fbpx
BSKY
BJD SHG SKY
BJD MC SKY

ଭିଜିଲାନ୍ସ ଚଢାଉରେ ଦୁଷ୍ମନ୍ତଙ୍କ ୨୮ଟି ପ୍ଲଟ ଠାବ: ମୂଲ୍ୟ ଦେଢ କୋଟିରୁ ଅଧିକ

ଭୁବନେଶ୍ୱର: ନିମାପଡାର ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ ଦେହୁରୀଙ୍କ ପିଠିରେ ବାଜିଛି ଭିଜିଲାନ୍ସର ଛାଟ । ୭ଟି ସ୍ଥାନରେ ଚଢାଉ ଜାରି ରହିଥିବା ବେଳେ ଗୋଟିଏ ପରେ ଗୋଟିଏ ସମ୍ପତ୍ତି ଜବତ କରୁଛି ଭିଜିଲାନ୍ସ । ଦୁଷ୍ମନ୍ତଙ୍କ ନିମାପଡା କାର୍ଯ୍ୟାଳୟରେ ଚଢାଉ ଜାରି ରହିଥିବା ବେଳେ ଭୁବନେଶ୍ୱରର, ୭ଟି ପ୍ଲଟ୍ ଏବଂ ଢେଙ୍କାନାଳର ୨୧ଟି ପ୍ଲଟ୍ ଠାବ କରାଯାଇଛି । ଏଥିସହିତ ଢେଙ୍କାନାଳର ଅର୍ଦ୍ଧନିର୍ମିତ ଘରେ ମଧ୍ୟ ଭିଜିଲାନ୍ସର ଚଢାଉ ଜାରି ରହିଛି ।

ବର୍ତ୍ତମାନ ସୁଦ୍ଧା ଦୁଷ୍ମନ୍ତଙ୍କର ଜବତ ହୋଇଥିବା ୨୮ଟି ପ୍ଲଟର ମୁଲ୍ୟ ହେଉଛି ପ୍ରାୟ ୧କୋଟି ୫୪ ଲକ୍ଷ ଟଙ୍କା । ଏହା ବ୍ୟତୀତ ଚଢାଉ ସମୟରେ ନଗଦ ୧ ଲକ୍ଷ ୫୮ ହଜାର ଟଙ୍କା ଠାବ କରିଛି ଭିଜିଲାନ୍ସ । ସେହିପରି ବ୍ୟାଙ୍କରେ ୪୭ ଲକ୍ଷ ୬୫ ହଜାର ଟଙ୍କାର ଇନ୍ସୁରାନ୍ସ ହୋଇଥିବା ବେଳେ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରରେ ୩ ମହଲା କୋଠା ମଧ୍ୟ ଦୁଷ୍ମନ୍ତଙ୍କ ନାଁରେ ରହିଛି । ଏତଦ୍ ବ୍ୟତୀତ ଢେଙ୍କାନାଳରେ ୨ ମହଲା କୋଠା ସହିତ ଗାଁରୁ ମଧ୍ୟ ଏକ କୋଠା ଠାବ କରିଛି ଭିଜିଲାନ୍ସ ଡିପାର୍ଟମେଣ୍ଟ ।

ତେବେ ଭିଜିଲାନ୍ସର ଏହି ରେଡରେ ମୋଟ ୫ ଜଣ ଡିଏସପିଙ୍କ ସମେତ ୧୨ ଜଣ ଇନ୍ସପେକ୍ଟର ସାମିଲ ରହିଛନ୍ତି । ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତଙ୍କ ଘର ଏବଂ କାର୍ଯ୍ୟାଳୟକୁ ମିଶାଇ ମୋଟ ୭ଟି ସ୍ଥାନରେ ଏକା ସାଙ୍ଗରେ ଚଢାଉ ଜାରି ରହିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଭିଜିଲାନ୍ସ ଚଢାଉ ଜାରି ରଖିଥିବା ସୂଚନା ରହିଛି ।

Get real time updates directly on you device, subscribe now.