fbpx
BJD
BJD SKY
BJD SKY

ମେଡାଲ ବିଜେତା ୯୪ ବର୍ଷୀୟ ‘ଦାଦି’ ଏୟାରପୋର୍ଟରେ କଲେ ଜବରଦସ୍ତ ଡ୍ୟାନ୍ସ, ଦେଖନ୍ତୁ Video

ନୂଆଦିଲ୍ଲୀ: ହରିୟାଣାରେ ରହୁଥିବା ଭଗୱାନୀ ଦେବୀ ୯୪ ବର୍ଷ ବୟସରେ ବିଶ୍ୱ ମାଷ୍ଟର୍ସ ଆଥଲେଟିକ୍ସ ଚାମ୍ପିଅନସିପରେ ଗୋଲ୍ଡ ଓ ୨ଟି ବ୍ରୋଞ୍ଜ ଜିତି ଭାରତକୁ ଗୌରାବାନ୍ୱିତ କରିଛନ୍ତି । ଭଗୱାନୀ ଦେବୀ ପଦକ ଜିତି ଭାରତକୁ ଫେରିଆସିଛନ୍ତି ଓ ଦିଲ୍ଲୀ ଏୟାରପୋର୍ଟରେ ତାଙ୍କର ଜୋରଦାର ସ୍ୱାଗତ ହୋଇଛି । ଏୟାରପୋର୍ଟରେ ତାଙ୍କୁ ଦେଖିବା ପାଇଁ ପ୍ରଶଂସକ ମଧ୍ୟ ପହଞ୍ଚିଥିଲେ । ଏହି ଅବସରରେ ଭଗୱାନ ଦେବୀ ଜବରଦସ୍ତ ଡ୍ୟାନ୍ସ କରି ଏହି ଉତ୍ସବ ମନାଇଥିଲେ । ତାଙ୍କ ସହ ତାଙ୍କ ପରିବାର ଲୋକ ମଧ୍ୟ ସେଠାରେ ଉପସ୍ଥିତ ଥିଲେ ।

ତେବେ ଏହି ୯୪ ବର୍ଷିୟ ବୃଦ୍ଧା ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ଯେଉଁ ବୟସରେ ଲୋକେ ଠିକ୍ ରେ ଉଠିବସି ପାରନ୍ତି ନାହିଁ ସେହି ବୟସରେ ବିଦେଶରେ ତିରଙ୍ଗାର ମାନ ବଢ଼ାଇଛନ୍ତି । ଭଗୱାନୀ ଦେବୀ ବିଶ୍ୱ ମାଷ୍ଟର୍ସ ଆଥଲେଟିକ୍ସ ଚାମ୍ପିଅନସିପ୍ ୨୦୨୨ରେ ହେଉଥିବା ୧୦୦ ମିଟର ଦୌଡ଼ରେ ଉତ୍ତୀର୍ଣ୍ଡ ହୋଇ ସମଗ୍ର ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛନ୍ତି । ୨୪.୭୪ ସେକେଣ୍ଡ ମଧ୍ୟରେ ସମସ୍ତଙ୍କୁ ପଛରେ ପକାଇ ୧୦୦ ମିଟର ଦୌଡ଼ ପ୍ରତିଯୋଗୀତାରେ ବିଜୟ ହାସଲ କରିଛନ୍ତି ।

ଫିନଲାଣ୍ଡରେ ଅନୁଷ୍ଠିତ ହୋଇଥିବା ଏହି ବିଶ୍ୱ ମାଷ୍ଟର୍ସ ଆଥଲେଟିକ୍ସ ଚମ୍ପିଆନସିପରେ ଭଗୱାନୀ ଦେବୀ ଦୁଇଟି ତାମ୍ର ପଦକ ଜିତିଥିବା ମଧ୍ୟ ସୂଚନା ରହିଛି । ତେବେ ସମସ୍ତ ବୃଦ୍ଧ ଓ ବୃଦ୍ଧା ଘରେ ବିଶ୍ରାମ ନେଉଥିବା ସମୟରେ ଭଗୱାନୀ ଦେବୀଙ୍କର ଏହି ଚମତ୍କାର ପ୍ରଦର୍ଶନ ସମସ୍ତଙ୍କୁ ବିସ୍ମିତ କରିଛି । ସେହିପରି ତାଙ୍କର ଏହି ସଫଳତାରେ ସମସ୍ତେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ମଙ୍ଗଳବାର ଦିନ ସେ ଭାରତକୁ ଫେରିଛନ୍ତି ।

Get real time updates directly on you device, subscribe now.