fbpx
BSKY
BJD MC SKY
BJD MS SKY

BF.7 Variant: ଭାରତରୁ ମିଳିଲା ୫ଟି କେସ୍, ଏହା କେତେ ଭୟଙ୍କର, ଲକ୍ଷଣ କ’ଣ, କ’ଣ କହୁଛନ୍ତି AIIMSର ପୂର୍ବ ନିର୍ଦ୍ଦେଶକ

ନୂଆଦିଲ୍ଲୀ: ପୁଣି ଥରେ ସାରା ବିଶ୍ୱରେ ସୃଷ୍ଟି ହୋଇଛି କରୋନା ଭାଇରସର ଆତଙ୍କ । ଏହା ମଧ୍ୟରେ ଚୀନ ସମେତ ଏକାଧିକ ରାଷ୍ଟ୍ରରେ ନୂଆ ଭାରିଆଣ୍ଟ ବିଏଫ.୭ ତାଣ୍ଡବ ରଚିବା ଆରମ୍ଭ କରିଦେଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସମସ୍ତ ରାଜ୍ୟଙ୍କୁ ଚିଠି ଲେଖି ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ଭାରିଆଣ୍ଟ ପାଇଁ ଭାରତରେ ପୁଣି ଥରେ ଲକଡାଉନ୍ ପରିସ୍ଥିତି ହେବ କି ନା ସେନେଇ ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ସଂସ୍ଥା (ଏମ୍ସ)ର ପୂର୍ବତନ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ନିଜର ମତାମତ ରଖିଛନ୍ତି ।

ବିଏଫ.୭ ଭାରିଆଣ୍ଟ ହେଉଛି ଓମିକ୍ରନର ଏକ ସବ୍ ଭାରିଆଣ୍ଟ । ଏହି ଭାରିଆଣ୍ଟ ଇମ୍ୟୁନିଟିକୁ ଚକମା ଦେବାର ସାମର୍ଥ୍ୟ ରଖିଥାଏ । ଏହି କାରଣରୁ ଯଦି ଜଣେ ପୂର୍ବରୁ କରୋନାରେ ସଂକ୍ରମିତ ହୋଇଥିବେ ତେବେ ପୁଣି ଏହି ଭାରିଆଣ୍ଟ ତାଙ୍କୁ ସଂକ୍ରମିତ କରାଇପାରେ । ଭ୍ୟାକ୍ସିନ ନେବା ପରେ ବି ଜଣେ ଏହାର ଶିକାର ହୋଇପାରେ । ମାତ୍ର ଏଥିରେ ଗମ୍ଭୀରତା କମ୍ ରହିବ ।

ଚୀନର କରୋନା ନୀତି କାରଣରୁ ସେଠାରେ ସଂକ୍ରମଣ ବୃଦ୍ଧି ପାଉଛି । ଭାରତରେ ନୂଆ ଭାରିଆଣ୍ଟକୁ ନେଇ ଭୟ କରିବାର କୌଣସି ଆବଶ୍ୟକତା ନାହିଁ । ଏଥିପାଇଁ କେବଳ କୋଭିଡ୍ ନିୟମ ପାଳନ କରିବା ଜରୁରୀ । ଗତ ଏକ ବର୍ଷ ମଧ୍ୟରେ ଭାରତକୁ ଯେତେସବୁ ଭାରିଆଣ୍ଟ ଆସିଥିଲେ, ସେସବୁ ଓମିକ୍ରମ ସହିତ ଜଡ଼ିତ ଥିଲେ । ଦେଶରେ ଓମିକ୍ରନ ବିରୋଧରେ ଲୋକଙ୍କଠାରେ ମଜବୁତ ଇମ୍ୟୁନିଟି ରହିଛି, ତେଣୁ ଏଠାରେ ପରିସ୍ଥିତି ଗମ୍ଭୀର ରୂପ ଧାରଣ କରିବ ନାହିଁ ।

ଭାରତ ଓ ଚୀନର କୋଭିଡ୍ ସ୍ଥିତି ସମ୍ପୂର୍ଣ୍ଣ ଭାବେ ଅଲଗା । ଚୀନରେ ଲୋକଙ୍କଠାରେ ଭ୍ୟାକ୍ସିନ ଲାଗି ନଥିବାରୁ ସେଠାରେ ପରିସ୍ଥିତି ଭୟଙ୍କର ରୂପ ନେଇଛି । ସେଠାରେ ଯାହାକି ବି ଭ୍ୟାକ୍ସିନ ରହିଛି, ତାହା ଅନ୍ୟ ଟିକା ତୁଳନାରେ କମ୍ ପ୍ରଭାବୀ । ଏହି କାରଣରୁ ସେଠାରେ ଦ୍ରୁତ ସଂକ୍ରମଣ ବୃଦ୍ଧି ପାଉଛି । ଅନ୍ୟପକ୍ଷରେ ଭାରତରେ ଅଧିକାଂଶ ଲୋକ ଭ୍ୟାକ୍ସିନର ଦୁଇଟିଯାକ ଡୋଜ୍ ନେଇ ସାରିଛନ୍ତି । ତେଣୁ ଏଠାରେ ପରିସ୍ଥିତି ବିଗିଡ଼ିବାର ସମ୍ଭାବନା ବହୁତ କମ୍ ।

ଭାଇରସ ମ୍ୟୁଟେସନ କାରଣରୁ ଆଗକୁ ଲହର ଆସିବ କି ନା ସେନେଇ ଅନୁମାନ କରିବା ମୁସ୍କିଲ । ଯଦି କୌଣସି ମ୍ୟୁଟେସନର ଘଟି ଭାଇରସର ସ୍ୱରୂପ ବଳଦିଯାଏ ତେବେ ତାହା ଭୟଙ୍କର ହୋଇପାରେ । ବର୍ତ୍ତମାନ ସ୍ଥିତିରେ ଲକଡାଉନ୍ ଲାଗୁ କରିବାର କୌଣସି ଆବଶ୍ୟକତା ନାହିଁ । ବିଦେଶରୁ ଆସୁଥିବା ଲୋକଙ୍କୁ କୋଭିଡ୍ ଟେଷ୍ଟ କରିବା ଜରୁରୀ । ସମସ୍ତେ ନିଜ ନିଜର ଯତ୍ନ ନେବା ଆବଶ୍ୟକ ।

ୟୁକେ ୟୁନିଭରସିଟି ଅଫ୍ ଇଷ୍ଟ ଏଙ୍ଗ୍ଲିଆର ରିସଚ୍ଚ ମୁତାବକ, ରୋଗୀ ଭାଇରସ କବଳରେ ପଡ଼ିବା ପରେ ତା’ର ଶୁଙ୍ଘିବା ଓ ସ୍ୱାଦର କ୍ଷମତା ହ୍ରାସ ପାଉଥିବା ଦେଖାଯାଉଛି । ଏଥିସହିତ ମୁଣ୍ଡବ୍ୟଥା, ମାଂସପେଶୀରେ ଯନ୍ତ୍ରଣା, ଥକ୍କାପଣ, ବ୍ରେନ ଫଗ, ମେମୋରି ଲସ ଆଦି ଲକ୍ଷଣ ସଂକ୍ରମଣର ଏକମାସ ପର୍ଯ୍ୟନ୍ତ ଦେଖାଦେଇଥାଏ ।

Get real time updates directly on you device, subscribe now.