ୍ରୀମେଣ୍ଟ କିମ୍ବା ଲିଜ୍ ଡିଲ୍ ପ୍ରସ୍ତୁତ କରି ପ୍ରପର୍ଟି ଭଡ଼ାରେ ଦିଅନ୍ତୁ । କହିରଖୁଛୁ ରେଣ୍ଟ ଆଗ୍ରୀମେଣ୍ଟରେ ଭଡ଼ା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସୂଚନା ରହିଥାଏ । ରେଣ୍ଟ ଆଗ୍ରୀମେଣ୍ଟ ୧୧ ମାସିଆ ହୋଇଥିବାରୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଏହାର ରିନିୱାଲ କରନ୍ତୁ । ରେଣ୍ଟ ଆଗ୍ରୀମେଣ୍ଟରେ ଛୋଟ ଭୁଲ ମଧ୍ୟ ଘର ମାଲିକ ପାଇଁ ସମସ୍ୟାର କାରଣ ପାଲଟିପାରେ ।