fbpx

ରୁଚିକାଙ୍କ ଆତ୍ମହତ୍ୟା ଘଟଣାରେ DCPଙ୍କ ବଡ଼ ବୟାନ: ଜାଣନ୍ତୁ କ’ଣ କହିଲେ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ମାମଲାରେ ଆଜି ବଡ଼ ବୟାନ ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ । ଏହି ମାମଲାରେ ରାଗିଂ ହୋଇନି । ରାଗିଂ ନେଇ କୌଣସି ସୁରାକ୍ ମିଳିନାହିଁ ବୋଲି ଡିସିପି କହିଛନ୍ତି ।

ଏହା ସହ ପ୍ରତୀକ ସିଂ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ‘ଡିସିପି ରାଙ୍କର ଅଫିସର ମାମଲାର ତଦନ୍ତ କରୁଛନ୍ତି । ମାମଲାରେ ୧୯୮ ଜଣଙ୍କୁ ପଚରାଉଚରା କରିଛୁ । ସମ୍ପର୍କୀୟ, ସାଙ୍ଗ, ହଷ୍ଟେଲ ଷ୍ଟାଫଙ୍କୁ ତଦନ୍ତ ପରିସରଭୁକ୍ତ କରିଛୁ । ରୁଚିକାର ରୁମରୁ ମୋବାଇଲ ଫୋନ୍ ମିଳିଥିଲା । ଡାଟା ରିଟ୍ରିଭ କରିବାକୁ ଚେଷ୍ଟା କରୁଛୁ । ରୁଚିକାଙ୍କ ମୋବାଇଲକୁ ଯାଞ୍ଚ ପାଇଁ ସିଙ୍ଗାପୁର ପଠାଯାଇଛି ।’

ସୂଚନା ଅନୁଯାୟୀ କଟକ ଜିଲ୍ଲା କଖଡ଼ି ଗାଁର ରୁଚିକା ମହାନ୍ତି ବିଜେବି ମହାବିଦ୍ୟାଳୟର ଯୁକ୍ତ ୩ କଳାର ପ୍ରଥମ ବର୍ଷ ଛାତ୍ରୀ ଥିଲେ । ସେ ଇତିହାସ ଅନର୍ସ ନେଇ ପଢ଼ୁଥିଲେ । କାରୁବାକୀ ଛାତ୍ରୀ ନିବାସର ତୃତୀୟ ମହଲାର ରୁମ୍‌ ନଂ ୨୦୧ରେ ରହୁଥିଲେ । ଶନିବାର ଅସୁସ୍ଥତା ଯୋଗୁଁ ସେ କ୍ଲାସ୍‌କୁ ଯାଇନଥିଲେ । କ୍ଲାସ ସରିବା ପରେ ଛାତ୍ରୀମାନେ ରୁମ୍‌କୁ ଫେରିବା ପରେ ରୁମର କବାଟ ଭିତର ପାର୍ଶ୍ୱରୁ ବନ୍ଦ ଥିବା ଦେଖିବାକୁ ପାଇଥିଲେ । କବାଟ ବାଡ଼େଇ ଥିଲେ ମଧ୍ୟ ରୁଚିକା ଖୋଲିନଥିଲେ । ରୁଚିକା କବାଟ ନଖୋଲିବାରୁ ଛାତ୍ରୀମାନଙ୍କ ମନରେ ସନ୍ଦେହ ହୋଇଥିଲା । ପରେ ଏନେଇ ହଷ୍ଟେଲ୍‌ ସୁପରିଟେଣ୍ଡେଣ୍ଟଙ୍କୁ ଜଣାଇଥିଲେ । ପରେ ସେଠାରୁ ମିଳିଥିବା ସୁଇସାଇଡ୍‌ ନୋଟ୍‌ରେ ଲେଖାଯାଇଛି ଯେ ଜୀବନରେ ବହୁତ ଥକି ପଡ଼ିଲିଣି । ମୋ ବାପା ଓ ବୋଉ କଷ୍ଟ କରି ମୋତେ ପଢ଼ାଇଲେ । ମୋ ପାଠପଢ଼ା ପାଇଁ ଘର ଚଳିବା କଷ୍ଟକର ହେଉଥିଲା । ହେଲେ ହଷ୍ଟେଲ୍‌ରେ ମୋତେ ସିନିୟର ବହୁତ ନିର୍ୟାତନା ଦେଲେ । ୩ ଜଣ ସିନିୟର ମୋତେ ମାନସିକ ନିର୍ୟାତନା ଦେଲେ । ଆଉ ସହିପାରିଲିନି କି ଘରେ କହିପାରିଲିନି । ମୋତେ ମୋ ବାପା, ମାଆ, ମାମୁ, ମାଇଁ, ମଉସା ଓ ମାଉସୀ ସମସ୍ତେ ବହୁତ ଭଲ ପାଆନ୍ତି । ସେମାନେ ବହୁତ ଆଶା ରଖିଥିଲେ, ମୁଁ କଲେକ୍ଟର ହେବି । ହେଲେ ମୋତେ ସିନିୟର ମାନସିକ ନିର୍ୟାତନା ଦେଲେ । ବାପା, ମାଆଙ୍କ ପଇସା ଖର୍ଚ୍ଚ କରି ପାଠ ପଢ଼ିବା ପାଇଁ ଛାଡ଼ିଥିଲେ । ହେଲେ ତାଙ୍କ ପଇସାର କିଛି ମୂଲ୍ୟ ରହିଲାନାହିଁ । କାରଣ ସିନିୟର ମୋତେ ବହୁତ ଡିପ୍ରେସ୍‌ କଲେ ବୋଲି ଚିଠିରେ ଲେଖାଯାଇଛି ।

Get real time updates directly on you device, subscribe now.