fbpx

କୋଭିଡ୍-୧୯ରେ ସଂକ୍ରମିତ ହେଲେ ରୋଗୀମାନେ କେଉଁ ଔଷଧ ଖାଇବେ ଓ କେଉଁଟି ଖାଇବେନି, WHO ପକ୍ଷରୁ ଜାରି ହେଲା ଗାଇଡଲାଇନ୍

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସମଗ୍ର ବିଶ୍ୱରେ କୋଭିଡର ନୂଆ ଭାରିଆଣ୍ଟକୁ ନେଇ ଆଶଙ୍କା ଜାରି ରହିଛି । କିଛି ଲୋକ ଡେଲାଟାରେ ସଂକ୍ରମିତ ହେଉଥିବା ବେଳେ ଆଉ କିଛି ଓମିକ୍ରନରେ ସଂକ୍ରମିତ ହେଉଛନ୍ତି । ତେବେ ଏକାଥରକେ ଦୁଇଟି ଭାରିଆଣ୍ଟ ଜଣଙ୍କୁ ସଂକ୍ରମିତ କରିବାର ଆଶଙ୍କାକୁ ମଧ୍ୟ ଅଣଦେଖା କରିହେବ ନାହିଁ । ଏଭଳି ସ୍ଥିତିରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ କୋଭିଡ୍ ଗାଇଡଲାଇନ୍ ଜାରି କରାଯାଇଛି । କୋଭିଡର ତୃତୀୟ ଲହରର ପ୍ରଭାବରୁ ବର୍ତ୍ତିବାକୁ ହେଲେ ସେଫଟି ପ୍ରୋଟୋକଲ ପାଳନ କରିବା ସହ ଭ୍ୟାକ୍ସିନ ଡୋଜ୍ ନେବା ଜରୁରୀ । କୋଭିଡରେ ଆକ୍ରାନ୍ତ ହୋଇଥିବା ରୋଗୀମାନେ କେଉଁ ଔଷଧ ସେବନ କରିବା ଦରକାର, କେଉଁଟାକୁ ଇଗନୋର କରିବା ଦରକାର ଆଦି ବିଷୟରେ ହୁ ପକ୍ଷରୁ ସୂଚନା ଦିଆଯାଇଛି ।

ହୁ ଅନୁଯାୟୀ, କୋଭିଡ-୧୯ର ଚିକିତ୍ସା ପାଇଁ ବାରିସିଟିନିବ, ରୁକ୍ସୋଲିଟିନିବ, ସତ୍ରୋବିମୈବ, କୈସିରିବିମୈବ-ଇମଦେବିମୈବ, ଟୋସିଲିଜୁମୈବ ବା ସରୀଲୁମୈବ ଆଦି ମେଡିସିନ୍ ରୋଗୀଙ୍କୁ ଦିଆଯାଇ ପାରିବ । ବାରିସିଟିନିବ, ଟୋସିଲିଜୁମୈବ, ସିଷ୍ଟମୈଟିକ କୋର୍ଟିକୋଷ୍ଟୋରାୟଡ ପରି ଔଷଧକୁ ବିଶେଷଜ୍ଞ ଅଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି । ଅନ୍ୟ ମେଡିସିନଗୁଡ଼ିକ ବିଶେଷ ପରିସ୍ଥିତିରେ ରୋଗୀଙ୍କୁ ପ୍ରଦାନ କରିବାକୁ ସୁପାରିଶ କରାଯାଇଥାଏ । ଏହି ମେଡିସିନଗୁଡ଼ିକୁ ବ୍ୟବହାର କରିବା ଦ୍ୱାରା ହସ୍ପିଟାଲରେ ରୋଗୀ ସଂଖ୍ୟା ବୃଦ୍ଧି ଓ ଭେଣ୍ଟିଲେଟରରେ ଭର୍ତ୍ତି ସଂଖ୍ୟା ହ୍ରାସ ପାଇଥାଏ । କୋଭିଡର ଦ୍ୱିତୀୟ ଲହର ସମୟରେ ଏହି ସମସ୍ତ ମେଡିସିନଗୁଡ଼ିକର ବ୍ୟବହାର କରାଯାଇଥିଲା । କୋଭିଡରେ ସଂକ୍ରମିତ ଶିଶୁଙ୍କୁ କୈସିରିବିମୈବ-ଇମଦେବିମୈବ ମେଡିସିନ ଦେଇ ହେବ । କୋଭିଡରେ ଗମ୍ଭୀର ସ୍ଥିତିକୁ ଚାଲିଯାଇଥିବା ଶିଶୁଙ୍କୁ ଏହା ପ୍ରଦାନ କଲେ ସୁଫଳ ମିଳିଥାଏ । ଶିଶୁଙ୍କ ଠାରେ ଖାସ୍ ଲକ୍ଷଣ ଦେଖା ବୋ ପରେ ଟୋସିଲିଜୁମୈବ ଔଷଧ ଦେବାକୁ ୟୁଏନ ହେଲଥ ଏଜେନ୍ସି ପକ୍ଷରୁ କୁହାଯାଇଥିବା ବେଳେ ସରୀଲୁମୈବ ମେଡିସିନ୍ ନ ଦେବାକୁ କୁହାଯାଇଛି ।

Get real time updates directly on you device, subscribe now.