fbpx

ବଢ଼ିଲା ପିଜି ଏଣ୍ଟ୍ରାନ୍ସ ଆବେଦନ ଅବଧି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କମନ ପିଜି ଏଣ୍ଟ୍ରାନ୍ସ ପାଇଁ ଆବେଦନ ଅବଧି ବଢ଼ିଛି । ଜୁଲାଇ ୧୭ ପର୍ଯ୍ୟନ୍ତ ଆବେଦନ ଅବଧି ବଢ଼ାଇଛି ଉଚ୍ଚଶିକ୍ଷା ବିଭାଗ । ସୂଚନା ଅନୁସାରେ, କମନ ପିଜି ଏଣ୍ଟ୍ରାନ୍ସ ପାଇଁ ଆଜି ଆବେଦନ ଅବଧି ଶେଷ ହେଉଥିଲା ।

ତେବେ କମନ ପିଜି ପ୍ରବେଶିକା ପରୀକ୍ଷା ପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ, ଜୁନ୍ ୨୭ରୁ ଏସଏମଏସ୍ ଜରିଆରେ ଛାତ୍ରଛାତ୍ରୀ ଆବେଦନ ଆରମ୍ଭ କରିଛନ୍ତି । ଜୁଲାଇ ୧୨ ଅର୍ଥାତ ଆଜି ଆବେଦନର ଶେଷ ତାରିଖ ଥିଲା । ତେବେ ଜୁଲାଇ ୨୦ ତାରିଖ ଅପରାହ୍ନ ୨ଟା ପରଠୁ ଛାତ୍ରଛାତ୍ରୀମାନେ ଆଡମିଟକାର୍ଡ ଡାଉନଲୋଡ୍ କରିପାରିବେ । ଅଗଷ୍ଟ ୧ ତାରିଖରୁ ୧୩ ତାରିଖ ମଧ୍ୟରେ ସବୁ ବିଷୟର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ଅଗଷ୍ଟ ୨୫ ତାରିଖରେ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ ।

ଯୋଗ୍ୟ ପ୍ରାର୍ଥୀମାନେ ଅଗଷ୍ଟ ୨୫ରୁ ୩୦ ତାରିଖ ମଧ୍ୟରେ କେଉଁ କଲେଜରେ ପଢିବେ ସେନେଇ ଚୟନ କରିବେ । ସେପ୍ଟେମ୍ବର ୫ ତାରିଖରେ ସିଟ୍ ଆଲଟମେଣ୍ଟ କରାଯିବ । ସେପ୍ଟେମ୍ବର ୬ ଓ ୭ ତାରିଖରେ ପ୍ରଥମ ପର୍ଯ୍ୟୟ ନାମଲେଖା ହେବ । ସେପ୍ଟେମ୍ବର ୧୩ ତାରିଖ ମଧ୍ୟାହ୍ନ ପରେ ଦ୍ୱିତୀୟ ପର୍ଯ୍ୟାୟ ସିଟ୍ ଆଲଟମେଣ୍ଟ କରାଯିବ । ତା’ପର ଦୁଇଦିନ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଚାଲିବ । ୨୦ ତାରିଖରେ ୱେବସାଇଟରେ ଖାଲି ସିଟ୍ ନେଇ ସୂଚନା ପ୍ରକାଶ ପାଇବ ।

୨୩ ତାରିଖରେ ସ୍ପଟ୍‌ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ ଏବଂ ୨୪ରୁ ୨୬ ତାରିଖ ମଧ୍ୟରେ ଶିକ୍ଷାନୁଷ୍ଠାନରେ ରିପୋର୍ଟିଂ ହେବ। ୨୮ ତାରିଖରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ଚୂଡ଼ାନ୍ତ ସ୍ପଟ୍‌ ମେରିଟ୍‌ ତାଲିକା ପ୍ରକାଶ କରାଯିବ। ୨୯ ଓ ୩୦ ତାରିଖରେ ନାମଲେଖା ହେବ। ୨୦୨୨-୨୩ ଶିକ୍ଷାବର୍ଷରେ ନାମଲେଖା ପ୍ରକ୍ରିୟା ଶେଷ ହେବା ପରେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ନାମଲେଖା ଫି’ ଆଦାୟ କରିବେ।

Get real time updates directly on you device, subscribe now.