fbpx

ପରୀକ୍ଷା ଖାତାରେ ଶିକ୍ଷକଙ୍କୁ ରାଣ ଦେଲେ ଛାତ୍ର: ଲେଖିଲେ- ‘୨୮ ମାର୍କ ଦିଅନ୍ତୁ, ନହେଲେ…’

ପରୀକ୍ଷା ଦିନରୁ ହିଁ ଛାତ୍ରଛାତ୍ରୀ ଅନୁମାନ କରି ନିଅନ୍ତି ଯେ ସେମାନଙ୍କ ଫଳାଫଳ କ’ଣ ହୋଇପାରେ । ପ୍ରଶ୍ନଗୁଡିକର ଉତ୍ତର ନ ଦେଇ ପାରିଲେ କିମ୍ବା ଫେଲ ହେବା ଆଶଙ୍କା ବଢିଗଲେ ପିଲାମାନେ ଖାତାରେ ଏଣୁତେଣୁ ଲେଖିବା ଆରମ୍ଭ କରି ଦିଅନ୍ତି । କିନ୍ତୁ ଏହାକୁ ଦେଖିଲେ ଶିକ୍ଷକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଏମିତିକି କେତେକ ପିଲା ଖାତା ଭିତରେ ଟଙ୍କା ପଇସା ମଧ୍ୟ ରଖି ଦେଉଥିବା ଦେଖାଯାଇଛି । ଆଉ କେତେକ ପିଲା ଇମୋସନାଲ ମେସେଜ ଲେଖି ପରୀକ୍ଷାରେ ପାସ କରାଇଦେବା ପାଇଁ ଅନୁରୋଧ କରିଥାନ୍ତି । ସେହିଭଳି ଏକ ଘଟଣା ଏବେ ନଜରକୁ ଆସିଛି । ଜଣେ ଛାତ୍ର ପରୀକ୍ଷା ଖାତାରେ ଫେଲ ହେବା ଭୟରେ ଶିକ୍ଷକଙ୍କୁ ରାଣ ପକାଇଥିବା ଦେଖାଯାଇଛି ।

फेल होने के डर से छात्र ने टीचर को लिखा मैसेज- 'आपको बेटे और परिवार की कसम, हमें सिर्फ 28 नंबर दे दीजिए'

ଫେଲ ହେବା ଡରରେ ଶିକ୍ଷକଙ୍କ ପରିବାରକୁ ଏକ ଚିଠି ଲେଖିଛନ୍ତି, ଯେଉଁଥିରେ ସେ ଶିକ୍ଷକଙ୍କ ପରିବାରକୁ ମଧ୍ୟ ସାମିଲ କରିଛନ୍ତି । ପରୀକ୍ଷା ଖାତାରେ ସେ ଶିକ୍ଷକଙ୍କୁ ପାସ ମାର୍କ ଦେବା ପାଇଁ ଅନୁରୋଧ କରିଛନ୍ତି । କିନ୍ତୁ ଏକ ଭିନ୍ନ ଶେଳୀରେ । ଶିକ୍ଷକଙ୍କୁ ତାଙ୍କ ପୁଅଙ୍କ ରାଣ ଦେଇ ପାସ କରାଇ ଦେବା ପାଇଁ ଛାତ୍ର ଜଣକ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେ, “ଥ୍ୟାଙ୍କ ୟୁ ସୋ ମଚ ସାର’ । ଏହାପରେ ସେ ସ୍ମାଇଲି ଏବଂ ହାର୍ଟର ଇମୋଜି କରିଛନ୍ତି । ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, “ଦୟାକରି ମୋତେ ୨୮ ମାର୍କ ଦେଇ ଦିଅନ୍ତୁ, ଆପଣଙ୍କୁ ଆପଣଙ୍କ ପରିବାରର ରାଣ, ଆପଣଙ୍କ ପୁଅ ରାଣ ।’ ଶିକ୍ଷକ ତାଙ୍କୁ ପାସ କରିବାରେ ସାହାଯ୍ୟ କରିବା ଆଶାରେ ଏମିତି ଲେଖିଛନ୍ତି ପରୀକ୍ଷାର୍ଥୀ ।

ତେବେ ଏହି ମେସେଜର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇ ଚାଲିଛି । ତେବେ କେବଳ ଏହି ମେସେଜ ନୁହେଁ, ଏହା ପୂର୍ବରୁ ମଧ୍ୟ ଅନେକ ଫଟୋ ଏମିତି ଭାଇରାଲ ହୋଇଛି । ପରୀକ୍ଷାରେ ପାସ କରିବା ନ କରିବାକୁ ନେଇ ଛାତ୍ରଛାତ୍ରୀଙ୍କ ମନରେ ଅନେକ ଆଶଙ୍କା ରହିଥାଏ । ଯେଉଁଥି ପାଇଁ ସେମାନେ ଉତ୍ତର ଖାତାର ଶେଷ ଫର୍ଦ୍ଦରେ ଏହିଭଳି କିଛି ମେସେଜ ଲେଖି ଶିକ୍ଷକଙ୍କୁ ଅନୁରୋଧ କରିଥାଆନ୍ତି ।

Get real time updates directly on you device, subscribe now.