fbpx

ପଞ୍ଜାବରେ ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ଭଗୱନ୍ତ ମାନ୍, ଅରବିନ୍ଦ କେଜରିୱାଲଙ୍କ ଘୋଷଣା

ଚଣ୍ଡିଗଡ଼: ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଆମ ଆଦମୀ ପାର୍ଟି ବା ଆପରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ଆଜି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛନ୍ତି ଆପର ମୁଖ୍ୟ ଅରବିନ୍ଦ କେଜରିୱାଲ । ଭଗୱନ୍ତ ମାନଙ୍କୁ ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି କେଜରିୱାଲ । ସାଧାରଣ ଲୋକଙ୍କ ଭୋଟ ଆଧାରରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯାଇଛି । ଏହା ସହ କେଜରିୱାଲ କହିଛନ୍ତି ଯେ, ‘ଭଗୱନ୍ତଙ୍କୁ ୯୩.୩% ଲୋକ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଚାହୁଁଛନ୍ତି । ପଞ୍ଜାବ ପାଇଁ ଆଜି ଐତିହାସିକ ଦିନ । ପଞ୍ଜାବରେ ଆପ୍ ସରକାର ଗଢ଼ିବାକୁ ଯାଉଛି ।’

ତେବେ ଆୟୋଜିତ ସାମ୍ବାଦିକ ସମ୍ମଳନୀରେ ଅନ୍ୟ ପାର୍ଟିକୁ ଟାର୍ଗେଟ କରିଥିଲେ କେଜରିୱାଲ । ସେ କହିଥିଲେ ଯେ, ‘ଅନ୍ୟ ଦଳ ନିଜ ଝିଅ, ବୋହୂ ବା ନିଜ ଘରର ସଦସ୍ୟଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରୁଛନ୍ତି । କିନ୍ତୁ ଆପ୍ ସେପରି କରୁନାହିଁ । ଭଗୱନ୍ତ ମୋ ସାନ ଭାଇ । କିନ୍ତୁ ମୁଁ ସିଧାସଳଖ ତାଙ୍କ ନାଁ ଦେଇଥିଲେ ସମ୍ପର୍କକୁ ନେଇ ଅଭିଯୋଗ ଆସିଥାନ୍ତା । କିନ୍ତୁ ସାଧାରଣ ଲୋକେ ହିଁ ଭଗୱନ୍ତଙ୍କୁ ପ୍ରାର୍ଥୀ ଭାବେ ଦେଖିବାକୁ ଚାହୁଁଛନ୍ତି । ଏଥିପାଇଁ ଏହି ନିଷ୍ପତ୍ତିି ଲୋକଙ୍କ ଭୋଟିଂକୁ ଦୃଷ୍ଟିରେ ରଖି ନିଆଯାଇଛି ।’

Get real time updates directly on you device, subscribe now.